ଚିରଞ୍ଜିବୀଙ୍କୁ ନବୀନଙ୍କ ସରପ୍ରାଇଜ୍

- Advertisement -

ବିଜେଡି ପ୍ରତି ନିଷ୍ଠା ଓ ଆନୁଗତ୍ୟକୁ ନବୀନ ଦେଲେ ପୁରସ୍କାର । ଚିରଞ୍ଜିବୀ ବିଶ୍ବାଳଙ୍କୁ ବିଜେଡିରେ ମିଳିଲା ବଡ଼ ଦାୟିତ୍ଵ । ଦଳର ସଭାପତି ନବୀନ ଚିରଞ୍ଜିବୀଙ୍କୁ ଦଳର ଉପସଭାପତିଭାବେ ଗୁରୁଦାୟିତ୍ଵ ପ୍ରଦାନ କରିଛନ୍ତି।
ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ଵାଳଙ୍କ ପୁଅ ଚିରଞ୍ଜିବୀ ।ଜଗତସିଂହପୁର ଜିଲ୍ଲା ରାଜନୀତିରେ ବଡ ଚେହେରା । ଦୁଇ ଦୁଇ ଥର ବିଧାୟକ । କ୍ଷମତା ଲୋଭ ନୁହେଁ, ଜନସେବାକୁ ଗୁରୁତ୍ବ ଦେଇ ନିର୍ବାଚନ ପୂର୍ବରୁ ବିନା ସ୍ବାର୍ଥ ଆଉ ସର୍ତ୍ତରେ ବିଜେଡିରେ ସାମିଲ ହୋଇଥିଲେ। ଚର୍ଚ୍ଚା ହେଉଥିଲା ସେ ବିଜେଡି ତରଫରୁ ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ବିଜେଡି ଟିକେଟରେ ଲଢେଇ କରିବେ। ହେଲେ ଟିକେଟ ତାଙ୍କୁ ମିଳିନଥିଲା।‌ ତଥାପି ନିଜ କର୍ତ୍ତବ୍ୟରେ ଅବହେଳା କରିନଥିଲେ ଚିରଞ୍ଜିବୀ। ଦଳର ଶୃଙ୍ଖଳିତ ସଦସ୍ୟ ଭାବେ ପୂରା ଜିଲ୍ଲାରେ ପ୍ରାର୍ଥୀଙ୍କ ପାଇଁ ବୁଲିବା ସହିତ ବିଜେଡି ପାଇଁ ଭୋଟ୍ ଯୋଗାଡ଼ କରିଥିଲେ ।

ନିର୍ବାଚନରେ ବିଜେଡି କ୍ଷମତା ଚ୍ୟୁତ ହୋଇଥିଲେ ବି ଚିରଞ୍ଜିବୀ ନବୀନବାବୁଙ୍କ ହାତ ଛାଡିନଥିଲେ । ବିରୋଧୀ ଭୂମିକାରେ ନବୀନ ବିଜେଡି ସଂଗଠନର ନବକଳେବର କରିଥିଲେ। ଏଥିରେ ବି ସ୍ଥାନ ପାଇନଥିଲେ ଚିରଞ୍ଜିବୀ । ତଥାପି ଅଭିମାନ କରିନଥିଲେ କି ଦାୟିତ୍ଵରେ ଅବହେଳା କରିନଥିଲେ। ଯାହାର ପରିଣାମ ସ୍ବରୂପ କଥା କମ କାମ ଅଧିକା କରୁଥିବା ଚିରଞ୍ଜିବୀଙ୍କୁ ଆଜି ଦୀପାବଳୀ ପୂର୍ବରୁ ସରପ୍ରାଇଜ୍ ଦେଇଛନ୍ତି ନବୀନ। ଏହା ସହିତ ଦଳର କର୍ମକର୍ତ୍ତାଙ୍କୁ ନବୀନ ସ୍ପଷ୍ଟରୂପେ ବାର୍ତ୍ତା ଦେଇଛନ୍ତି ଯେ, ଦଳରେ ସମସ୍ତଙ୍କର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଦଳ ପାଇଁ ଓ ରାଜ୍ୟବାସୀଙ୍କ ପାଇଁ କାମ କରୁଥିବା ଲୋକଙ୍କୁ ଦଳ ନିଶ୍ଚୟ ଗୁରୁଦାୟିତ୍ଵ ଦେବ।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles