ନୂଆରୂପ ନେଉଛି ବିଜେଡି ସଙ୍ଗଠନ : ନେତାଙ୍କୁ ଗୁରୁ ଦାୟିତ୍ବ ଦେଉଛନ୍ତି ନବୀନ

- Advertisement -

ଯୁବ ଓ ଛାତ୍ର ବିଜେଡି ସଭାପତି ଘୋଷଣା ପରେ ମହିଳା ବିଜେଡି ସଭାନେତ୍ରୀ ଘୋଷଣା କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଦଳର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ।

ସ୍ନେହାଙ୍ଗିନୀଙ୍କୁ ନିଯୁକ୍ତି ସହ ୧୫ ଜଣ ମହିଳା ନେତ୍ରୀଙ୍କୁ ମହିଳା ବ୍ୟାପାର ଦାୟିତ୍ବ ଦେଇଛନ୍ତି ନବୀନ । ସେମାନେ ହେଲେ ସୁମିତ୍ରା ଜେନା – ବରିଷ୍ଠ ସାଧାରଣ ସମ୍ପାଦକ, ମହିଳା ବ୍ୟାପାର । ରାଜଶ୍ରୀ ମଲ୍ଲିକ – ବରିଷ୍ଠ ସାଧାରଣ ସମ୍ପାଦକ, ମହିଳା ବ୍ୟାପାର । ଲେଖାଶ୍ରୀ ସାମନ୍ତସିଂହାର – ବରିଷ୍ଠ ସାଧାରଣ ସମ୍ପାଦକ, ମହିଳା ବ୍ୟାପାର । ସୁଲୋଚନା ଦାସ – ସାଧାରଣ ସମ୍ପାଦକ, ମହିଳା ବ୍ୟାପାର । ସୁଲତା ଦେଓ – ସାଧାରଣ ସମ୍ପାଦକ, ମହିଳା ବ୍ୟାପାର । ବର୍ଷା ସିଂହ ବରିହା – ସାଧାରଣ ସମ୍ପାଦକ, ମହିଳା ବ୍ୟାପାର । ଶର୍ମିଷ୍ଠା ସେଠୀ – ସାଧାରଣ ସମ୍ପାଦକ, ମହିଳା ବ୍ୟାପାର । ଶ୍ରୀମୟୀ ମିଶ୍ର – ସାଧାରଣ ସମ୍ପାଦକ, ମହିଳା ବ୍ୟାପାର । ଲୋପାମୁଦ୍ରା ବକ୍ସିପାତ୍ର – ସାଧାରଣ ସମ୍ପାଦକ, ମହିଳା ବ୍ୟାପାର । ମିନତି ବେହେରା – ସାଧାରଣ ସମ୍ପାଦକ, ମହିଳା ବ୍ୟାପାର । କସ୍ତୁରୀ ମହାପାତ୍ର – ସାଧାରଣ ସମ୍ପାଦକ, ମହିଳା ବ୍ୟାପାର । ପଦ୍ମିନୀ ଦିଆନ – ସାଧାରଣ ସମ୍ପାଦକ, ମହିଳା ବ୍ୟାପାର । ଦିପାଳୀ ଦାସ – ସାଧାରଣ ସମ୍ପାଦକ, ମହିଳା ବ୍ୟାପାର । ରଞ୍ଜିତା ସାହୁ – ସାଧାରଣ ସମ୍ପାଦକ, ମହିଳା ବ୍ୟାପାର । ଗିତାଞ୍ଜଳୀ ବସ୍ତିଆ – ସାଧାରଣ ସମ୍ପାଦକ, ମହିଳା ଘୋଷଣା ହେଲା ବିଜେଡିର ଜିଲ୍ଲା ସଭାପତିଙ୍କ ନାଁ ।

ସେହିପରି ୩ ଜିଲ୍ଲାର ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ନୃସିଂହ ଚରଣ ସାହୁ ଙ୍କୁ ଢେଙ୍କାନାଳ ଜିଲ୍ଲା ବିଜେଡି ସଭାପତି ହୋଇଥିବା ବେଳେ ସନ୍ଦୀପ ଷଡ଼ଙ୍ଗୀ ଙ୍କୁ ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି କରିଛନ୍ତି । ସେହିପରି ଝିନ ହିକକା ଙ୍କୁ ନବୀନ କୋରାପୁଟ ଜିଲ୍ଲା ବିଜେଡି ସଭାପତି କରିଛନ୍ତି । ଦୁର୍ଗା ମିଶ୍ର ଓ ପ୍ରସାଦ ବିଡିକା କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଦେଇଛନ୍ତି । ପୂର୍ବନତ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଜଗନ୍ନାଥ ସାରକାଙ୍କୁ ରାୟଗଡ଼ା ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତି ଦେଇଛି ଦଳ। ଗୟାଧର ପୁଆଲୋ ଓ ରଞ୍ଜିତ ପାଣିଗ୍ରାହୀଙ୍କୁ କାର୍ଯ୍ୟକାରୀ ସଭାପତି କରାଯାଇଛି । ଏବେଠାରୁ ବିଜେଡି ପଞ୍ଚାୟତ ଓ ପୌର ପାଇଁ ନିଜକୁ ଫୁଲ ଦମରେ ପ୍ରସ୍ତୁତ କରୁଛି।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_img

Latest Articles