ଶଙ୍ଖମୟ ନୂଆପଡା : ସ୍ନେହାଙ୍ଗିନୀ କହିଲେ ମୁଁ ନୂଆପଡ଼ାର ଭାଣିଜି
ବିଜେପି ଓ କଂଗ୍ରେସ ପରେ ବିଜେଡି ନୂଆପଡାରେ ଶକ୍ତି ପ୍ରଦର୍ଶନ କରିଛି। ନାମାଙ୍କନ ଦାଖଲ ପୂର୍ବରୁ ହଜାର ହଜାର କର୍ମୀ ଓ ନେତାଙ୍କ ଆସି ବିଜେଡି ସ୍ନେହାଙ୍ଗିନୀ ଛୁରିଆ ମନର କଥା କହିଛନ୍ତି । ନୂଆପଡ଼ାବାସୀଙ୍କୁ ଭୋଟ ଭିକ୍ଷା କରି ସେ କହିଛନ୍ତି, ମୁଁ ନୂଆପଡ଼ାର ଭାଣିଜି, ବିଜୁବାବୁ ନୂଆପଡ଼ା ଜିଲାକୁ ଗଠନ କରିଥିଲେ। ଆଉ ନବୀନ ବାବୁ ଏହାର ବିକାଶ କରିଥିଲେ। ଦଳରୁ କିଏ ଗଲା, କିଏ ଆସିଲା ତାହାର କୌଣସି ଅର୍ଥ ନାହିଁ। ଯିଏ ଗଲା ସିଏ ଗଲା।
ମୁଁ ଆପଣଙ୍କୁ ମୋର ପରିବାର ବୋଲି ଭାବେ। ନୂଆପଡ଼ାର ନୂଆ ବିକାଶ ନକ୍ସା ନବୀନ ପଟ୍ଟନାୟକ ଆଙ୍କିଥିଲେ। ତାହାକୁ ବାସ୍ତବରୂପ ମଧ୍ୟ ଦିଆଯାଇଛି।
ଆଗକୁ ଏହି ବିକାଶ ଧାରା ଜାରି ରହିବ ବୋଲି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ।
ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଆଜି ନୂଆପଡ଼ା ଆସି ନୂଆପଡା ସ୍ଥିତ ବାବା କଣା ଭାଇରା ମନ୍ଦିର ରେ ପୂଜାର୍ଚନା କରିବା ସହ ଆଦିବାସୀ ଭାଇଭଉଣୀ ସହ ନାଚ କରିଥିଲେ ।
ପରେ ପାଟ ପଟୁଆରେ ଆସି ଏକ ସାଧାରଣ ସଭା କରି ନୂଆପଡ଼ାବାସୀଙ୍କୁ ଭୋଟ ଭିକ୍ଷା କରିଛନ୍ତି। ନୂଆପଡା ବିଜେଡି ଗଡ ଥିଲା, ଗଡ ବଜାୟ ରହିବ ବୋଲି ନୂଆପଡ଼ାବାସୀଙ୍କ ସମର୍ଥନ ପାଇଁ ଏପରି କହିଛନ୍ତି ବିଜେଡି ପ୍ରାର୍ଥୀ।
ବିଜେଡିର ଶୋଭାଯାତ୍ରାରେ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ନିରଂଜନ ପୂଜାରୀ, ସଞ୍ଜୟ ଦାସ ବର୍ମା, ପ୍ରଣବ ପ୍ରକାଶ ଦାସ, ଅରୁଣ ସାହୁ, ପ୍ରତାପ ଜେନା, ବିଧାୟକ ଅଧିରାଜ ପାଣିଗ୍ରାହୀ,
ରୋମାଞ୍ଚ ରଂଜନ ବିଶ୍ଵାଳ, ଟୁକୁନି ସାହୁ, ବର୍ଷାସିଂହ ବଳିଆ, ପ୍ରଦୀପ ମାଝୀ, ସାଂସଦ ନିରଂଜନ ବିଶି, ଶୁଭାଶିଷ ଖୁଣ୍ଟିଆ, ପୁସ୍ପେନ୍ଧୁ ସିଂହଦେଓ, ବିଧାୟକ ପ୍ରଦୀପ ଦିଶାରୀ , ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ, ଛାତ୍ର ବିଜେଡି ସଭାନେତ୍ରୀ ପ୍ରମୁଖ ସାମିଲ ହେଲେ।
ବିଜେଡିର ପାୱାର ସୋ ପରେ ଉପ ନିର୍ବାଚନ ରାଜନୀତି ନୂଆପଡାରେ ରାଜଧାନୀ ଯାଏ ଉଷ୍ମ ।
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy