କୋମନା ବ୍ଲକରେ ନବୀନଙ୍କ ସଭାରେ ଜନ ସମୁଦ୍ର ପାଲଟିଥିଲା । ଯାହା ନବୀନଙ୍କ ଲୋକପ୍ରିୟତାକୁ ପୁଣି ପ୍ରମାଣିତ କରିଛି । ପୁରା ଓଡିଶାର ନଜର ଥିଲା କୋମନା ବ୍ଲକରେ ନବୀନଙ୍କ ନିର୍ବାଚନୀ ସଭା ଉପରେ। କାରଣ ବିଜେଡି ଏବେ ଶାସନରେ ନାହିଁ ।
ଶାସନରେ ଥିବା ବେଳେ ନବୀନ ପଟ୍ଟନାୟକ ସଭାରେ ଯେଉଁ କ୍ରେଜ୍ ରହୁଥିଲା, ଶାସନରୁ ଗଲା ପରେ ତାହା ଅତୁଟ ରହିଛି କି ନାହିଁ ପୁରା ଓଡ଼ିଶାବାସୀ ଓ ତୃତୀୟ ମହଲାର ନଜର ରହିଥିଲା। ହେଲେ ଜନ ନାୟକଙ୍କ ଜନତା ସଭା ଜନ ସମୁଦ୍ର ପାଲଟିବା ନୂଆପଡ଼ା ଉପ ନିର୍ବାଚନର ମହୋଲ ବଦଳାଇ ଦେଇଛି।
ବିଜେଡି ତୃଣମୂଳସ୍ତରରେ କେତେ ଶକ୍ତିଶାଳୀ ତାହା ନୂଆପଡାର କୋମନା ବ୍ଲକରୁ ରାଜ୍ୟ ରାଜନୀତିକୁ ବାର୍ତ୍ତା ଆସିଛି ।
ନିଜର ସାଂଗଠନିକ ଦକ୍ଷତା ପାଇଁ ଓଡିଶା ରାଜନୀତିରେ ସ୍ବତନ୍ତ୍ର ପରିଚୟ ସୃ୍ଷ୍ଟି କରିଥିବା ବବି କୋମନାର ମଧ୍ୟ ନିଜର ସାଂ
ଗଠନିକ ଦକ୍ଷତା ଦେଖାଇଛନ୍ତି । ଓଡିଶା ଜନନେତା ନବୀନ ପଟ୍ଟନାୟକଙ୍କ ସଭା ଜନ ସମୁଦ୍ରରେ ପାଲିଟିବା ତାହାର ପ୍ରମାଣ । କୋମନା ନିର୍ବାଚନୀ ସଭାକୁ ସଫଳ କରିବା ପାଇଁ ଦିନରାତି ଏକ କରି ବବି ଦାସ କାମ କରିଥିଲେ ।
ବ୍ଲକ ଦାୟିତ୍ବରେ ଥିବା ନେତାଙ୍କୁ ସାଙ୍ଗରେ ନେଇ ବବି ନବୀନଙ୍କ ସଭାକୁ ସଫଳ କରିଥିଲେ । ପୁରା ଓଡିଶା ଦେଖିଲା ବବିଙ୍କ ସାଂଗଠନିକ ଦକ୍ଷତା । ନବୀନ ପଟ୍ଟନାୟକ ମଧ୍ୟ ଜନସମାବେଶକୁ ଦେଖି ଖୁସିବ୍ୟକ୍ତ କରିଛନ୍ତି ।

ପାଇଁ ଭଲ ସ୍କୁଲ ହୋଇଛି, ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ମିଳିଲା। ମହିଳାଙ୍କୁ ଲୋନ ମିଳିଲା। କିନ୍ତୁ ଲୋକଙ୍କ ସହ ବିଜେଡି ସହ ମୋ ସହ କେମିତି ବେଇମାନି ହୋଇଛି। ସେଥିପାଇଁ ଆପଣଙ୍କ ମନରେ ଦୁଃଖ ଓ ରାଗ ଅଛି। ୧୧ ତାରିଖରେ ଇଭିଏମ ରେ ଯବାବ ଦେବେ ଓ ପ୍ରତିଶୋଧ ନେବେ। ଆଗରୁ ଭୋଟ ଚୋରି କରି ସରକାର କରିଥିଲେ ଏବେ ପ୍ରାର୍ଥୀ ଚୋରି କରିଛନ୍ତି। ଏହି ୧୬ ମାସରେ ବିଜେପି କେବଳ ପ୍ରଚାରରେ ହିରୋ କିନ୍ତୁ କାମରେ ଜିରୋ। ବିକାଶ ପୁରା ବନ୍ଦ। ୩୦୦ ୟୁନିଟ ମାଗଣା ବିଜୁଳି ମିଳୁଛି କି। ବୁଢ଼ାବୁଢ଼ୀଙ୍କୁ ୩୫୦୦ ପେନସନ ମିଳୁଛି କି। ଚାଷୀଙ୍କୁ ସାର ମିଳୁଛି କି। କଟନୀ ଛଟନୀ ବନ୍ଦ ହେଲା କି। ପ୍ରତି ପଂଚାୟତରେ ୧୦୦ ଜଣ ଯୁବକଙ୍କୁ ଚାକିରି ଦେବ କହିଥିଲା। କେତେ ପାଇଛନ୍ତି। ମିଶନ ଶକ୍ତି ମହିଳାଙ୍କୁ ଲୋନ ମିଳୁଛି କି। ଆଠ ମାସ ହେଲା ଦରମା ପାଇ ନାହାନ୍ତି ମିଶନ ଶକ୍ତି ମହିଳା। ବିଏସକେୱାଇ ଭଲ ଥିଲା ନା ଆୟୁସମାନ ବୋଲି ଲୋକଙ୍କୁ ପ୍ରଶ୍ନ କଲେ ନବୀନ। ମହିଳାଙ୍କ ଉପରେ ଅତ୍ୟାଚାର ଲିମିଟ କ୍ରସ କଲାଣି। ଗେମ ଚେଞ୍ଜର କହୁଥିଲା କିନ୍ତୁ ସେମାନେ କେବଳ ନେମ ଚେଞ୍ଜର। ବିଜେଡି ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଛି। ପଶ୍ଚିମ ଓଡିଶାର ବିକାଶ ପାଇଁ ସବୁବେଳେ ସେ ଲଢ଼ିଛନ୍ତି। ନୂଆପଡା ମାଟି ସହ ତାଙ୍କର ଇମୋସନାଲ ସମ୍ପର୍କ ରହିଛି। ଛୁରିଆଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ କରନ୍ତୁ ନୂଆପଡ଼ାବାସୀଙ୍କୁ ଭୋଟ ଭିକ୍ଷା କରିଥିଲେ ନବୀନ । ମା ମାନଙ୍କୁ ଗୁହାରି ମୋତେ ଆଶୀର୍ବାଦ କରନ୍ତୁ । ଶେଷ ଜୀବନଯାଏ ଓଡିଶାର ସେଵା ଜାରି ରଖିବି ବୋଲି କହିବା ସହ ଜୟ ଜଗନ୍ନାଥ କହି ଅଭିଭାଷଣ ଶେଷ କଲେ ନବୀନ। ନବୀନ କୋମନା ସଭା ସଫଳ ହେବା ପରେ ଛନକା ପଶିଛି ବିଜେପି ଓ କଂଗ୍ରେସ ଶିବିରରେ। ବବିଙ୍କ ରାଜନୈତିକ ଗୋଟିଚାଳନା ଓ ସାଙ୍ଗଠନିକ ଦକ୍ଷତା ଏବେ ପୁରା ଓଡ଼ିଶାରେ ବିତର୍କ ସୃଷ୍ଟି କରିଛି।