ନବୀନଙ୍କ ପାଇଁ ପ୍ରଣବ ଚଣ୍ଡିପାଠ
ଓଡ଼ିଶାର ସାଢ଼େଚାରି କୋଟି ଲୋକଙ୍କ ଜନମାନସର ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ନେତା ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଚଣ୍ଡିପାଠ ହୋମଯଜ୍ଞ ସହସ୍ରାଧିକ ଦୀପଦାନ ଆଦି ପୂର୍ବକ ପୂଜାଅର୍ଚ୍ଚନା କରାଯାଇଛି ।
ଯାଜପୁର ଅଗଣିତ ନବୀନ ପ୍ରେମୀ ଓ ବିଜେଡି ଉପ ସଭାପତି ପ୍ରଣବ ପ୍ରକାଶ ଦାସ (ବବି ) ମା ବିରଜାଙ୍କ ପାଖରେ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଓଡ଼ିଶାର ବିକାଶ ପୁରୁଷ ନବୀନ ପଟ୍ଟନାୟକ ଆପଣ ଶୀଘ୍ର ଭଲ ହେଇ ଫେରନ୍ତୁ ବୋଲି ଯାଜପୁରବାସୀମାନେ ମା ବିରଜାଙ୍କ ପାଖରେ ପ୍ରାର୍ଥନା କରିଥିଲେ। ସାଢେ଼ ଚାରିକୋଟି ଓଡିଆଙ୍କୁ ନିଜର ପରିବାର କରିଥିବା ନବୀନ ପଟ୍ଟନାୟକଙ୍କ ପାଇଁ ପୁରା ଓଡିଶାର ବିଭିନ୍ନ ମନ୍ଦିରରେ ପୂଜାଅର୍ଚ୍ଚନା କରାଯାଇଛି।
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy