ବଡ଼ ଖବର Archives - Big News Odisha

ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ ଅକ୍ଷୟ ତୃତୀୟା ଉତ୍ସବ ପାଳିତ
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌) ପକ୍ଷରୁ ଓଡ଼ିଶାର କୃଷିଭିତିକ ପର୍ବ ପବିତ୍ର ‘ଅକ୍ଷୟ ତୃତୀୟା’ ପାଳିତ ହୋଇଯାଇଛି । ନୂଆଗାଁ ସ୍ଥିତ ସୋଆ ଅନ୍ତର୍ଗତ ଆଇ.ଏନ.ଏସ ଫାର୍ମ ଓ ବିଂଝଗିରି ସ୍ଥିତ ଏ.ଆର.ଏସ ଫାର୍ମରେ ପର୍ଯ୍ୟାୟ କ୍ରମେ ଅକ୍ଷୟ ତୃତୀୟା ଉତ୍ସବ ପାଳିତ ହୋଇଯାଇଛି ।

ଏହି ଉତ୍ସବରେ ସୋଆ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର, କୃଷି ବିଜ୍ଞାନ ମହାବିଦ୍ୟାଳୟର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଏଗ୍ରିକଲଚର ରିସର୍ଚ୍ଚ କୋଅର୍ଡିନେଟର ପ୍ରଫେସର ଜେ.ଏମ.ଏଲ ଗୁଲାଟି, କ୍ଷେତ୍ର ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ବାସୁଦେବ ବେହେରା, ପରୀକ୍ଷା ସଂଯୋଜକ ପ୍ରଫେସର ରବୀନ୍ଦ୍ର ପାଇକରାୟ, ଫୁଲଚାଷ ଓ ସୌନ୍ଦର୍ଯ୍ୟକରଣ ବିଭାଗର ମୁଖ୍ୟ ପ୍ରଫେସର ଶଶିକଳା ବେଉରା, ଉଦ୍ଭିଦ ଶରୀରତତ୍ୱ ବିଭାଗର ପ୍ରାଧ୍ୟାପିକା ଡକ୍ଟର ନନ୍ଦିତା ଜେନା ପ୍ରମୁଖ ଯୋଗ ଦେଇ ପାରଂପରିକ ରୀତିନୀତି ଅନୁସାରେ ଅକ୍ଷି ମୁଠି ଅନୁକୂଳ କରିଥିଲେ । ଉତ୍ସବରେ କୃଷି ମହାବିଦ୍ୟାଳୟର ସମସ୍ତ ରିସର୍ଚ୍ଚ ସ୍କଲାର, ଫାର୍ମ କର୍ମଚାରୀ ଓ ବିଂଝଗିରିର ସ୍ଥାନୀୟ କୃଷକମାନେ ଯୋଗ ଦେଇଥିଲେ । ଏହି ଉତ୍ସବଟିକୁ ଫାର୍ମ ନିର୍ଦ୍ଦେଶକ ପ୍ରଫେସର ସରୋଜ କୁମାର ମହାନ୍ତି ଓ ପ୍ରଫେସର ମଧୁସୂଦନ ବେହେରା ପରିଚାଳନା କରିଥିଲେ ।

The post ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ ଅକ୍ଷୟ ତୃତୀୟା ଉତ୍ସବ ପାଳିତ    appeared first on Big News Odisha.

ବିଦାୟ ଯେମିତି, ସ୍ୱାଗତ ସେମିତି
ସମୟ କେବେ କାହାକୁ ଅପେକ୍ଷା କରେନି l ଯେମିତି ଆସେ ଯେମିତି ଯାଏl ଖରାପ ସମୟ ହେଉ କି ଭଲ ସମୟ ସବୁବେଳେ ରହେନାହିଁ l ଜୀବନ ରାସ୍ତାରେ କେବେ ଝୁଣ୍ଟିବାକୁ ପଡେ ତ କେବେ ପାହାଚ ପରେ ପାହାଚ ଚଢିବାକୁ. ତାହାରି ଭିତରେ ଶୀଖିବେ, ଠକିବେ ଓ ସଫଳତା ବି ପାଇବେ l କେତେବେଳେ ଏଥିପାଇଁ ଖୁସି ହୁଅନ୍ତି ତ ଆଉ କେତେବେଳେ ଦୁଃଖ, ତଥାପି ଜୀବନର ରଥ ଗଡିଚାଲେ କେତେ ଅଜଣା ବାଟ ଦେଇ. ବାଟରେ କେତେ ସ୍ମୃତି, କେତେ କାହାଣୀ ଛାପ ଲାଗିଯାଏ l ଏହି ଛାପ ତ ଭିତରେ ମଣିଷ ବଞ୍ଚେ ଆଉ ଆଗକୁ ବଢ଼େ.ବର୍ଷ ପରେ ବର୍ଷ ବିତିଯାଏ. ଅନେକ ସ୍ବପ୍ନ ପୂରଣ ହୁଏ କିଛି ବାକି ରହେ. ସବୁଦିନ ସକାଳ ହୁଏ ଠିକ ସମୟରେ ସଂଧ୍ୟା ବି l ସବୁଦିନ ନୂଆ ସକାଳ ଓ ନୂଆ ସମ୍ଭାବନା ନେଇ ଆସେ. ଏଥିରେ କିଛି ବି ବ୍ୟତିକ୍ରମ ନଥାଏ, ହଁ ଜୀବନ ଜଂଜାଳ ଭିତରେ ଆମେ କିନ୍ତୁ ଏ ସକାଳ ଓ ସମୟକୁ ନିଜ ପସନ୍ଦରେ ବିତାନ୍ତି l ଆଜି ଯିଏ ନୂଆ, କାଲି ସେ ପୁରୁଣା l କେବଳ ସମୟ ଆମକୁ ଶୀଖାଇ ଦିଏ ମୁଁ ନୂଆ ଆଉ ମୁଁ ପୁରୁଣା. ଯେମିତି ପୁରୁଣା ବର୍ଷକୁ ବିଦାୟ ଦେଇ ଆମେ ନୂଆ ବର୍ଷକୁ ସ୍ୱାଗତ କରନ୍ତି l ଏ ତ ବାସ୍ତବ l ତଥାପି ଆମେ ଏ ମାୟାଜାଲରେ ଛନ୍ଦି ହୋଇ କେବେ ବାହାରକୁ ଆସିବାକୁ ଚେଷ୍ଟା କଲେ ବି ଆସି ପାରନ୍ତିନି l କାରଣ ଏ ମାୟା ପ୍ରେମଟା ଠିକ ପ୍ରଥମ ପ୍ରେମ ପରି l ଯେତେ ଯାହା କଲେ ବି କଣ କିଏ ସେ ପ୍ରେମକୁ ଭୁଲି ପାରିବ l ସବୁ ବର୍ଷ ଆମକୁ କିଛି ଶିକ୍ଷା ଦିଏ ଅନେକ ସଫଳତା ଓ ବିଫଳତାର ପରୀକ୍ଷା ନେଇ ଆମକୁ ସଶକ୍ତ କରେ l ବର୍ଷ ପରେ ବର୍ଷ ଭିତରେ ମଣିଷ ନିଜର ଅଭିନୟ କରିଚାଲେ l ତେଣୁ ବିଦାୟ ଆଉ ସ୍ୱାଗତ ସବୁ ସମାନ l

ସଂଙ୍କଳ୍ପ, ସମ୍ଭାବନା, ସ୍ବପ୍ନ ସବୁ କିଛି ସମ୍ଭବ ଏହି ନୂଆ ଓ ପୁରୁଣା ଭିତରେ l କେବଳ ଆମେ ସମୟ ସହ ତାହା ଦେଇ ସାହସର ସହ ଆଗକୁ ବଢିଲେ ଜୀବନଟା ସୁନ୍ଦର ଓ ସରସ ହୋଇପାରିବl ମୁଁ କାଲି ଯାହା ଆଜି ବି ତାହା, କେବଳ ବର୍ଷ ବିତି ଚାଲିବl

The post ବିଦାୟ ଯେମିତି, ସ୍ୱାଗତ ସେମିତି  appeared first on Big News Odisha.

ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ \”ମୋନ୍ଥା\’ ଉତର – ଉତରପୂର୍ବ ଗୋପାଳପୁର ଠାରୁ ୫୩୦ କି.ମି ଦୂରରେ ରହିଥିବା ବେଳେ ଏହା ଆନ୍ଧ୍ର ପ୍ରଦେଶ ମୁହାଁ ହୋଇଛି ଏବଂ ମଙ୍ଗଳବାର ରାତି ୧୧ ଟାରୁ ୧.୦୦ଟା ମଧ୍ୟରେ ଦକ୍ଷିଣ ବିଶାଖାପାଟଣା ଉପକୂଳ ଦେଇ ଅତିକ୍ରମ କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ବାତ୍ୟା ସ୍ଥଳ ଭାଗ ଛୁଇଁବା ସମୟରେ ପବନର ବେଗ ଘଂଟା ପ୍ରତି ୭୫ ରୁ ୮୫ କି.ମି ହେବ ବୋଲି ସି.ଇ.ସି ପକ୍ଷରୁ କୁହାଯାଇଛି । ଘଂଟା ପ୍ରତି ୧୨ କି.ମି. ବେଗରେ ଗତି କରୁଥିବା ଏହି ବାତ୍ୟା ଓଡ଼ିଶାର ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲା ଦେଇ ଅତିକ୍ରମ କରିବ । ଏହି ସମୟରେ ପବନର ବେଗ ଘଂଟା ପ୍ରତି ୪୦ ରୁ ୫୦ କି.ମି. ରହିବ ।

ଏହାର ପ୍ରଭାବରେ ମଙ୍ଗଳବାର ରାତି ଏବଂ ବୁଧବାର ସକାଳେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି ଏବଂ କନ୍ଧମାଳ ପ୍ରଭୃତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

ସେହିପରି ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ ଏବଂ ଦେବଗଡ଼ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ଉପକୂଳବର୍ତୀ ଜିଲ୍ଲାଗୁଡିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସିଇସି ପକ୍ଷରୁ ସୂଚନା ଦିଆଯାଇଛି ।

The post ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା appeared first on Big News Odisha.

ଆଜିଠୁ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଷୋଡ଼ଶ ପୂଜା ଆରମ୍ଭ…
() ଆଜିଠୁ ମାଆଙ୍କ ଷୋଳପୂଜା ଆରମ୍ଭ। ପୀଠରେ ଦେବୀ ଆରାଧନା ଓ ଉପାସନା ଆରମ୍ଭ ହୋଇଛି। ସମସ୍ତ ଶକ୍ତି ପୀଠ ଚଳଚଞଚଳ ହୋଇଛି। ରୀତିନୀତି ଅନୁସାରେ ବିଭିନ୍ନ ଶକ୍ତି ପୀଠରେ ପୂଜା ଆରମ୍ଭ ହୋଇଛି। ପାର୍ବଣର ମହକ ଏବେ ଚାରିଆଡେ଼ ଖେଳି ଯାଇଛି। ମାଆ କଲ୍ୟାଣିମୟୀ, ଜଗତଜନନୀ ସଭିଙ୍କ ଦୁଃଖ ଦୂରକରେ। ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ପୀଠରେ ଆଜିଠାରୁ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହେବ। ଆଜି ରାତିରୁ ସମସ୍ତ ରୀତିନୀତି ଅନୁସାରେ ୧୬ଟି କଳସ ବସାଯାଇ ପୂଜା ଆରମ୍ଭ କରାଯିବ। ଭାରତ ବର୍ଷର ଗୋଟାଏ ଦେବୀ ପୀଠ ହେଉଛି ମା ବିରଜାଙ୍କ ପୀଠ, ଯେଉଁଠାରେ ୯ଦିନ ଧରି ମାଙ୍କ ବିଜୟା ରଥ ମନ୍ଦିର ପରିକ୍ରମଣ କରେ ବିଶ୍ଵର ମଙ୍ଗଳ ପାଇଁ ଅଧିଷ୍ଠାତ୍ରୀ ଦେବୀ ମା ବିରଜା ଙ୍କ ଶାରଦୀୟ ପୂଜା ଉତ୍ସବ ପାଇଁ ଚଳଚଞ୍ଚଳ ହୋଇଛି ବିରଜା କ୍ଷେତ୍ର। ଦୂତିଆ ଠାରୁ ମାଙ୍କ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଥାଏ।ମା ଙ୍କ ର ଏହି ପୂଜା ୧୬ଦିନ ଧରି ହୋଇଥାଏ। ଆଜି ସନ୍ଧ୍ୟାରେ ମା ଙ୍କ ମନ୍ଦିର ରେ ରୀତି ନୀତି ଅନୁସାରେ ପୂଜା ଅର୍ଚ୍ଚନା କରି ବିରାଟ ପଟୁଆରରେ ମନ୍ଦିରରୁ ଛତା ତରାସ ସହ ଘଣ୍ଟ ଘଣ୍ଟା ବଜାଇ ବ୍ରହ୍ମାକୁଣ୍ଡକୁ ଯାଇ କଳସ ପୂଜା ଅର୍ଚ୍ଚନା କରାଯାଇ ୧୬ କଳସ ମଧ୍ୟରୁ ୧୦ କଳସ ସ୍ଥାପନ କରାଯାଇ ଥାଏ।ଆଜି ରାତ୍ର ଠାରୁ ମା ଙ୍କ ର ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଥାଏ ।ଏହା ସହ ଯଜ୍ଞ ମଣ୍ଡପରେ ଘଟ ସ୍ଥାପନ କରାଯାଇଥାଏ ।

The post ଆଜିଠୁ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଷୋଡ଼ଶ ପୂଜା ଆରମ୍ଭ… appeared first on Big News Odisha.

ଆଜି ଗୁରୁ ଦିବସ; ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରନ୍ତି ଗୁରୁ….
() ଗୁରୁ ବ୍ରହ୍ମା,ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର,ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ। ଆଜି ହେଉଛି ପବିତ୍ର ଗୁରୁ ଦିବସ। ଭାରତର ପ୍ରଥମ ଉପ-ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ। ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଜନ୍ମ ଦିବସ ଅବସରରେ ତାଙ୍କ ସ୍ମୃତିରେ ସମଗ୍ର ଭାରତରେ ଆଜିର ଦିନରେ ଗୁରୁ ଦିବସ ରୂପେ ପାଳନ କରାଯାଏ। ଗୁରୁ ଶବ୍ଦର ଅର୍ଥ ହେଉଛି ‘ଗୁ’ ଅର୍ଥ ଅନ୍ଧକାର, ଓ ‘ରୁ’ ଅର୍ଥ ଆଲୋକ। ଅର୍ଥାତ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଆଲୋକ ଭଳି ସଠିକ ରାସ୍ତା ଯିଏ ଦେଖାନ୍ତି ସେ ହେଉଛନ୍ତି ଗୁରୁ । ଗୁରୁ ଚିରକାଳ ନମସ୍ୟ ଓ ପୂଜ୍ୟ। ମା’ ବାପାଙ୍କ ପରେ ଗୁରୁ ହିଁ ଜଣେ ଯିଏ ଆମର ମାର୍ଗଦର୍ଶକ ସାଜନ୍ତି। ଆମକୁ ଅନେକ ଶିକ୍ଷା ଦିଅନ୍ତି ଆଉ ବେଳେବେଳେ ଆମକୁ ଶୃଙ୍ଖଳିତ କରିବା ପାଇଁ କଠୋର ଅନୁଶାସନକୁ ଯିଏ ଆପଣେଇଥାନ୍ତି ସେ ହେଉଛନ୍ତି ଗୁରୁ।

କେବଳ ପାଠପଢିବା କ୍ଷେତ୍ରରେ ନୁହେଁ ଗୀତ, ନାଚ ହେଉ ଅବା ଖେଳକୁଦ ପରି ଅନେକ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଗୁରୁ ହିଁ ମୂଖ୍ୟ ଭୂମିକା ଗ୍ରହଣ କରିଥାନ୍ତି। ଶିଷ୍ୟର ଚରିତ୍ର ଗଠନ ହେଉ କିମ୍ବା ତାକୁ ଭଲ ମଣିଷ ରୂପେ ଗଢ଼ି ତୋଳିବାରେ ଗୁରୁଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ଆମ ଜୀବନରେ ଗୁରୁଙ୍କ ମହତ୍ତ୍ୱ କେତେ ରହିଛି ତାହା ବେଶ୍‌ ସମସ୍ତଙ୍କୁ ଜଣା। ଜନ୍ମଦାତ୍ରୀ ମା’ ପ୍ରତ୍ୟେକ ପିଲାର ପ୍ରଥମ ଗୁରୁ ହୋଇଥିବା ବେଳେ ଅଜ୍ଞାନର ଅନ୍ଧକାରକୁ ଦୂର କରି ଆଲୋକ ଦେଇଥାନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ। ପ୍ରତି ମୁହୂର୍ତ୍ତରେ ଜୀବନରେ ଆସୁଥିବା ଝଡ଼ଝଞ୍ଜାକୁ କିଭଳି ମୁକାବିଲା କରାଯାଇ ପାରିବ ସେନେଇ ଆମକୁ ସେମାନେ ପ୍ରସ୍ତୁତ କରିଥାନ୍ତି। ଯେତେବେଳେ ଗୁରୁ ଶିଷ୍ୟଙ୍କ କଥା ଆଲୋଚନା ହୁଏ ସେତେବେଳେ ଗୁରୁ ଦ୍ରୋଣାଚାର୍ଯ୍ୟ ଓ ଏକଲବ୍ୟଙ୍କ କଥା ମନକୁ ଆସେ। ସେମାନଙ୍କର କାହାଣୀ ଏକ ରୋଚକପୂର୍ଣ୍ଣ। କିପରି ସେ ଗୁରୁ ଦ୍ରୋଣଙ୍କୁ ଗୁରୁ ଦକ୍ଷିଣାରେ ନିଜ ଆଙ୍ଗୁଠିକୁ କାଟି ଦେଇଥିଲେ ସେ କାହାଣୀ ଆଜି ବି ସମସ୍ତଙ୍କ ମନରେ ଅଛି।

୧୯୫୪ ମସିହାରେ ଶିକ୍ଷା ଏବଂ ରାଜନୀତିରେ ନିଜର ଯୋଗଦାନ ପାଇଁ ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କୁ ଭାରତ ସମ୍ମାନରେ ସମ୍ମାନିତ କରଯାଇଥିଲା। ସେ ରାଜନୀତିରେ ଅସୀମ ହେବା ପରେ ହିଁ ନିଜେ ନିଜକୁ ଶିକ୍ଷକ ରୂପେ ଗ୍ରହଣ କରିଥିଲେ। ଏହି କାରଣରୁ ସେପ୍ଟେମ୍ବର ୫ ତାରିଖକୁ ହିଁ ଗୁରୁ ଦିବସ ରୂପେ ପାଳନ କରାଯାଇଥାଏ। ବିଦ୍ୟାର୍ଥୀମାନଙ୍କ ପାଇଁ ଗୁରୁ ହେଉଛନ୍ତି ବନ୍ଧୁ, ଦାର୍ଶନିକ, ପଥ ପ୍ରଦର୍ଶକ ଏପରିକି ସାକ୍ଷାତ ଈଶ୍ୱର ମଧ୍ୟ ତେଣୁ ଜଗନ୍ନାଥ ଦାସଙ୍କ ଭାଗବତରେ ଲେଖା ଅଛି ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର।

The post ଆଜି ଗୁରୁ ଦିବସ; ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରନ୍ତି ଗୁରୁ…. appeared first on Big News Odisha.

ଆଜି ପବିତ୍ର ଜନ୍ମାଷ୍ଟମୀ; ମାନବ ରୂପରେ ଧରାବତରଣ କରିବେ ଭଗବାନ…
() ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ବା ଜନ୍ମାଷ୍ଟମୀ ରୂପେ ପାଳନ କରାଯାଏ। ହିନ୍ଦୁମାନଙ୍କର ଏହା ଏକ ମୂଖ୍ୟ ପର୍ବ। ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ଭଗବାନ ବିଷ୍ଣୁ। ଏହା ଥିଲା ତାଙ୍କର ଶ୍ରୀକୃଷ୍ଣ ଅବତାର। କଂସଦ୍ୱାରା ବନ୍ଦୀ ଭଗ୍ନୀ ଦେବକୀଙ୍କ ଅଷ୍ଟମ ଗର୍ଭରୁ ବନ୍ଦିଶାଳାରେ ଅର୍ଧ ରାତ୍ରୀରେ ରୋହିଣୀ ନକ୍ଷତ୍ର-ବୃଷରାଶିର ସଂଯୋଗ ସମୟରେ କୃଷ୍ଣ ଜନ୍ମ ଲାଭ କରିଥିଲେ।

ବନ୍ଦିଶାଳାରେ ମାତା-ପିତାଙ୍କୁ ଶ୍ରୀକୃଷ୍ଣ ଜଣାଇଥିଲେ ତାଙ୍କର ଧରାବତରଣ ଉଦ୍ଦେଶ୍ୟ। ସେ ଦୁଷ୍ଟ ଶକ୍ତିର ବିନାଶ ଓ ଧର୍ମ ପ୍ରତିଷ୍ଠା ନିମନ୍ତେ ମାନବ ରୂପ ଧାରଣ କରିଛନ୍ତି ଏବଂ ତାଙ୍କର ମାନବ ଲୀଳା ହିଁ ପୃଥିବୀରୁ ସମସ୍ତ ପ୍ରକାର କଳୁଷ ନାଶ କରିପାରିବ। କଂସର ଅତ୍ୟାଚାରରୁ ମୁକ୍ତ କରିବା ନିମନ୍ତେ ବ୍ରହ୍ମାଙ୍କ ସହ ଦେବଗଣଙ୍କ ଅନୁରୋଧ ରକ୍ଷାକରି,ସେ ଜନ୍ମ ନେଇଛନ୍ତି। ରାକ୍ଷସ ନିପାତ ପାଇଁ ତାଙ୍କୁ ନନ୍ଦରାଜାଙ୍କ ଘରେ ରହିବାକୁ ପଡ଼ିବ, ତେଣୁ ସେଠାରେ ଜନ୍ମ ନେଇଥିବା ବିଜୁଳୀ କନ୍ୟାକୁ ବନ୍ଦୀଶାଳାକୁ ଆଣି ତାଙ୍କୁ ନେଇ ଗୋପପୁରରେ ନନ୍ଦରାଜାଙ୍କ ଘରେ ସମସ୍ତଙ୍କ ଅଗୋଚରରେ ଥୋଇଦେଇ ଆସିବାକୁ ପିତାଙ୍କୁ କହିଲେ। ପ୍ରବଳ ବର୍ଷା ସାଙ୍ଗକୁ ଅନ୍ଧାର ରାତିରେ ବସୁଦେବ ପୁତ୍ରକୁ ନେଇ ଉଛୁଳି ଉଠୁଥିବା ଯମୁନା ନଦୀ ପାର ହେଇ ଗୋପପୁରକୁ ଗଲେ। ପ୍ରଭୁ ବର୍ଷାରେ ତିନ୍ତି ଯାଉଥିବାରୁ ବାଟରେ ନାଗରାଜା ଅନନ୍ତ ବାସୁକି ନିଜର ବିଶାଳ ଫଣା ଢାଙ୍କି ଚାଲିଲେ। ସବୁ ବାଧାବିଘ୍ନ ଅତିକ୍ରମ କରି ଶ୍ରୀକୃଷ୍ଣଙ୍କୁ ନେଇ ନନ୍ଦଘରେ ଛାଡିଥିଲେ ବସୁଦେବ। ପ୍ରଭୁ ଶ୍ରୀକୃଷ୍ଣଙ୍କ ଏହି ପବିତ୍ର ଜନ୍ମ ଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ।

କୃଷ୍ଣ ମଥୁରାରେ ଦେବକୀଙ୍କ ଗର୍ଭରୁ ବନ୍ଦୀଶାଳାରେ ଜନ୍ମ ହୋଇଥିଲେ। ଅତ୍ୟାଚାରୀ କଂସଙ୍କୁ ବଧ କରିବା ପାଇଁ ସେ ମାନବ ଜନ୍ମ ନେଇଥିଲେ। କୃଷ୍ଣ ହିଁ କଂସର ମୃତ୍ୟୁର କାରଣ ହେବ ଏହା କଂସକୁ ଭବିଷ୍ୟବାଣୀ ହୋଇଥିଲା। ଏଥିପାଇଁ ସେ ଜନ୍ମରୁ ହିଁ କୃଷ୍ଣଙ୍କୁ ମାରି ଦେବାକୁ ଚାହୁଁଥିଲା। କୃଷ୍ଣଙ୍କୁ ବଞ୍ଚେଇବା ପାଇଁ ଜନ୍ମ ପରେ କୃଷ୍ଣଙ୍କୁ ପିତା ବସୁଦେବ ଗୋପପୁରରେ ଅର୍ଥାତ ନନ୍ଦ ଓ ଯଶୋଦାଙ୍କ ପାଖରେ ଛାଡ଼ି ଆସିଥିଲେ। ଏହାପରେ ଗୋପପୁରରେ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳିତ ହୋଇଥିଲା। କୃଷ୍ଣଙ୍କ ଜନ୍ମ ପରଦିନ ଗୋପପୁରରେ ଅର୍ଥାତ ନନ୍ଦରାଜାଙ୍କ ଘରେ ଉତ୍ସବ ପାଳିତ ହୋଇଥିଲା। ସେଥିପାଇଁ ଏହାକୁ ନନ୍ଦ ଉତ୍ସବ ବୋଲି କୁହାଯାଏ ଏହା ଜନ୍ମାଷ୍ଟମୀର ପରଦିନ ପାଳିତ ହୋଇଥାଏ।

The post ଆଜି ପବିତ୍ର ଜନ୍ମାଷ୍ଟମୀ; ମାନବ ରୂପରେ ଧରାବତରଣ କରିବେ ଭଗବାନ… appeared first on Big News Odisha.

ଆଜି ରାକ୍ଷୀ ପୂର୍ଣ୍ଣିମା; ଭାଈର ହାତରେ ସ୍ନେହର ଡୋରି ବାନ୍ଧିବ ଭଉଣୀ…
() ଆଜି ପବିତ୍ର ଗହ୍ମାପୂର୍ଣ୍ଣିମା ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ । ଆଜି ଦିନରେ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ମନାସିଥାଏ। ଭାଇ ଭଉଣୀର ସମ୍ପର୍କକୁ ଦୁନିଆର ସବୁଠୁ ପବିତ୍ର ସମ୍ପର୍କ ବୋଲି କୁହାଯାଏ । ଏହି ରାକ୍ଷୀ ପ୍ରତ୍ୟେକ ଭାଇ-ଭଉଣୀ ପାଇଁ ସ୍ନେହ ଓ ଭଲ ପାଇବାର ସାକ୍ଷୀ । ଭାରତୀୟ ପରମ୍ପରା ଅନୁସାରେ ଆଜିର ଦିନକୁ ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣମୀ ବୋଲି କୁହାଯାଏ । ତେବେ ଏହି ଦିନଟି ପାଇଁ ଭଉଣୀ ଟିଏ ତା ଭାଇକୁ ରାକ୍ଷୀ ବାନ୍ଧିବ ବୋଲି ଚାତକ ଭଳି ଅନେଇ ବସିଥାଏ ।

ରାକ୍ଷୀର କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥାଏ ପ୍ରସ୍ତୁତି । ବଜାରରେ ବିଭିନ୍ନ ପ୍ରକାର ରାକ୍ଷୀର ସମ୍ଭାର ନେଇ ଖୋଲେ ଦୋକାନ ମାନ । ଆଉ ଭଳିକି ଭଳି ରାକ୍ଷୀ ହୁଏ ବିକ୍ରି । ଆଉ ଆଜି ଏନେଇ ଉତ୍ସବ ମୁଖର ହୋଇଉଠିଛି ଗାଁରୁ ସହର । ଘରେ ଘରେ ପିଠା ପଣାର ଆସର । ପରିବାର ଭିତରେ ବନ୍ଧୁବାନ୍ଧବଙ୍କ ଗହଣରେ ଏହି ଦିନଟି ବିତିଥାଏ । ଆଉ ଭାଇର ଦୀର୍ଘାୟୁ ଏବଂ ସଫଳତା କାମନା କରି ପ୍ରତିଟି ଭଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ । ଆଉ ଭାଇ ତାର ସର୍ବଦା ରକ୍ଷା କବଚ ହେଇ ତା ସହିତ ଜୀବନ ଯୁଦ୍ଧରେ ରହିଥାଉ ବୋଲି ଭଉଣୀ କାମନା କରିଥାଏ।

ଏହି ପର୍ବଟି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ୍ପରା ସହ ମଧ୍ୟ ଜଡିତ ରକ୍ଷା ବନ୍ଧନ ପର୍ବ।ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଆଜି ମଧ୍ୟାହ୍ନଧୂପ ପରେ ଭଉଣୀ ସୁଭଦ୍ରା ଦୁଇଭାଇ ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇବେ। ତେବେ ଭାଇ ଭଉଣୀର ପବିତ୍ର ସମ୍ପର୍କର ନିଦର୍ଶନ ସ୍ଵରୁପ ପାଟରା ବିଶୋୟୀଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ରାକ୍ଷୀ ଓ ଗୁଆମାଳକୁ ମହାପ୍ରଭୁଙ୍କୁ ସିଂହାରୀ ସେବକ ମାନେ ଲାଗି କରାଇବେ। ସେହିପରି ଆଜି ପ୍ରଭୁ ସୁଦର୍ଶନ ଚାରି ଆଶ୍ରମକୁ ବିଜେ କରିବାକୁ ଥିବା ବେଳେ ମାର୍କଣ୍ଡ ପୁଷ୍କରିଣୀ ଠାରେ ବଳଭଦ୍ରଙ୍କ ଜନ୍ମନୀତି ମଧ୍ୟ ଅନୁଷ୍ଠିତ ହେବ। ଏହି ସ୍ୱତନ୍ତ୍ର ନୀତି ଭୋଗମଣ୍ଡପ ପରେ ଦଇତାପତି ସେବାୟତମାନେ ସୁଦର୍ଶନଙ୍କୁ ଚଉଦଳରେ ବିଜେ କରାଇ ନୀତି ସମାପନ କରିବେ।

ଆଜି ଶ୍ରୀମନ୍ଦିରରେ ମଧ୍ୟ ବଳଭଦ୍ରଙ୍କ ଜନ୍ମନୀତି ଅନୁଷ୍ଠିତ ହେବ । ଦ୍ୱିପହର ଧୂପ ପରେ ମଙ୍ଗଳାର୍ପଣ କରାଯାଇ ସ୍ୱତନ୍ତ୍ର ନିତୀ ଅନୁଷ୍ଠିତ ହେବାସହ ଚକ୍ରରାଜ ସୁଦର୍ଶନ ବିମାନରେ ମାର୍କଣ୍ଡ ପୁଷ୍କରଣୀକୁ ବିଜେ କରିବେ । ସେଠାରେ ମାଟିର ବଳଭଦ୍ର ପ୍ରତିମା ନିର୍ମାଣ କରାଯିବ । ପୂଜାପଣ୍ଡା ସେବକ ଜୀବନ୍ୟାସ ଦେବାପରେ ଜାତକର୍ମ ଅନୁଷ୍ଠିତ ହେବ । ପରେ ପଂଚୋପଚାର, ଶୀତଳ ମଣୋହୀ ଓ ବନ୍ଦାପନା କରାଯାଇ ବଳଭଦ୍ରଙ୍କ ମାଟି ପ୍ରତିମାକୁ ମାର୍କଣ୍ଡ ପୁଷ୍କରଣୀରେ ବିସର୍ଜନ କରାଯିବ । ଏହାପରେ ବିମାନବଡୁ ସେବକ ମାନେ ସୁଦର୍ଶନଙ୍କୁ ବିମାନରେ ବସାଇ ଚାରି ଆଶ୍ରମ ଭ୍ରମଣ କରାଇବା ପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ।

The post ଆଜି ରାକ୍ଷୀ ପୂର୍ଣ୍ଣିମା; ଭାଈର ହାତରେ ସ୍ନେହର ଡୋରି ବାନ୍ଧିବ ଭଉଣୀ… appeared first on Big News Odisha.

ସୋଆରେ ଦୁଇ ଦିନିଆ ‘ବିକଶିତ ଭାରତ ଯୁବ ସଂସଦ ୨୦୨୫’ କାର୍ଯ୍ୟକ୍ରମ ଉଦ୍‌ଘାଟିତ….
() ଖୋର୍ଦ୍ଧା ଜିଲ୍ଲା ପାଇଁ ଆରମ୍ଭ ହେବାକୁ ଯାଉଥିବା ସୋଆ ଏନ୍‌ଏସ୍‌ଏସ୍ ବ୍ୟୁରୋ ଦ୍ୱାରା ଆୟୋଜିତ ଦୁଇ ଦିନିଆ ‘ବିକଶିତ ଭାରତ ଯୁବ ସଂସଦ ୨୦୨୫’ କାର୍ଯ୍ୟକ୍ରମ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) କ୍ୟାମ୍ପସର ବାଂଶୁରୀଗୁରୁ ଅଡିଟୋରିୟମ୍‌ରେ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖୋର୍ଦ୍ଧା ଜିଲ୍ଲା ପାଇଁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟକୁ ‘ବିକଶିତ ଭାରତ ଯୁବ ସଂସଦ ୨୦୨୫’ର ନୋଡାଲ କେନ୍ଦ୍ର ଭାବେ ଚୟନ କରିଥିବାରୁ ନେହେରୁ ଯୁବ କେନ୍ଦ୍ର ସଂଗଠନ ଭୁବନେଶ୍ୱର ଓ ଏନ୍‌ଏସ୍‌ଏସ୍ ଭୁବନେଶ୍ୱରକୁ ସାଧୁବାଦ ଦେଇଥିଲେ ।

କାର୍ଯ୍ୟକ୍ରମରେ ସୋଆ ଆଉଟ୍‌ରିଚ୍ ନିର୍ଦ୍ଦେଶକ ତଥା ଏନ୍‌ଏସ୍‌ଏସ୍ ବ୍ୟୁରୋର କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ଡକ୍ଟର ନଚିକେତା ଶର୍ମା ସମସ୍ତ ଅତିଥିବୃନ୍ଦଙ୍କୁ ସ୍ୱାଗତ କରି ସେମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଏନଏସ୍‌ଏସ୍ ଭୁବନେଶ୍ୱରର ଯୁବ ଅଧିକାରୀ ଶ୍ରୀ ଅଜିତ କୁମାର ଯୁବ ସଂସଦ କାର୍ଯ୍ୟକ୍ରମର ଗଠନ ଉପରେ ବକ୍ତବ୍ୟ ରଖିଥିଲେ ।

ଏନଏସଏସ୍ ଭୁବନେଶ୍ୱରର ଆଂଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ ତାଙ୍କ ବକ୍ତବ୍ୟରେ କହିଥିଲେ ‘ଭାରତ ସରକାରଙ୍କର ଏହି ‘ବିକଶିତ ଭାରତ ଯୁବ ସଂସଦ ୨୦୨୫’ କାର୍ଯ୍ୟକ୍ରମ ଅନେକ ଯୁବାପ୍ରତିଭାଙ୍କୁ ଆଗକୁ ଆସିବାର ସୁଯୋଗ ପ୍ରଦାନ କରିଛି ଏବଂ ସେମାନଙ୍କ ପ୍ରତିଭା ଓ ବିଚାରକୁ ସର୍ବ ସମ୍ମୁଖରେ ଉପସ୍ଥାପିତ କରିବାର ସୁଯୋଗ ପ୍ରଦାନ କରିଛି । ସେହିପରି ନେହେରୁ ଯୁବ କେନ୍ଦ୍ର ସଂଗଠନ ଭୁବନେଶ୍ୱର (ପୂର୍ବାଂଚଳ)ର ଆଂଚଳିକ ନିର୍ଦ୍ଦେଶକ ଶ୍ରୀ ଶିବାଜୀ ମୁରଲୀଧର ଖରାଟ ମଧ୍ୟ କହିଥିଲେ ଯେ ଆମ ଯୁବ ବକ୍ତାଙ୍କୁ ଶୁଣିଲେ ଲାଗେ ଆମ ଭାରତରେ କେତେ ପ୍ରତିଭାପୂର୍ଣ୍ଣ ଯୁବକ ଅଛନ୍ତି ।

ନେହେରୁ ଯୁବ କେନ୍ଦ୍ର ସଂଗଠନର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ବିପିନ କୁମାର ତାଙ୍କ ଅଭିଭାଷଣରେ କହିଥିଲେ ଯେ ପୂର୍ବରୁ କରୋନା ସମୟରେ ଏହି କାର୍ଯ୍ୟକ୍ରମ ଅନ୍‌ଲାଇନ୍ ମାଧ୍ୟମରେ ହେଉଥିଲା । ଏବେ ଅଫଲାଇନ୍ ମାଧ୍ୟମରେ ହେଉଛି ଯେଉଁଥିରେ ଅଂଶଗ୍ରହଣ କରିଥିବା ଯୁବାମାନେ ଭାରତର ବିକାଶ ପାଇଁ ତାଙ୍କ ବକ୍ତବ୍ୟ ରଖିବେ ଏବଂ ଯୁବ ସଂସଦ ପାଇଁ ମନୋନୀତ ହେବେ ।

କାର୍ଯ୍ୟକ୍ରମର ସଂଯୋଜକ ସୋଆ ଏନଏସଏସ୍ ବ୍ୟୁରୋ ଡକ୍ଟର କମଳଲୋଚନ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରୁ ପ୍ରାୟ ୧୨୦ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ବିଷୟ ‘ଏକ ଦେଶ, ଏକ ନିର୍ବାଚନ’ ରହିଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଉଥିବା ବେଳେ ୫ ଜଣ ବିଚାରକ ଭୂମିକା ତୁଲାଇବେ ।

The post ସୋଆରେ ଦୁଇ ଦିନିଆ ‘ବିକଶିତ ଭାରତ ଯୁବ ସଂସଦ ୨୦୨୫’ କାର୍ଯ୍ୟକ୍ରମ ଉଦ୍‌ଘାଟିତ…. appeared first on Big News Odisha.

ବିଧାନସଭାରେ ବିଜେପିର ମନମାନି;ଗର୍ଜିଲା କଂଗ୍ରେସ…
() ବିଧାନସଭାରେ ବିଜେପିର ମନମାନି ଓ ଗଣତନ୍ତ୍ରକୁ ହତ୍ୟା ବିରୋଧରେ ଗର୍ଜିଲା କଂଗ୍ରେସ। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳୀୟ ବିଧାୟକ ମାନେ ବିଜେପିକୁ କଲେ ଟାର୍ଗେଟ। ଦୀର୍ଘ ଦିନ ହେଲା ବିଧାନସଭା ଭିତରେ ନାରୀ ସୁରକ୍ଷା, ଛାତ୍ରୀ ନିର୍ଯାତନା ବିରୋଧରେ କଥା ଉଥାଉଛି କଂଗ୍ରେସ। ଝିଅ, ମା, ଭଉଣୀ ୯ ମାସର ସରକାର ସମୟରେ ପ୍ରତିଦିନ ନିର୍ଯ୍ୟାତିତ। ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ତାରା ବାହିନୀପତିଙ୍କୁ ଅନ୍ୟାୟ ଭାବେ ସସପେଣ୍ଡ କରାଗଲା। ସାତ ଦିନ ହେଲାଣି। ଓଡ଼ିଶାର ସ୍ୱାର୍ଥ ପାଇଁ ଯେଉଁ ସଦସ୍ୟ ମାନେ ଗୃହରେ ସ୍ୱର ଉଠାଉଛନ୍ତି ତାଙ୍କୁ ଶାସ୍ତି ଦିଆଯାଉଛି। ଶାସକ ଦଳର ଦାୟିତ୍ୱ ବିରୋଧୀଙ୍କୁ ସାଙ୍ଗରେ ନେଇ ଗୃହ ସୁପରିଚାଳନା କରିବା କଥା। ତୁରନ୍ତ ସର୍ବଦଳୀୟ ବୈଠକ ଡାକନ୍ତୁ ଓ ଗୃହ କମିଟି ଗଠନ କରନ୍ତୁ। ୯ ମାସରେ ନିର୍ଯ୍ୟାତନା ବଢିଛି ବ୍ୟାପକ ଭାବେ। ଆଦିବାସୀ, ଦଳିତ, ଓବିସି ମା ମହିଳା ସବୁ ଅସୁରକ୍ଷିତ। ଗୃହ କମିଟି ନ ହେବା ଯାଏ ଜାରି ରହିବ ବିରୋଧ। ସରକାର ମୁକ ବଧିର। ଶାସନ ଅନ୍ଧ। ରାଜଧାନୀରେ ହୋଲିରେ ମର୍ଡର। ସାରା ରାଜ୍ୟର ଲୋକେ ଅସୁରକ୍ଷିତ। ବିଧାନସଭା ରେ ତିନି ଦିନ ହେଲାଣି ଦାବି ହେଉଛି କିନ୍ତୁ ବିଧାନସଭାରେ ବିରୋଧୀଙ୍କ ଏହି କଥା ପ୍ରସାରଣ ହେଉନି। ଗଣତନ୍ତ୍ରକୁ ହତ୍ୟା ପାଇଁ ଡବଲ ଇଂଜିନ ସରକାରର ଏହା ଷଡଯନ୍ତ୍ର। ଶାସକ ଦଳର ଯେତିକି ଅଧିକାର ବିରୋଧୀ ମାନଙ୍କର ସେତିକି ଅଧିକାର। ସରକାର ଯେତେବେଳେ ସ୍ବେଚ୍ଛାଚାରୀ ହୋଇଯିବ। ତାହେଲେ ଲଢେଇ ପାଇଁ କେବେ ପଛଘୁଞ୍ଚା ଦେବ ନାହିଁ। ଆଗାମୀ ୨୭ ତାରିଖରେ ବିଧାନସଭା ଘେରାଉ ହେବ।

The post ବିଧାନସଭାରେ ବିଜେପିର ମନମାନି;ଗର୍ଜିଲା କଂଗ୍ରେସ… appeared first on Big News Odisha.

କାଲିଠାରୁ ସକାଳୁଆ ସ୍କୁଲ…
() ଆସନ୍ତାକାଲି ଠାରୁ ସକାଳୁଆ ସ୍କୁଲ। ସକାଳ 6:30 ରୁ 10:30 ଯାଏଁ ହେବ କ୍ଲାସ। ଏ ନେଇ ସମସ୍ତ ଜିଲ୍ଳାପାଳଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ।ସ୍କୁଲରେ ରହିବ ପର୍ଯ୍ୟାପ୍ତ ORS ପ୍ୟାକେଟ ଓ ପାନୀୟ ଜଳ ସୁବିଧା। ଆଉଟଡୋର କାମରୁ ବିରତ ରହିବାକୁ ନିର୍ଦ୍ଦେଶ। ଅଭିଭାବକମାନଙ୍କୁ ସଚେତନ କରାଯିବ। ପିଲାମାନଙ୍କୁ ବି ସ୍କୁଲରେ ଖରାରୁ ରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ। ତାପମାତ୍ରାକୁ ଦୃଷ୍ଟି ରଖି ସମୟ ପରିବର୍ତନର ନିଷ୍ପତ୍ତି ନେବେ ଜିଲ୍ଲାପାଳ।

The post କାଲିଠାରୁ ସକାଳୁଆ ସ୍କୁଲ… appeared first on Big News Odisha.