- Advertisement -
ଭୁବନେଶ୍ୱର : ଆସନ୍ତା 17 ତାରିଖରେ ବିଧାନସଭାର ସର୍ବଦଳୀୟ ବୈଠକ ଦିନ 11:30ରେ ବସିବ। କେମିତି ଗୃହ ସୁରୁଖୁରୁରେ ସହ ଚାଲିବ, ସେ ନେଇ ବୈଠକରେ ଆଲୋଚନା ହେବ। କୋଭିଡ କମିଛି। ହେଲେ କଟକଣା ରାଜ୍ୟ ଓ କେନ୍ଦ୍ର ସରକାର ରଖିଛନ୍ତି। ସଂସଦରେ କୋବିଡ଼ ପରୀକ୍ଷା ହେଉଛି। ତେଣୁ 15ରୁ 17 ଯାଏ କୋବିଡ଼ ପରୀକ୍ଷା ହେବ। ଯେଉଁମାନେ ବିଧାନସଭା ଆସିବାର ଅଛି, ସେମାନଙ୍କ ପରୀକ୍ଷା କରାଯିବ। ଗତଥର ଯେଉଁ ବ୍ୟବସ୍ଥା ହୋଇଥିଲା, ସେହିପରି ସାମାଜିକ ଦୂରତା ଭିତରେ ଆମେ ସିଟିଂ ବ୍ୟବସ୍ଥା କରିବୁ ବୋଲି ବାଚସ୍ପତି
ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି l