ଓଡ଼ିଶାର ଚିତ୍ର ଏବେ ଯୌନ ଉତପୀଡନା ଓ ନାରୀ ନିର୍ଯାତନା : ବିରୋଧୀ ଦଳ
ଓଡ଼ିଶାର ଚିତ୍ର ଏବେ ଯୌନ ଉତପୀଡନା ଓ ନାରୀ ନିର୍ଯାତନା ବୋଲି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ଅଭିଯୋଗ କରିଛନ୍ତି । ମୂଲତବୀ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ସେ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି । ତାଙ୍କ ଯୁକ୍ତି ହେଉଛି ମହିଳା ସୁରକ୍ଷା ଦେବାରେ ସରକାର ବିଫଳ। ଦୁଷ୍କର୍ମ ଦୁର୍ବ୍ୟବହାର ବୋଲି କହିବା ପ୍ରମାଣିତ କରିଛି ସରକାର ମହିଳା ସୁରକ୍ଷା ଉପରେ କେତେ ଉଦାସୀନତା ଅଛନ୍ତି । ପୋଲିସ କୁ ଅପରାଧୀଙ୍କ ଡର ନାହିଁ। ମହିଳା ସୁରକ୍ଷା ଏବେ ପ୍ରହସନରେ ପରିଣତ ହୋଇଛି। କେନ୍ଦୁଝରରୁ ମାଲକାନଗିରି ଯାଏ ସବୁଠୁ ନାବାଳିକାକୁ ଦୁଷ୍କର୍ମ କରି ଅପରାଧୀ ଏଯାଏ ଗିରଫ ହୋଇନାହିଁ। ଦିନକୁ ଦିନ ମହିଳା ନିର୍ଯାତାର ବୃଦ୍ଧି ପାଇବା ଓଡ଼ିଶା ପାଇଁ ଲଜ୍ଜ୍ୟା।
ସେହିପରି କଂଗ୍ରେସ ବିଧାୟକ ଅଶୋକ ଦାସ ତଥ୍ୟ ଦେଇ ଦେଢ଼ ବର୍ଷର ବିଜେପି ସରକାରକୁ କଡା ସମାଲୋଚନା କରିଥିଲେ।ସରକାର ମହିଳାଂକୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ସବୁବେଳେ ପୂର୍ବ ସରକାରଙ୍କ କଥା କହି ଖସିଯିବାକୁ ବସିଛନ୍ତି। ୨୦୨୪ ଜୁନ ୨୪ ତାରିଖରୁ ୨୦୨୫ ଜୁଲାଇ ୨୫ ଭିତରେ ଓଡ଼ିଶାର ୨୦୩୩ଟି ରେପ୍ ମାମଲା ରୁଜୁ ହୋଇଛି। ୮୨୭ଟି ଅପହରଣ ହୋଇଛି। ବାଲେଶ୍ଵର ଠାରୁ ଢେଙ୍କାନାଳ, ଜଳେଶ୍ଵର, ନୀଳଗିରିରୁ ମାଲକାନଗିରି mv ଘଟଣା ଯାଏ ସବୁଠି ମହିଳା ମାନେ ଅସୁରକ୍ଷିତ। ଏ ସବୁ ଘଟଣା ସାମ୍ନା କୁ ଆସିଲା ପରେ ମହିଳା ମାନେ ଓଡ଼ିଶାରେ କେତେ ସୁରକ୍ଷିତ ତାହା ସରକାର ଅନୁଭବ କରନ୍ତୁ । ସରକାର ମହିଳା ସୁରକ୍ଷା ଉପରେ ସଚେତନ ହୁଅନ୍ତୁ। ମହିଳା ସୁରକ୍ଷା ଦେବାରେ ବିଜେପି ସରକାର ଉଦାସୀନତା ଦେଖାଇ ଛନ୍ତି। କୁଆଡେ ଗଲା ସରକାର ମହିଳା ସୁରକ୍ଷା ଦେବା ନେଇ ଶୂନ୍ୟସହନଶିଲତା । ଆଜି ମା ମାନେ ଡରୁଛନ୍ତି ଝିଅ କୁ ସ୍କୁଲ ଓ କଲେଜ୍ କୁ ଛାଡ଼ିବାକୁ। ରାଜଧାନୀ ମଧ୍ୟ ଚୋରି ଓ ଡକାୟତି ବଢ଼ିଛି। ବିରୋଧି ଙ୍କ ଅଭିଯୋଗର ଜବାବ ଦେଇ ଆଇନ ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ 21 ରି ଫାଷ୍ଟ ଟ୍ରାକ କୋର୍ଟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। 45 ଟି କୋର୍ଟ ଖୋଲିବାକୁ କହିଥିଲେ କେନ୍ଦ୍ର ସରକାର୍ମହିଳା ସୁରକ୍ଷା କ୍ଷେତ୍ରରେ ସୁଭଦ୍ରା ସୁରକ୍ଷା ଯୋଜନା ସହାୟକ ହେଉଛି3.3 ପ୍ରତିଶତ ଦୁଷ୍କର୍ମ ମାମଲା ହ୍ରାସ ପାଇଛି।ଥାନା ଖାଲି ପଡୁଥିଲା ପୂର୍ବ ସରକାରରେ। କାହିଁକି ପଦବୀ ପୂରଣ କରୁନଥିଲେ ତାହା ଆଜି ବି ପ୍ରଶ୍ନ ସୃଷ୍ଟି କରୁଛି।ମୁଲତବୀ ଆଲୋଚନା ସମୟରେ ଗୃହରେ ଉତ୍ତର ରଖି କହିଛନ୍ତି ଆଇନ ମନ୍ତ୍ରୀ।
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy