ରାଜ୍ୟସ୍ତରୀୟ ସୃଜନ କମିଟି ଓ ୱାର ରୁମ କମିଟି ଗଠନ କଲା କଂଗ୍ରେସ
ସଂଗଠନ ସୃଜନ ଅଭିଯାନ ମାଧ୍ୟମରେ ଓଡ଼ିଶାର ୩୫ ଗୋଟି ଜିଲ୍ଲା କଂଗ୍ରେସ କମିଟି ସଭାପତି ଚୟନ ପ୍ରକ୍ରିୟା ନିମନ୍ତେ ଅଖିଳ ଭାରତ କଂଗ୍ରେସ କମିଟି ୩୫ ଜଣ ଏଆଇସିସି ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛନ୍ତି । ଏହି ପର୍ଯ୍ୟବେକ୍ଷକ ମାନଙ୍କ ସହିତ ଯୋଗାଯୋଗ ଓ ସମନ୍ୱୟ ରଖିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏକ ରାଜ୍ୟସ୍ତରୀୟ ସୃଜନ କମିଟି ଏବଂ ୱାରରୁମ କମିଟି ଗଠନ କରିଛନ୍ତି । ଉପରୋକ୍ତ ଦୁଇ କମିଟି ମିଳିତ ଭାବେ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ କରିବା ପାଇଁ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍ତି । ସୃଜନ କମିଟି ରେ ଅଧ୍ୟକ୍ଷ ଭାବେ ଡ. ଦେବାଶିଷ ପଟ୍ଟନାୟକ ରହିଥିବା ବେଳେ ସହ ଅଧ୍ୟକ୍ଷ ଭାବେ ସୁଧାଂଶୁ ଶେଖର ଦେଓ ରହିଛନ୍ତି । ସେହିପରି ୱାରରୁମ କମିଟିର ଅଧ୍ୟକ୍ଷ ଭାବେ ଶ୍ରୀ ମନୋରଞ୍ଜନ ଦାଶ ରହିଥିବା ବେଳେ ସଭ୍ୟ ଭାବରେ ତରୁଣ ମିଶ୍ର, ବାଙ୍କନିଧି ବେହେରା, ଶାନ୍ତନୁ କୁମାର ସାହୁ ଓ ଜୟଶ୍ରୀ ପାତ୍ର ରହିଛନ୍ତି ବୋଲି ପିସିସି କାର୍ଯ୍ୟାଳୟ ସୂତ୍ରରୁ ଏକ ପ୍ରେସ ଇସ୍ତହାରରେ କୁହାଯାଇଛି ।
- Advertisement -
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy