() ଭୁବନେଶ୍ୱର ଯେଉଁ ଜାଗାରେ ସଂକ୍ରମଣ ବଢିବ ସେଠି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରାଯିବ l ପୂର୍ବରୁ କିଛି ଜାଗାରେ ସଂକ୍ରମଣ ବଢିବା ପାଇଁ,ଲୋକ ମାନଙ୍କ ହିତ ଦୃଷ୍ଟି ରୁ କଣ୍ଟେନମେଣ୍ଟ ଜୋନ କରାଯାଇଥିଲା l 7ଦିନ ହେଲାଣି ସଂକ୍ରମଣ ଉପରେ ତଳ ହେଉଛି l ମାତ୍ର କିଛି ସଂକ୍ରମଣ ଭୁବନେଶ୍ୱର ରେ ବଢିଛି l ସଂକ୍ରମଣ ବୃଦ୍ଧି ଲୋକମାନଙ୍କ ଚାଲିଚଳନ ଓ ଆଚରଣ ଉପରେ ନିର୍ଭର କରୁଛି l
କହିଛନ୍ତି ଡିଏମଇଟି ସିବିକେ ମହାନ୍ତି l ସେହିପରି ଟୀକାକରଣ ନେଇ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା। ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୨୧ ଡୋଜ ଟୀକାକରଣ ହୋଇଛି। ପ୍ରଥମ ଡୋଜ ୨ କୋଟି ୩୦ ଲକ୍ଷ ଏବଂ ଦିତୀୟ ଡୋଜ ୯୧ ଲକ୍ଷ ଟୀକାକରଣ କରାଯାଇଛି। ଯେଉଁ ମାନଙ୍କର ଦିତୀୟ ଡୋଜ ଟୀକା ନର୍ବାର ସମୟ ହୋଇଛି ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ନେଇଛନ୍ତି। ଅବଶିଷ୍ଟ ୨୦ ପ୍ରତିଶତ ଲୋକଙ୍କୁ ଦିଆଯିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି। । ସ୍ୱାସ୍ଥ୍ୟ କର୍ମୀ,ଆଶା,ଅଙ୍ଗନବାଡି କର୍ମୀଙ୍କ ସହାୟତାରେ ଟୀକାକରଣ ପାଇଁ ପ୍ରୟାସ କରାଯାଉଛି। ୧୫ ଦିନ ପୂର୍ବରୁ ୩୩ ଲକ୍ଷ ଲୋକ ଦିତୀୟ ଡୋଜ ନେବାକୁ ଥିବା ବେଳେ ଏବେ ୨୧ ଲକ୍ଷ ଲୋକ ଅଛନ୍ତି। ବର୍ତ୍ତମାନ ୨୩ ଲକ୍ଷ ଡୋଜ ଟୀକା ମହଜୁଦ ଅଛି। ଦୈନିକ ୪ ଲକ୍ଷ ଟୀକାକରଣ ପାଇଁ ଟାର୍ଗେଟ ରହିଛି । ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ ଲକ୍ଷ ରଖାଯାଇଛି।
ଭିନ୍ନକ୍ଷମ, ବୟସ,ସର୍ଜୟସାୟୀ ବ୍ୟକ୍ତିଙ୍କୁ ଘରେ ଟୀକା ଦିଆଯିବା ନେଇ ଜିଲ୍ଲା ସ୍ତରର ପ୍ରୟାସ ଆରମ୍ଭ ହୋଇଛି ।ଜିଲ୍ଲା ସ୍ତରରେ ହେଲ୍ପଳାଇନ ନମ୍ବର କରାଯାଇଛି। ସେମାନେ ପବ୍ଲିଶ କରିବେ। ସେହି ନମ୍ବରରେ ଯୋଗାଯୋଗ କଲେ ଘରେ ପହଞ୍ଚି ଟୀକାକରଣ କରାଯିବ। ୩-୪ ଦିନ ମଧ୍ୟରେ କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି।ପୂର୍ବରୁ ଘର ପାଖରେ ଟୀକାକରଣ କେନ୍ଦ୍ର କରାଯାଇଥିଲେ ବି ଅନେକ ଲୋକ ଆସିପାରିଲେନି। ଯେଉଁ ମାନେ ମୋଟ ଟୀକାକରଣ କେନ୍ଦ୍ରକୁ ଆସି ପାରୁନାହାନ୍ତି କେବଳ ସେମାନଙ୍କୁ ଘରେ ଟୀକା ଦିଆଯିବ। ଗୋଟିଏ ଡୋଜ ନେଲେ ପୂର୍ଣ ରୂପରେ ସୁରକ୍ଷିତ ନୁହେଁ। ତେଣୁ ଦିତୀୟ ଡୋଜ ନେବା ଜରୁରୀ। ବିଳମ୍ବ ହେଲେ ବି ଦିତୀୟ ଡୋଜ ନେବା ଜରୁରୀ।
ସଂକ୍ରମଣ ବୃଦ୍ଧି ଲୋକମାନଙ୍କ ଚାଲିଚଳନ ଓ ଆଚରଣ ଉପରେ ନିର୍ଭର କରୁଛି ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି…
- Advertisement -