ବିଜେପି ବିଧାୟକଙ୍କ ଗିରଫଦାରୀ ଦାବି କଲା ବିଜେଡି

- Advertisement -

 ନୂଆପଡ଼ା ଉପନିର୍ବାଚନ ପାଇଁ ରକ୍ତମୁଖା ସାଜିଛି ବିଜେପି । ଶାନ୍ତିପ୍ରିୟ ଓଡ଼ିଶାରେ ୟୁପି, ବିହାର ଭଳି ନିର୍ବାଚନୀ ହିଂସା ଆରମ୍ଭ କରିଛି ଶାସକ ବିଜେପି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି କୋମନା ବ୍ଲକ୍ରେ ବିଜେପି ବିଧାୟକ ରଘୁରାମ ମାଛଙ୍କ ପିଏସ୍ଓଙ୍କ ଦ୍ୱାରା ଫାଙ୍କା ଗୁଳି ଚାଳନା । ଏହା ଗଣତନ୍ତ୍ର ପ୍ରତି ବିପଦ ଏବଂ ବିଜେଡି ଏହାର ଦୃଢ଼ ନିନ୍ଦା କରୁଛି । ଏହାକୁ ନୂଆପଡ଼ାବାସୀ କେବେ ବରଦାସ୍ତ କରିବେ ନାହିଁ ବୋଲି ବିଜେଡି ନେତ୍ରୀ ଡ଼ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ଏଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଡ଼ ସାମନ୍ତସିଂହାର କହିଥିଲେ ଯେ, ହିଂସାକାଣ୍ଡ ଘଟାଇବା ସହ ପ୍ରଶାସନକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଛି ବିଜେପି । ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ଜିତିପାରିବେ ନାହିଁ ବୋଲି ବିଜେପି ଜାଣିସାରିଲାଣି । ସେଥିପାଇଁ ପ୍ରତିପକ୍ଷ ଦଳର ନେତାଙ୍କୁ ଧମକାଇବା, ଗୁଳି ଚଳାଇବା ଭଳି କାର୍ଯ୍ୟ ଜରିଆରେ ଆତଙ୍କର ବାତାବରଣ ସୃଷ୍ଟି କରାଯାଉଛି ।
ଆଜିର ଗୁଳିକାଣ୍ଡ ଘଟଣାରେ ବିଜେପି ବିଧାୟକ ଶ୍ରୀ ମାଛକୁ ତୁରନ୍ତ ଗିରଫ କରାଯାଉ ବୋଲି ଡ଼ ସାମନ୍ତସିଂହାର ଦାବି କରିଛନ୍ତି । ସେ କହିଥିଲେ ଯେ, ପୁଲିସ ପ୍ରଶାସନ ବିଜେଡି ନେତା ଓ କର୍ମୀମାନଙ୍କୁ ଧମକାଉଛନ୍ତି । ବିନା ୱାରେଣ୍ଟରେ ବିଜେଡି ନେତାଙ୍କ ଘର ତଲାସୀ କରାଯାଉଛି, ଅଯଥାରେ ବିଜେଡି ନେତାଙ୍କ ଗାଡ଼ିକୁ ବାରମ୍ୱାର ଯାଞ୍ଚ କରାଯାଉଛି । କିନ୍ତୁ ବିଜେପି ବିଧାୟକ ଗୁଳି ଚଳାଇ ଲୋକଙ୍କୁ ଭୟଭୀତ କରୁଛନ୍ତି । ବିଜେପି ନେତାମାନଙ୍କ ପାଇଁ ସତେ ଯେପରି ଆଇନ କାନୁନ ବୋଲି କିଛି ନାହିଁ । ବିଜେପି ନେତାମାନେ ହିଂସାକାଣ୍ଡ ଘଟାଉ ଥିବାବେଳେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ସୁରକ୍ଷା ଦେଇ ଚାଲିଛନ୍ତି । ଗତ ୧୬ ମାସ ହେଲା ବିଜେପି ଅହଂକାରରେ ଅନ୍ଧ ହୋଇଯାଇଛି । ଆଜି କେବଳ ବିଧାୟକଙ୍କ ପିଏସ୍ଓ ଗୁଳି ଚଳାଇ ନାହାନ୍ତି ବରଂ ଏହି ଗୁଳି ସରକାର ଚଳାଇଛନ୍ତି । ବନ୍ଧୁକ ମୂନରେ ନିର୍ବାଚନ ଜିତିବା ପାଇଁ ବିଜେପି ଉଦ୍ୟମ କରିଛି । ଏହି ଘଟଣା ନୂଆପଡ଼ା ନୁହେଁ, ଶାନ୍ତିପ୍ରିୟ ଓଡ଼ିଶାକୁ ନିନ୍ଦିତ କରିଛି ବୋଲି ଡ଼ ସାମନ୍ତସିଂହାର କହିଛନ୍ତି ।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles