ଅରୁଣ ସାଜିଲେ ସାମ୍ବାଦିକ : ଆରମ୍ଭ ହେଲା ବିଧାନସଭା ବିଚାର
ବିଜେଡି ଶାସନ ସମୟରେ ଲୋକସଭା ଟିଭି ପରି ବିଧାନସଭା ଟିଭି ଆରମ୍ଭ ହୋଇଥିଲା ଓଡିଶା ବିଧାନସଭାରେ l ଏହି ଟିଭି ବିଧାନସଭା ଖବର ସହ ବିଧାୟକ, ମନ୍ତ୍ରୀମାନଙ୍କର ସାକ୍ଷାତକାର ଓ ଖବର ପରିବେଷଣ ଜାରି ରଖିଥିଲା ବିଧାନସଭା ସମାଚାର ଜରିଆରେ l ବିକ୍ରମ ଆରୁଖ ବାଚସ୍ପତି ସମୟରେ କୌଣସି କାରଣ ଯୋଗୁଁ ଏହା ବନ୍ଧ ହୋଇଗଲା l ପରେ ପରେ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଛି l ଏହାରି ଭିତରେ ବିଜେପି ସରକାରକୁ 19ମାସ ବିତିଛି l ହେଲେ ବିଧାନସଭା ସମାଚାର କିନ୍ତୁ ବନ୍ଧ ହୋଇଯାଇଛି l ବିଧାନସଭାରେ ଥିବା ସମାଚାର ପ୍ରକୋଷ୍ଠରେ ତାଲା ଝୁଲୁଛି l ଠିକ ଏମିତି ବେଳେ ବିଧାନସଭା କାହିଁକି ବସେ, ବିଧାୟକଙ୍କ ଦାୟିତ୍ୱ କଣ, ବିଧାନସଭାରେ ଶାସକ ଓ ବିରୋଧୀ ଦଳର ଭୂମିକା କଣ? ଲୋକଙ୍କ ଲାଭ କଣ ବିଧାନସଭା ବସିଲେ l ବିଧାନସଭା ବାରମ୍ବାର ମୁଲତବି ହେବା ଓ ଗୃହରେ ଗଠନ ମୂଳକ ଆଲୋଚନା ନହେବା ପରି ଅନେକ ପ୍ରସଙ୍ଗକୁ ବିଜେଡିର ଚତୁର ବରିଷ୍ଠ ବିଧାୟକ ତଥା ଅଭିଜ୍ଞ ପୂର୍ବତନ ମନ୍ତ୍ରୀ ଡ଼.ଅରୁଣ ସାହୁ ରାଜନେତା ଭାବେ ନୁହେଁ ସାମ୍ବାଦିକ ଭୂମିକାରେ ଆସି ଆରମ୍ଭ କରିଛନ୍ତି
ବିଧାନସଭା ବିଚାର l ବଜେଟ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣକୁ ନେଇ ବିଧାନସଭା ହୁଲସ୍ତୁଲ ହେଉଥିବା ବେଳେ ଅରୁଣଙ୍କ ବିଧାନସଭା ବିଚାର ଏ ନିଆଁରେ ଘିଅ ଢାଳିଛି l ଯାହା ଏବେ ବିଧାନସଭା ଠାରୁ ଚା ଖଟି ଯାଏ ଚର୍ଚ୍ଚା l
ଅରୁଣ ସାହୁ l ଓଡିଶା ରାଜନୀତିର ଚତୁର ରାଜନେତା l ଛାତ୍ର ଜୀବନରୁ ରାଜନୀତିର ଗହନ ପାଠକୁ ଏମିତି ଭାବେ ଅଧ୍ୟୟନ କରିଛନ୍ତି ଯାହା ତାଙ୍କୁ ଆଜି ଓଡିଶା ରାଜନୀତିରେ ଜଣେ ପୋଖତ ରାଜନେତା ଭାବେ ଘରେ ଘରେ ପରିଚିତ କରିଛି l ସବୁବେଳ କିଛି ନୂଆ କରିବାକୁ ଓ ଆଜିର ଵିଧି,ବ୍ୟବସ୍ଥା, ରାଜନୀତିରେ ନୂଆ ବିପ୍ଳବ ଆଣିବାକୁ ଚେଷ୍ଠା ଜାରି ରଖିଛନ୍ତି ଅରୁଣ ସାହୁ l
ବିଧାନସଭା ଅଧିବେଶନ ନେଇ ବିଧାୟକ ଅରୁଣ ସାହୁଙ୍କ ବିଧାନସଭା ବିଚାର କି ପରିବର୍ତ୍ତନ ଆଣୁଛି ବିଧାୟକମାନଙ୍କ ମଧ୍ୟରେ ଓ କେତେ ସୂଚନା ଓ ରାଜନୀତିର ଗହନ କଥା ସାମ୍ନାକୁ ଆଣୁଛନ୍ତି ଚତୁର ବିଧାୟକ ଅରୁଣ ସାହୁ ତାକୁ ଓଡିଶାବାସିଙ୍କ ଅପେକ୍ଷା l କିଛି ହେଉ କି ନହେଉ ରାଜନୀତି ବ୍ୟବସ୍ଥାରେ ପରିବର୍ତ୍ତବ ପାଇଁ ନୟାଗଡ଼ ବିଧାୟକଙ୍କ ଏପରି ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି l
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy