ଯାଜପୁର : ଯାଜପୁରିଆ ଓ ଯାଜପୁରକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ନୂଆ ସେଲ୍ଫି ପଏଣ୍ଟ ପାଲଟିଛି କୁସୁମା । ଆଉ ଏହା ପାଖରେ ଏବେ ନୂଆ ସେଲ୍ଫି ପଏଣ୍ଟ ପାଲଟିଗଲା I LOVE ଯାଜପୁର କଟେଡ଼ । ସହରର ଛାତି ଉପରେ ପାନ ପତ୍ରର I love ଯାଜପୁର ଲେଖା । ଏ ପାନ ପତ୍ରକୁ ଦେଖିଲେ ସେଲ୍ଫି ପ୍ରେମୀ କେମିତିବା ନିଜକୁ ସେଲ୍ଫି ନେବାରୁ ଦୁରେଇ ରଖିବେ । ରବିବାର ଯାଜପୁର ବିଧାୟକ ଏହି କଟେଡ଼କୁ ସର୍ବ ସାଧାରଣ ପାଇଁ ଲୋକାର୍ପଣ କରିଛନ୍ତି । କେବଳ ସେତିକି ନୁହେଁ ଯାଜପୁରର ପ୍ରବେଶ ପଥରେ ମେକ୍ ଇନ ଇଣ୍ଡିଆ ଢାଞ୍ଚାରେ ନିର୍ମିତ ଦୂତମାନ ହରିଣ ସହ ସହରର ଶୋଭା ବର୍ଦ୍ଧନ କରିଛି । ଏହାସହ ବିଭିନ୍ନ ପ୍ରତିମୂର୍ତିକୁ ଉଦଘାଟନ କରିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । କାର୍ଯ୍ୟକ୍ରମ ଅନୁସାରେ ପ୍ରଥମେ କୁସୁମା କୂଳରେ କରାଯାଇଥିବା “ଆଇ ଲଭ ଯାଜପୁର’’ ଏବଂ ପୌରପାଳିକା ସଫେଇ ପାଇଁ ବ୍ୟାଟେରୀ ଗାଡି ଉଦଘାଟନ କରିବା ପରେ ସହରର ଗାନ୍ଧୀ ଛକ ନିକଟରେ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପ ଏବଂ ପରିଶେଷରେ ସହରର ପ୍ରବେଶ ପଥ କିଆନାଳୀ କୂଳ ଠାରେ ଏକ ଧାବମାନ ହରିଣର ଲୌହ ମୂର୍ତିକୁ ଉଦଘାଟନ କରିଛନ୍ତି ବିଧାୟକ ।
ପରେ ବୈଦ୍ୟରାଜପୁର ଠାରେ ଏକ ରାତ୍ରିକାଳୀନ କ୍ରିକେଟ ମ୍ୟାଚକୁ ଉଦଘାଟନ କରିଛନ୍ତି । ଆଗାମୀ ଦିନରେ ଯାଜପୁର ସହରର ପ୍ରତି କୋଣ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବ ବୋଲି କହିଛନ୍ତି ବିଧାୟକ । ଅନ୍ୟପଟେ ଅନାବଶ୍ୟକ ଲୁହା ଜିନିଷକୁ ସଂଗ୍ରହ କରି ୧୫ ଦିନର ସମୟ ଦେଇ ଏହି ପ୍ରତିମୂତ୍ତି ପ୍ରସ୍ତୁତ ହୋଇଛି ବୋଲି କହିଛନ୍ତି ଦିବ୍ୟସିଂହ ସ୍ବାଇଁ।
ଏହି ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟକ୍ରମ ଯାଜପୁରବାସୀଙ୍କୁ ଆନନ୍ଦିତ କରିଥିଵା ବେଳେ ଯାଜପୁର ବିଧାୟକଙ୍କ ଏପରି ଉଦ୍ୟମ ଯୋଗ ଆଜି ଯାଜପୁର ସହର ବିକାଶ ମୁଖୀ ହୋଇଛି ବୋଲି କହିଛନ୍ତି ସହରବାସୀ l ବିଶେଷକରି ନୂଆ ଯାଜପୁର ଗଠନ ଦିଗରେ ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଦିନରାତି ଏକ କରି କାମ କରିଚାଲିଛନ୍ତି l ଯାଜପୁରବାସୀଙ୍କ ଭଲ ପାଇବା ଓ ଆଶୀର୍ବାଦ ତାଙ୍କୁ ଯାଜପୁରକୁ ୧ ନମ୍ବର ଜିଲ୍ଲା ଭାବେ ଗଢିତୋଳିବାକୁ ବଳ ଯୋଗାଇଛି l ଏସବୁ କାର୍ଯ୍ୟକ୍ରମରେ ପୂର୍ବତନ ପୌରାଧକ୍ଷ ଭଵ ପ୍ରସାଦ ଦାସଙ୍କ ନିଷ୍ଠା ବି କିଛି କମ ନୁହେଁ l
ଯାଜପୁରର ପ୍ରତି କୋଣ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିବ : ପ୍ରଣବ
- Advertisement -