() ବିଜେଡିର ସଂଗଠନର ପୁନର୍ବିନ୍ୟାସ କରା ଯାଇଛି l ୭ ବରିଷ୍ଠ ଉପସଭାପତି, ୮ ଉପସଭାପତି ନିଯୁକ୍ତ ,୨୦ ବରିଷ୍ଠ ସାଧାରଣ ସମ୍ପାଦକ, ୩୫- ସାଧାରଣ ସମ୍ପାଦକ ଙ୍କ ସହ ୧୦ ଜଣିଆ ରାଜନୈତିକ ବ୍ୟାପାର କମିଟି ଗଠିତ ସହ ସଂଖ୍ୟାଲଘୁ ସେଲ୍ ଗଠିତ କରିଛନ୍ତି ନବୀନ ପଟ୍ଟନାୟକ l ନୂଆ ଟିମ ସହ ବିଜେଡି ତୃଣମୂଳ ସ୍ତରରେ ସଂଗଠନକୁ ସଶକ୍ତ କରିବାକୁ ବରିଷ୍ଠ ଓ ଯୁବନେତାଙ୍କୁ ଗୁରୁ ଦାୟିତ୍ବ ଦେଇଛନ୍ତି ନବୀନ l ଯାହାକୁ ନେଇ ବିଜେଡି ଶିବିର ଉତ୍ସାହିତ l
ଏବେ ନଜର ପକାନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ଵ…
ବରିଷ୍ଠ ଉପସଭାପତି- ଦେବୀ ମିଶ୍ର, ପ୍ରଫୁଲ୍ଲ ସାମଲ ଉଷା ଦେବୀ, ବିକ୍ରମ ଆରୁଖ, ପ୍ରମିଳା ମଲ୍ଲିକନିରଞ୍ଜନ ପୂଜାରୀ, ଚନ୍ଦ୍ରଶେଖର ସାହୁ ନିଯୁକ୍ତି ପାଇଛନ୍ତି l ସେହିପରି ଉପସଭାପତି ଭାବେ ପ୍ରଣବ ପ୍ରକାଶ ଦାସ, ପ୍ରତାପ ଜେନା ,ଅତନୁ ସବ୍ୟସାଚୀ ନାୟକ, ରାଜେନ୍ଦ୍ର ଢୋଲକିଆ ,ସଂଜୟ ଦାସବର୍ମା, ରବି ନାରାୟଣ ନନ୍ଦ, ଅଶ୍ୱିନୀ ପାତ୍ର, ସାରଦା ନାୟକ ନିଯୁକ୍ତି ପାଇଛନ୍ତି l ବରିଷ୍ଠ ସାଧାରଣ ସଂପାଦକ ଭାବେ କଳିକେଶ ସିଂହଦେଓ, ଟୁକୁନି ସାହୁ, ଭୃଗୁ ବକ୍ସିପାତ୍ର,ସୁଶାନ୍ତ ସିଂ, ମାନସ ମଙ୍ଗରାଜ, ସୁଧୀର ସାମଲ, ପ୍ରଣବ ବଳବନ୍ତରାୟ,ସ୍ନେହାଙ୍ଗିନୀ ଛୁରିଆ, ଲେଖାଶ୍ରୀ ସାମନ୍ତସିଂହାର, ରାଜଶ୍ରୀ ମଲ୍ଳିକ, ଜଗନ୍ନାଥ ସାରକା, ଅନନ୍ତ ନାରାୟଣ ଜେନା,ପ୍ରୀତିରଂଜନ ଘଡ଼େଇ, ରମେଶ ମାଝୀ, ବ୍ୟୋମକେଶ ରାୟ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପ୍ରଦୀପ ମାଝୀ,ଦେବେଶ ଆଚାର୍ଯ୍ୟ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଧ୍ରୁବ ଚରଣ ସାହୁ ନିଯୁକ୍ତି ପାଇଛନ୍ତି l ସେହିପରି ୩୫ ସାଧାରଣ ସଂପାଦକ ନିଯୁକ୍ତ ହୋଇଛନ୍ତି l ତୁଷାରକାନ୍ତି ବେହେରା, ସାରଦା ଜେନା,ବାସନ୍ତୀ ହେମ୍ବ୍ରମ, ସୁଲୋଚନା ଦାସ, ବିଜୟ ନାୟକ, ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମୟୀ ମିଶ୍ର, ପ୍ରଫୁଲ୍ଲ ସିଂ, ଗୌତମବୁଦ୍ଧ ଦାସ, ସଂଜୀବ ମଲ୍ଲିକ, ପ୍ରଶାନ୍ତ ବେହେରା,ଚକ୍ରମଣି କହଁର, ପ୍ରଦୀପ ଦିଶାରୀ, ସୁଶାନ୍ତ ରାଉତ,ବିଭୂତି ବଳ ବନ୍ତରାୟ, ଅଧିରାଜ ପାଣିଗ୍ରାହୀ, ସୁଲତା ଦେଓ,ଶୁଭାଶିଷ ଖୁଣ୍ଟିଆ, ଶର୍ମିଷ୍ଠା ସେଠୀ, ଅଂଶୁମାନ ମହାନ୍ତି ,ମନ୍ମଥ ରାଉତରାୟ, ମୁକେଶ ପାଲ, ସ୍ୱରୂପ ଦାସ,ସୁକାନ୍ତ ନାୟକ, ରୀତା ସାହୁ, ନିରଞ୍ଜନ ବିଶି,ଶ୍ରୀକାନ୍ତ ସାହୁ, ଦୀପାଳି ଦାସ, ଜଗନ୍ନାଥ ନାଏକ,ମାଧବ ସର୍ଦ୍ଦାର, ରାଜେନ୍ଦ୍ର ସାହୁ, ପ୍ରଭୁ ଜାନି, ଗିରୀଶ ଦାସ, ସୌଭିକ ବିଶ୍ୱାଳ, ଗୀତା ବସ୍ତିଆ ନିଯୁକ୍ତି ପାଇଛନ୍ତି l ପୁଣିଥରେ ବିଜେଡିର କୋଷାଧ୍ୟକ୍ଷ ଭାବେ ସୁବାସ ସିଂଙ୍କୁ ନିଯୁକ୍ତି କରାଯାଇଛି l ସେହିପରି ୨୫ ବର୍ଷ ପରେ ପୁଣିଥରେ ଦଳ ଗଠନ କରିଛି ରାଜନୈତିକ ବ୍ୟାପାର କମିଟି l ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହାର ଅଧକ୍ଷ ଥିବାବେଳେ କମିଟିରେ ମୋଟ ୧୦ ସଦସ୍ୟ ରହିଛନ୍ତି l ରାଜନୈତିକ ବ୍ୟାପାର କମିଟିରେ ବିକ୍ରମ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ,ସଂଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ,ସୁଦାମ ମାର୍ଣ୍ଡି, ଟୁକୁନି ସାହୁ, ସସ୍ମିତ ପାତ୍ର ସଦସ୍ୟ ଓ ଡକ୍ଟର ସଂତୃପ୍ତ ମିଶ୍ର ସଦସ୍ୟ ରହିଛନ୍ତି l ସେହିପରି ବିଜେଡିର ସଂଖ୍ୟାଲଘୁ ସେଲ୍ ଗଠିନ କରିଛି l ଦିଲୀପ ତିର୍କୀ ସଂଖ୍ୟାଲଘୁ ସେଲ୍ କମିଟିର ଆବାହକ ହୋଇଥିବା ବେଳେ ରିଜୱାନା ବେଗମ , ମୁନା ଖାଁ ଦକ୍ଷିଣାଞ୍ଚଳ ଆବାହକ, ଆୟୁବ ଖାନ ପଶ୍ଚିମାଞ୍ଚଳ ଆବାହକ ଓ ଶେଖ୍ ନିଜାମୁଦ୍ଦିନଙ୍କୁ କେନ୍ଦ୍ରାଞ୍ଚଳ ଆବାହକ ନିଯୁକ୍ତି ଦେଇଛନ୍ତି ନବୀନ l