ନୂଆପଡ଼ାରେ ଅରୁଣଙ୍କ ହଂସ କୁକୁଡ଼ା ଉପାଖ୍ୟାନ : କହିଲେ ବିଜେପି ଓ କଂଗ୍ରେସକୁ ଖୋଜିଲେ ମଧ୍ୟ ମିଳୁନାହାନ୍ତି

0
75

ଅରୁଣ ସାହୁ। ଛାତ୍ର ଜୀବନରୁ ଚତୁର ରାଜନେତା ଭାବେ ପୁରା ଓଡ଼ିଶାରେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି। ଅଳ୍ପ କହିନ୍ତି, ଯାହା କହନ୍ତି  ତାହା ସାଧାରଣ ଲୋକଙ୍କ ମନକୁ ବେଶ ଛୁଏ। ତର୍କ, ବିତର୍କ ଓ ଚ୍ୟାଲେଞ୍ଜକୁ ସବୁବେଳେ ଗ୍ରହଣ କରି କାମ କରନ୍ତି।   ନୂଆପଡାରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗୀନି ଛୁରିଆଙ୍କ ବିଜୟ ମୁକୁଟ ପିନ୍ଧାଇବାକୁ ସାଜିଛନ୍ତି ଦଳର ଷ୍ଟାର ପ୍ରଚାରକ। ନୂଆପଡ଼ା ନିର୍ବାଚନୀ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଘମାଘୋଟ ପ୍ରଚାର କରି ଅରୁଣ ସଭିଙ୍କ ମନକୁ ଜିଣୁଛନ୍ତି । ନବୀନ ପଟ୍ଟନାୟକ କୋମନା ଗସ୍ତ ପୂର୍ବରୁ ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁ କହିଛନ୍ତି ଯେ ନୂଆପଡ଼ାରେ ଏକ ପାଖିଆ ଜିତିବ ବିଜେଡି। ପ୍ରାର୍ଥୀ ଘୋଷଣା ବେଳେ ବିରୋଧୀ କହୁଥିଲେ ନୂଆପଡ଼ାରେ ବିଜେଡି ନାହିଁ। ହେଲେ ୧୫ଦିନ ଭିତରେ ପରିସ୍ଥିତି ବଦଳିଲା। ଏବେ ବିଜେପି ଓ କଂଗ୍ରେସକୁ ଖୋଜିଲେ ମଧ୍ୟ ମିଳୁ ନାହାନ୍ତି। ଆସନ୍ତା କାଲି ବିଜେଡି ସଭାପତି ନବୀନ ପଟ୍ଟନାୟକ ଆସୁଛନ୍ତି। ଦେଖିବେ ଲୋକ କେମିତି ସ୍ୱତଃ ପ୍ରଭୃତ ଭାବରେ ଆସିବେ । ଆଗକୁ ଆପଣ କହୁଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଆସିବେ। ସେମାନେ ଉଭୟ ମୁଖ୍ୟମନ୍ତ୍ରୀ ଜଣେ ବିଜେପି ଓ ଅନ୍ୟ ଜଣେ କଂଗ୍ରେସ ପାଇଁ ପ୍ରଚାର କରିବେ। ହେଲେ ବିଜେଡି ପାଇଁ ପ୍ରଚାର କରିବେ ବିଜେଡିର ଚିର ସବୁଜ, ଓଡ଼ିଶାବାସୀଙ୍କ ମନର ମଉଡ଼ମଣି ଓ ହୃଦୟର ମଣିଷ ଆସୁଛନ୍ତି। ଏଥିରୁ ଆପଣ ଫରକ ବୁଝନ୍ତୁ। ନବୀନଙ୍କ ଜନ ଜନପ୍ରିୟତାର ଉଚ୍ଚତା ସହିତ କେହି ସମକକ୍ଷ ହେବେ ନାହିଁ। ନବୀନଙ୍କୁ ଦେଖିବାକୁ ଅନେକ ଲୋକ ଆପେ ଆପେ ଆସନ୍ତି। ବିଜେପିର ନିର୍ବାଚନ ପରିଚାଳନାକୁ ନେଇ ବିଧାୟକ ଅରୁଣ ସାହୁଙ୍କ କଟାକ୍ଷ କରି କହିଛନ୍ତି ଯେ ନଈରେ ହଂସ ପହଁରୁ ଥିଲା। ନଈ ହୁଡାରେ କୁକୁଡ଼ା ଖାଇ ପିଇ ବୁଲୁଥିଲା। ଦେଖିଲା ହଂସ ପହଁରୁଛି। ତେଣୁ କୁକୁଡ଼ା ନଇକୁ ଡେଇଁଲା। ଆଉ ମଲା। ଠିକ ସେହିପରି ବିଜେପିର ସ୍ଥିତି ହେବ। ଜୟ ଢୋଲକିଆ କୁ ଚୋରେଇ ନେଇ ବିଜେଡି ଯେଉଁ ବିଜୟର ସ୍ବପ୍ନ ଦେଖୁଛି ତାହାକୁ ଅରୁଣ ନିଜର ଚତୁର ବୟାନରେ କାଉଣ୍ଟର କରିଛନ୍ତି । ସେ ବିଧାନସଭା ହେଉ କି ନିର୍ବାଚନୀ ସଭା ସବୁବେଳେ ଅରୁଣ ନିଜର ବୟାନ ଓ ଯୁକ୍ତି ବଳରେ ବିରୋଧୀଙ୍କୁ ଘାଇଲା କରିଥାନ୍ତି ।