ପାଂଚଦିନିଆ ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତର ଚତୁର୍ଥ ଦିନରେ କେନ୍ଦ୍ରମନ୍ତ୍ରୀ….

- Advertisement -

ତୈଳ, ପେଟ୍ରୋଲିୟମ ଓ ଇସ୍ପାତ କ୍ଷେତ୍ରରେ ଭାରତର ପୁଞ୍ଜିନିବେଶ ନେଇ ବିଦେଶ ପ୍ରତିନିଧିଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ
 ବିଭିନ୍ନ ପେଟ୍ରୋଲିୟମ ଉତ୍ପାଦ ବ୍ୟବସାୟ ବୃଦ୍ଧି ଉପରେ ଗୁରୁତ୍ୱାରୋପ  ଭାରତ-ୟୁଏଇ ହାଇଡ୍ରୋକାର୍ବନ କ୍ଷେତ୍ରରେ ସହଯୋଗକୁ ବୃଦ୍ଧି ନେଇ ମଧ୍ୟ ଆଲୋଚନା ଆବୁଧାବି/ଭୁବନେଶ୍ୱର, ସେପ୍ଟେମ୍ବର ୧୧ – ପାଂଚଦିନିଆ ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଆବୁଧାବି ସ୍ଥିତ ଭାରତୀୟ ତୈଳ ମନ୍ତ୍ରାଳୟର ରାଷ୍ଟ୍ରାୟତ ଉଦ୍ୟୋଗ କମ୍ପାନୀ ଇଞ୍ଜିନିୟର ଇଣ୍ଡିଆ ଲିମିଟେଡ୍ (ଇଆଇଏଲ୍)କୁ ପରିଦର୍ଶନ କରିବା ସହ ବିଭିନ୍ନ ବୈଦେଶିକ ମନ୍ତ୍ରୀଙ୍କୁ ଭେଟି ତୈଳ, ପେଟ୍ରୋଲିୟମ ଓ ଇସ୍ପାତ କ୍ଷେତ୍ରରେ ଭାରତର ପୁଞ୍ଜିନିବେଶ ନେଇ ଆଲୋଚନା କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ବିଭିନ୍ନ ରାଷ୍ଟ୍ର ସହ ଅନ୍ୱେଷଣ ଓ ଉତ୍ପାଦନ କ୍ଷେତ୍ରର ସମୀକ୍ଷା ମଧ୍ୟ କରିଥିଲେ ।କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆବୁଧାବିର ଭାରତୀୟ ରାଷ୍ଟ୍ରାୟତ ଉଦ୍ୟୋଗ ଇଆଇଏଲ୍ କମ୍ପାନୀକୁ ପରିଦର୍ଶନ କରିବା ଅବସରରେ କହିଥିଲେ ଯେ ଏହି କମ୍ପାନୀ ତୈଳ, ଗ୍ୟାସ ଓ ପେଟ୍ରୋକେମିକାଲ ଶିଳ୍ପକୁ କେନ୍ଦ୍ରରେ\nରଖି ଟେକ୍ନୋଲୋଜି ଆଧାରରେ କାର୍ଯ୍ୟ କରୁଅଛି ଏବଂ ଭାରତ ତଥା ବିଦେଶରେ ଉର୍ଜା ଭିତିଭୂମିକୁ ବିକଶିତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଆଜିର ଦିନରେ ଶ୍ରୀ ପ୍ରଧାନ ଆଜରବାଇଜାନର ଉର୍ଜା ମନ୍ତ୍ରୀ ପରଭିଭ୍ ଶାହବାଜଭଙ୍କୁ ସାକ୍ଷାତ କରିଥିଲେ । ଉଭୟେ ଭାରତୀୟ ତୈଳ କମ୍ପାନୀ ଦ୍ୱାରା ଉର୍ଜା ବ୍ୟାପାରକୁ କିପରି ସୁଦୃଢ କରାଯାଇପାରିବ ସେ ଦିଗରେ ଆଲୋଚନା କରିଥିଲେ । ଏହାବ୍ୟତିତ ଆଜରବାଇଜାନର ଅନ୍ୱେଷଣ ଓ ଉତ୍ପାଦନ ଏବଂ ଏଲଏନଜି କ୍ଷେତ୍ରରେ ସହଯୋଗ କରିବା ତଥା ଭାରତୀୟ ପୁଞ୍ଜି ନିବେଶ ଉପରେ ସମୀକ୍ଷା କରିଥିଲେ ଶ୍ରୀ ପ୍ରଧାନ ।ସେହିପରି ଥାଇଲ୍ୟାଣ୍ଡର ଶକ୍ତି ମନ୍ତ୍ରୀ ସୋନିଟାଟ୍ ସୋଂଟିଜୀରାୱଙ୍ଗଙ୍କୁ ଶ୍ରୀ ପ୍ରଧାନ ଭେଟିବା ସହ ଭାରତ ଏବଂ ଥାଇଲ୍ୟାଣ୍ଡ ମଧ୍ୟରେ ପେଟ୍ରୋଲିୟମ ଉତ୍ପାଦ ବ୍ୟବସାୟ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ ।ଅନ୍ୱେଷଣ ଓ ଉତ୍ପାଦନ କ୍ଷେତ୍ରରେ ଭାରତ ଓ ଥାଇଲାଣ୍ଡର ପୁଞ୍ଜିନିବେଶ ନେଇ ମଧ୍ୟ ଉଭୟ ମନ୍ତ୍ରୀ ଆଲୋଚନା କରିଥିଲେ । ଜୈବ ଇନ୍ଧନ କ୍ଷେତ୍ରରେ ଥାଇଲ୍ୟାଣ୍ଡର ଅଗ୍ରଣୀ ସ୍ଥିତି ଏବଂ ଭାରତ ବିଶାଳ ଜୈବ ଇନ୍ଧନ କାର୍ଯ୍ୟକ୍ରମକୁ ସ୍ୱୀକୃତି ଦେବା ସହ ଏ ଦିଗରେ ରୋଡମ୍ୟାପ୍ ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଥିଲା ।ୟୁଏଇ ରାଷ୍ଟ୍ରମନ୍ତ୍ରୀ ତଥା ଏନଡିଓସିର ଅଧ୍ୟକ୍ଷ ସୁଲତାନ ଅହମଦ ଅଲ୍ ଜାବରଙ୍କୁ ଭେଟିବା ସହ ୟୁଏଇର ଅପଷ୍ଟ୍ରିମ୍ କ୍ଷେତ୍ରରେ ଭାରତର ପୁଞ୍ଜିନିବେଶର ସମୀକ୍ଷା କରିବା ସହ ଭାରତ-ୟୁଏଇ ହାଇଡ୍ରୋକାର୍ବନ କ୍ଷେତ୍ରରେ ସହଯୋଗକୁ ବଢାଇବା ନେଇ ବିଭିନ୍ନ ପଦ୍ଧତି ଉପରେ ଆଲୋକପାତ କରିଥିଲେ । ଇସ୍ପାତ୍ କ୍ଷେତ୍ରରେ ମଧ୍ୟ ସହଯୋଗ ନେଇ ଉଭୟ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଭାରତ ଏବଂ ୟୁଏଇ ଉର୍ଜା କ୍ଷେତ୍ରରେ ଏକ ବହୁପାକ୍ଷିକ ସମ୍ବନ୍ଧ ରହିଛି । ୟୁଏଇ ଭାରତର ୃଣନୈତିକ ପେଟ୍ରୋଲିୀୟମ ଭଣ୍ଡାର (ଏସପିଆର) କାର୍ଯ୍ୟକ୍ରମରେ ସାମିଲ ହେବାର ପ୍ରଥମ ଦେଶ ଥିଲା । ଏସପିଆର କାର୍ଯ୍ୟକ୍ରମରେ ଏନଡିଓସିର ନିରନ୍ତର ଭାଗୀଦାରୀ ଉପରେ ମଧ୍ୟ ଆଲୋଚନା ହୋଇଥିଲା ବୋଲି ମନ୍ତ୍ରୀଙ୍କୁ ଭେଟିବା ପରେ ଶ୍ରୀ ପ୍ରଧାନ କହିଥିଲେ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles