ହମ ଡରେଙ୍ଗେ ନେହିଁ,ଲଢେଙ୍ଗେ : ନବୀନ ପଟ୍ଟନାୟକ 

- Advertisement -

ବିଜେଡିର ରାଜନୈତିକ ଆଭିମୁଖ୍ୟ କଣ ହେବ ? ଦଳର ଭବିଷ୍ୟତ କଣ ? ଏନେଇ ସମଗ୍ର ଓଡିଶା ଅପେକ୍ଷା କରିଛି। ବିଜେଡିର ଭବିଷ୍ୟତକୁ ନେଇ ପରାଜୟ ପରଠାରୁ ନାନା କଳ୍ପନା ଜଳ୍ପନା ଜାରୀ ରହିଥିବା ବେଳେ ନବୀନ ଦଳର ନେତାଙ୍କୁ ଦେଇଛନ୍ତି ଶକ୍ତିଶାଳୀ ମେସେଜ। ହମ ଡରେଙ୍ଗେ ନେହିଁ, ଲଢେଙ୍ଗେ । ମୁମ୍ବାଇର କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଜେଡିର ରାଜ୍ୟ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିକିତ୍ସାଧୀନ ଥିଲା ବେଳେ ନବୀନଙ୍କ ମୁହରୁ ଏହି ଦୁଇପଦ କଥା ଶୁଣି ଦଳ ଭିତରେ ଆସିଛି ଉତ୍ସାହର ଲହରୀ। ସାଢେ ଚାରିକୋଟି ଓଡିଆଙ୍କ ପ୍ରିୟ ନେତା ନବୀନଓଡିଶାବାସୀଙ୍କୁ ନିଜର ପରିବାର ଭାବି ସେବା କରି ଆସୁଛନ୍ତି। ବିଜେଡି କ୍ଷମତାରୁ ଥାଉ କି ନଥାଉ ସବୁବେଳେ ଜନସେବାକୁ ରାଜନୀତିର ମୂଳମନ୍ତ୍ର କରି ଦଳ କାମ କରୁଛି ନବୀନ ପଟ୍ଟନାୟକ ନେତୃତ୍ବରେ । ସଶକ୍ତ ବିରୋଧୀ ଦଳ ଭାବେ ଲୋକଙ୍କ ସ୍ବରସାଜି ସରକାରଙ୍କୁ ପ୍ରଶ୍ନ କରୁଛି । ରାଜ୍ୟସ୍ବାର୍ଥ ସମ୍ପର୍କିତ ପ୍ରସଙ୍ଗରେ ଦଳ ପଲ୍ଲୀରୁ ଦିଲ୍ଲୀ ଯାଏ ଲଢେଇ ଜାରୀ ରଖିଛି । ନବୀନ ପଟ୍ଟନାୟକ ୨୪ ବର୍ଷ ଧରି ଓଡିଶାର ମୁଖ୍ୟମନ୍ତ୍ରୀ ଥିବାବେଳେ ଯେମିତି ଓଡିଶାର ବିକାଶକୁ ଶୀର୍ଷରେ ପହଞ୍ଚାଇଥିଲେ , ବିରୋଧୀ ଦଳରେ ରହି ଓଡିଶା ବିକାଶରେ ଯେମିତି ବ୍ରେକ ନଲାଗିବ ସେନେଇ ରାଜ୍ୟ ସରକାରଙ୍କୁ ଗଠନମୂଳକ ପରାମର୍ଶ ଦେବା ସହ ସ୍ବର ଉଠାଉଛି ବ୍ୟବସ୍ଥା ବିରୋଧରେ। ନବୀନ ପଟ୍ଟନାୟକ ସବୁବେଳେ କଥା କମ, କାମ ଅଧିକ କରିବାକୁ ବିଶ୍ବାସ କରନ୍ତି । ତାଙ୍କ କାମ ପାଇଁ ସେ ପ୍ରତ୍ୟେକ ଓଡିଆଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ନବୀନଙ୍କ ପ୍ରତି ଓଡିଶାବାସୀଙ୍କ ଭଲ ପାଇବା ଆଜିବି ଅତୁଟ ରହିଛି । ତେଣୁ ଓଡିଶାବାସୀଙ୍କ ପ୍ରତି ବିଜେଡିର ଗୁରୁ ଦାୟିତ୍ବ ରହିଛି । ଯାହା ଆଜି ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିକିତ୍ସା ଅବସ୍ଥାରେ ତାଙ୍କୁ ଦେଖିବାକୁ ଯାଇଥିବା ବିଜେଡି ନେତାଙ୍କୁ ସିଧା ମେସେଜ ଦେଇଛନ୍ତି । ବିଜେଡି ପୁଣି ଲଢିବ ,

ସରକାର ଗଠନ କରିବ ଏ ବିଶ୍ବାସ ନବୀନ ପଟ୍ଟନାୟକ ନେତାଙ୍କ ମନରେ ଆଣିଛନ୍ତି।ଅପରେସନ ହେବା ପରେ ଶୀଘ୍ର ଆରୋଗ୍ୟ ହେଉଛନ୍ତି । ଆଜି ତାଙ୍କୁ ବିଜେଡିର ବରିଷ୍ଠ ନେତାମାନେ ଭେଟିଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ବିଜେଡି ଉପସଭାପତି ପ୍ରଣବ ପ୍ରକାଶ ଦାସ, ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଜେଡିର ବରିଷ୍ଠ ନେତା ସଂଜୟ କୁମାର ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ସାଂସଦ ମାନସ ମଙ୍ଗରାଜ, ବିଧାୟକ ସଂଜୀବ ମଲ୍ଲିକ, ସୁଶାନ୍ତ ରାଉତ, ବିଶ୍ୱ ରଂଜନ ମଲ୍ଲିକ, ଧୃବଚରଣ ସାହୁ, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ପ୍ରମୁଖ ଭେଟିଥିଲେ।ନବୀନ ପଟ୍ଟନାୟକଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକ ଓ ନବୀନଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଟିମ୍ ସହିତ ମଧ୍ୟ ଭେଟି ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ଆଲୋଚନା କରିଥିଲେ।ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଖୁବଶୀଘ୍ର ନବୀନ ପଟ୍ଟନାୟକ ସଂପୂର୍ଣ୍ଣ ସୁସ୍ଥ ହୋଇ ଓଡିଶାକୁ ଜୁଲାଇ ପ୍ରଥମ ସପ୍ତାହରେ ଫେରିବେ ବୋଲି ଦଳର ଉପସଭାପତି ତଥା ରାଜନୈତିକ ବ୍ୟାପାର କମିଟିର ସଦସ୍ୟ ସଂଜୟ କୁମାର ଦାସବର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles