() ସ୍ବର୍ଗତ ନୀଳମଣି ରାଉତରାୟ, ବିଜୁ ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପରି ଓଡିଶା ରାଜନୀତିରେ ଯେଉଁ କେତେଜଣ ହାତ ଗଣତି ରାଜନେତା ଲୋକଙ୍କ ହୃଦୟରେ ସବୁବେଳେ ଅମର ହୋଇ ରହିଛନ୍ତି ସେମାନଙ୍କ ମଧ୍ୟରୁ ଅଶୋକ ଦାସ ଜଣେ l ନିଜର ସାହସୀ ମନୋଭାବ ଯୋଗୁଁ ସେ ସଭିଙ୍କ ପ୍ରିୟପାତ୍ର l କେବଳ ଯାଜପୁର ନୁହେଁ ପୁରା ଓଡ଼ିଶାରେ ସ୍ୱର୍ଗତ ଅଶୋକ ଦାସ ନିଜର ସ୍ଵତନ୍ତ୍ର ପରିଚୟ ରହିଛି l ବିଜୁଙ୍କ ଅତି ଘନିଷ୍ଠ ଭାବେ ଜଣାଶୁଣା ଅଶୋକ ଜନତା ଦଳର ଆଗ ଧାଡିର ନେତାଭାବେ କାମ କରିଛନ୍ତି l ଆଜି ହେଉଛି ତାଙ୍କର ୧୬ତମ ଶ୍ରାଦ୍ଧଦିବସ l ଏହି ଅବସରରେ ସ୍ୱର୍ଗତ ଅଶୋକ ଦାସ ଉପରେ କିଛି ଜଣା ଓ ଅଜଣା କଥା ପଢନ୍ତୁ…
ସ୍ୱର୍ଗତ ଅଶୋକ ଦାସ ।ଦକ୍ଷ ବିଧାୟକ, ଦୂରଦର୍ଶୀ ରାଜନେତା, କ୍ଷମତା ଓ ସାଲିସ ବିହୀନ ରାଜନୀତି ର ବଡ ପ୍ରତୀକ l ପୁଣି ସେ ସେବାର ପୂଜାରୀ l ଓଡ଼ିଶାର ସ୍ୱାଭିମାନ , ମୁକୁଟ ବିହିନ ସମ୍ରାଟ, ସାଲିସ ବିହିନ ନେତା, ଯାଜପୁର ମଉଡ଼ମଣୀ, ମୁରବି, ଓଡ଼ିଶାର ବିଚକ୍ଷଣ ରାଜନେତା ଏମିତି କେତେ କଣ ଶଦ୍ଦ ତାଙ୍କ ନାଁ ଲେଖିବା ପୂର୍ବରୁ ଆପେ ଆପେ ମନକୁ ଚାଲିଆସେ । ପୁଣି ମନରେ ଉଙ୍କି ମାରେ ଆରେ ସତରେ କଣ ଅଶୋକ ଦାସ ଅପେରା ରାଇଜକୁ ଚକ୍ ଚିହ୍ନ ନେଇ ପଳେଇ ଯାଇଛନ୍ତି l ନା ସବୁବେଳେ ସେ ଓଡ଼ିଶା ରାଜନୀତିରେ ସକ୍ରିୟ ଅଛନ୍ତି l ଆଉ ସବୁବେଳେ କହିଛନ୍ତି ରାଜନୀତି କ୍ଷମତା କି ସାଲିସ ପାଇଁ ନୁହେଁ ବରଂ ଜନସେବା କରିବାର ସଂକଳ୍ପ l ହ ଆଜି ଅଶୋକ ଦାସଙ୍କ ପାର୍ଥିବ ଶରୀର ନାହିଁ ସତ କିନ୍ତୁ ତାଙ୍କ ଆଦର୍ଶ ଓ ନୀତି କିନ୍ତୁ ବଂଚି ରହିଛି l ଯାହା ତାଙ୍କର ୧୬ତମ ଶ୍ରାଦ୍ଧ ଦିବସରେ ପୁରା ଓଡ଼ିଶା ରାଜନୀତିରେ ତାଙ୍କର ଚର୍ଚ୍ଚା l
ଜଣେ , ଡ଼ାକ୍ତର ଓ ସମାଜସେବକ ଭାବେ ଜୀବନ ଆରମ୍ଭ କରି ଅଶୋକ ସାଜିଥିଲେ ଓଡ଼ିଶା ରାଜନୀତି ମୁକୁଟ ବିହୀନ ସମ୍ରାଟ । ରାଜନୀତି ତାଙ୍କର ପେଶା ହୋଇଥିଲେ ମଧ୍ୟ ନିଶା କିନ୍ତୁ ସମାଜସେବା କରିବା । ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସେ ଥିଲେ ଅତି ଘନିଷ୍ଠ । ଲଗାତର ୬ଥର ସେ କୋରେଇ ନିର୍ବାଚନ ମଣ୍ଡଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସାରା ଓଡ଼ିଶାରେ କୋରେଇକୁ ଗୋଟେ ସ୍ୱତନ୍ତ୍ର ପରିଚୟ ଦେଇଥିଲେ ସେ । ସବୁବେଳେ ଲୋକଙ୍କ ସହ ରହି ଲୋକଙ୍କ ସମସ୍ୟା ବୁଝୁଥିଲେ । ଯେଉଁଥି ପାଇଁ ସେ କ୍ଷମତା ରାଜନୀତି ଠାରୁ ଦୂରେଇ ରହିଥିଲେ l କ୍ଷମତା ରାଜନୀତି ଠାରୁ ଦୂରେଇ ରହି କିପରି ଜନସେବା କରି ହୁଏ ତାହା ସେ ଓଡ଼ିଶା ରାଜନୀତି ରେ ଆରମ୍ଭ କରିଥିଲେ l ୧୯୭୭,୧୯୯୦ ମସିହାରେ ଦୁଇ ଦୁଇ ଥର ତାଙ୍କୁ ମନ୍ତ୍ରୀ ହେବା ପାଇଁ ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକ ପ୍ରସ୍ତାବ ଦେଇଥିଲେ ମଧ୍ୟ ସେ ତାହାକୁ ଗ୍ରହଣ କରିନଥିଲେ l ଯାହା ପରବର୍ତ୍ତୀ ସମୟରେ ତାଙ୍କୁ ମୁକୁଟ ବିହୀନ ସମ୍ରାଟର ପରିଚୟ ଦେଇଥିଲା l ସବୁବେଳେ ରାଜ୍ୟର ସ୍ୱାର୍ଥପାଇଁ ସେ ଲଢ଼ୁଥିଲେ l ସେ ବିଧାନସଭା ହେଉ ଅବା ଜିଲ୍ଳାପାଳ କର୍ଯ୍ୟାଳୟ । ସବୁଠି ଲୋକଙ୍କ ହକ ମାଗୁଥିଲେ । ରାଜନୀତିର ପରିଭାଷା ତାଙ୍କ ପାଇଁ ଟିକେ ଭିନ୍ନ ଥିଲା । ପଦ ପଦବୀ ନୁହେଁ, ନେତୃତ୍ୱ ନେଇ କିପରି ଦଳ ଓ ଲୋକଙ୍କ ସମସ୍ୟା ସମାଧାନ କରିହେବ ଓ ଓଡ଼ିଶାର ସ୍ୱାର୍ଥ ହାସଲ ହୋଇପାରିବ ସେ କାମରେ ସେ ସବୁବେଳେ ଲାଗିପଡ଼ୁଥିଲେ । ସେବାକୁ ମୂଲମନ୍ତ୍ର କରି ସେ ତାଙ୍କ ଜୀବନ କଟାଉଥିଲେ । ପୁରା ଯାଜପୁରର ସେ ଥିଲେ ମୁରବୀ । କାରଣ ସେ ଥିଲେ ଧର୍ମନିରପକ୍ଷର ସବୁଠାରୁ ବଡ଼ ପ୍ରତୀକ । ସବୁଠାରୁ ବଡ଼ କଥା ହେଲା ସେ ଭାରି ସ୍ୱାଭିମାନୀ ଥିଲେ । କାହା ଆଗରେ ମୁଣ୍ଡ ନୁଆଉନଥିଲେ କି କାହା ସହ ସାଲିସ ବି କରୁନଥିଲେ । ତାଙ୍କର ସ୍ୱତନ୍ତ୍ର ପରିଚୟ ଥିଲା ପୁରା ଓଡ଼ିଶାରେ । ଯେଉଁଥି ପାଇଁ ଆଜି ପୁରା ଓଡ଼ିଶା ତାଙ୍କୁ ଝୁରୁଛି । ଲୋକଙ୍କ ସେବା କରିବା ପାଇଁ ଯେଉଁସବୁ ମାର୍ଗ ରହିଛି ତାହାକୁ ସେ ଗ୍ରହଣ କରୁଥିଲେ । କେବଳ ରାଜନୀତି ନୁହେଁ, ଜଣେ ଆୟୁରବୈଦିକ ଡ଼ାକ୍ତର ଭାବେ ସେ ଲୋକଙ୍କ ସେବା କରୁଥିଲେ ।
ଯାଜପୁର ମୂରବୀ ଭାବେ ଅଶୋକ ଦାସ ସବୁବେଳେ ଥିଲେ ଓ ଆଜି ବି ଅଛନ୍ତି ବୋଲି ୧୬ ତମ ଶ୍ରାଦ୍ଧ ଦିବସରେ ଯାଜପୁରବାସୀ ତାଙ୍କୁ ମନେ ପକାଇ ଝୁରିଛନ୍ତି l