ବସନ୍ତପଣ୍ଡା ବିନା ବିକଶିତ ନୂଆପଡ଼ାର ସ୍ବପ୍ନ ଦେଖାଇଲେ ମନମୋହନ !
ନୂଆପଡା ଉପ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେପିର ରାଜନୀତି ସେତେ ଉଷ୍ମ ହେଉଛି। ବସନ୍ତ ପଣ୍ଡା କି ତାଙ୍କ ପୁଅକୁ ଦଳୀୟ ଟିକେଟ ମିଳିନଥିବାରୁ ନୂଆପଡ଼ା ରାଜନୀତିରେ କାହିଁ କେତେ ଚର୍ଚ୍ଚା। ଉପରୁ ବିଜେପି ରାଜନୀତି ଯାହା ଦେଖା ଦେଉଛି ଦଳ ଭିତରେ ନୂଆପଡ଼ା କୁ ସବୁକିଛି ଠିକ୍ ଠାକ୍ ଚାଲିନାହିଁ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ପୋଷଣ କରୁଛନ୍ତି । ଆଉ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଉଛି ନୂଆପଡ଼ାରେ ଘଟୁଥିବା କେତେକ ଘଟଣାବଳି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଉପ ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ନେତୃବୃନ୍ଦ ନୂଆପଡ଼ାରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ବିକଶିତ ନୂଆପଡ଼ା ଗଠନ କରିବ ବୋଲି ନୂଆପଡା ବାସୀଙ୍କୁ ସ୍ବପ୍ନ ଦେଖାଇଛି। ହେଲେ ନୂଆପଡାରେ ଦଳକୁ ସଂଗଠିତ କରିଥିବା ନେତା ପୂର୍ବତନ ରାଜ୍ୟ ସଭାପତି , ସାଂସଦ,ବିଧାୟକ ବସନ୍ତ ପଣ୍ଡାଙ୍କୁ କିନ୍ତୁ ଏହି ସାମ୍ବାଦିକ ସମ୍ମିଳନୀରେ ଦେଖିବାକୁ ମିଳିନଥିଲା। ବିଜେପି ପ୍ରେସ ମିଟ ବିଜେପି ରାଜ୍ୟ ସଭାପତି କହିଥିଲେ
ଆମ ସରକାର ଗଠନ ପରେ ଏ ପ୍ରଥମ ଉପନିର୍ବାଚନ। ଏ ଉପନିର୍ବାଚନରେ ଜୟ ଢୋଲକିଆ ଆମର ପ୍ରାର୍ଥୀ। କେନ୍ଦ୍ରରେ ମୋଦି ସରକାରଙ୍କ ଜନ ମଙ୍ଗଳ କାର୍ଯ୍ୟ ପାଇଁ ଆମେ ଓଡ଼ିଶାରେ 500 ଦିନ ପୁରଣ କରିଛୁ। ନିର୍ବାଚନ ପୂର୍ବରୁ ଇସ୍ତାହାରରେ ଯାହା ଲେଖିଥିଲୁ ତାହା କରିଛୁ। ମେଡିକାଲ କଲେଜ ମଧ୍ୟ କେନ୍ଦ୍ରରୁ ଅନୁମୋଦନ ହୋଇଛି। ମୁଖ୍ୟମନ୍ତ୍ରୀ ନିଜେ ଏକଥା କରିଛନ୍ତି। ଦାଦନ ସମସ୍ୟାର ସମାଧାନ ପାଇଁ କରିବା ପାଇଁ ସଂକଳ୍ପ ନେଇଛୁ। ନୂଆପଡାକୁ ଉପନିର୍ବାଚନ ଆମ ପାଇଁ ଦାୟିତ୍ୱ। ଆମେ ତାକୁ ସ୍ୱୀକାର କରୁଛୁ।ନୂଆପଡ଼ାର ସାମଗ୍ରିକ ବିକାଶ କରିବା। ତେଣୁ ସବୁ ଜନସାଧାରଣକୁ ଅନୁରୋଧ କରୁଛୁ ନିର୍ବାଚନରେ ଜୟଙ୍କୁ ସମର୍ଥନ କରିନ୍ତୁ। ବିଜେପି ରାଜ୍ୟ ସଭାପତି ସାମ୍ବାଦିକ ସମ୍ମିଳନୀରେ ବସନ୍ତ ପଣ୍ଡା କି ତାଙ୍କ ପୁଅ ନଥିଲେ। ଏ ଘଟଣା ପରେ ସନ୍ଧ୍ୟାରେ ରାଜଧାନୀରେ ଆଉ ଏକ ରୋଚକ ରାଜନୀତି ଦେଖିବାକୁ ମିଳିଲା। ବସନ୍ତ ପଣ୍ଡାଙ୍କ ପୁତୁରା ବିଜେଡିରେ ସାମିଲ ହେଲେ। ବିଜେପିରେ ଜୟ ଢୋଲକିଆ ପ୍ରାର୍ଥୀ ହେବା ପରେ ଦଳରେ ଅସନ୍ତୋଷ ବହୁ ମାତ୍ରାରେ ବଢ଼ି ଯାଇଛି। ରାଜନୈତିକ ସମୀକ୍ଷକ ମତ ବିଜେପିରେ ଗୋଷ୍ଠୀ ବିବାଦ ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି ନୀତିରେ ଅଛି। ଯାହାକୁ ନେଇ ରାଜଧାନୀ ରୁ ନୂଆପଡା ଯାଏ ନାନା ଚର୍ଚ୍ଚା।
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy