ସତ୍ୟଙ୍କ ସୋ ରେ ସତ କହିଦେଲେ ଜଗା ପ୍ରଧାନ 

- Advertisement -

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଛାଡ଼ି ବିକଶିତ ଓଡ଼ିଶା ଗଠନ କରାଯାଇ ପାରିବ ନାହିଁ l ତାଙ୍କ ଅବଦାନକୁ କେହି ଭୁଲି ପାରିବେ ନାହିଁ। ରାଷ୍ଟ୍ରୀୟ ସ୍ତରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ଵ ପାଇଁ ଆମେ ଗର୍ବିତ ହେବା କଥା। ପ୍ରଧାନମନ୍ତ୍ରୀଙ୍କ ଟିମ୍ ର ଆଗ ଧାଡିର ହାତ ଗଣତି ନେତାଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭଲ ପାଆନ୍ତି। ତାଙ୍କୁ ବଡ଼ ଭାଇପରି ମାନନ୍ତି। ତାଙ୍କୁ ସାଥିରେ ମୂଳରୁ କାମ କରିଆସିଛନ୍ତି । ଆଜି ସିନା ସେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଆମେ ଦଳରେ ସବୁ କଥା କୁ ବିଚାର କରାଯାଏ। ବିଏମସି ଅଧିକାରୀ ମାଡ଼ମରା ବିବାଦରେ ଛନ୍ଧି ହୋଉଥିବା ବିଜେପି ନେତା ଜଗା ପ୍ରଧାନ ହଠାତ୍ କାହିଁକି କେନ୍ଦ୍ରମନ୍ତ୍ରୀଙ୍କୁ ଏତେ ପ୍ରଶଂସା କଲେ । ଏହା କେଉଁ ରାଜନୀତି ଦିଗ ଆଡକୁ ସଂକେତ ଦେଉଛି ତାହାକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଛି। ବିଜେପିରେ ନେତୃତ୍ଵ ପରିବର୍ତ୍ତନ ଓ ନୂଆ ନେତୃତ୍ଵ ପ୍ରସ୍ତୁତ କରିବାକୁ ଏପରି ବିବାଦ ଏକ ସୁଯୋଗ ସୃଷ୍ଟି କରିଛି କି? ତାହାକୁ ରାଜନୈତିକ ସମୀକ୍ଷକମାନେ ଭିନ୍ନ ଭିନ୍ନ ଆକଳନ କରିଛନ୍ତି ।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles