ଅମିତ ଶାହା ହେଲେ କରୋନା ପଜିଟିଭ : ଏପଟେ ଅମିତାଭ ବଚ୍ଚନଙ୍କ ରିପୋର୍ଟ ନେଗେଟିଭ

- Advertisement -
  1. ଅମିତ ଶାହା ହେଲେ କରୋନା ପୋଜିଟିଭ : ଏପଟେ ଅମିତାଭ ବଚ୍ଚନଙ୍କ ରିପୋର୍ଟ ନେଗେଟିଭ
    ନୂଆଦିଲ୍ଲୀ : ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା କି ସେ ନିଜେ ଟ୍ଵିଟ କରି ସୂଚନା ଦେଇଛନ୍ତି । ସେ ଟୁଇଟରରେ ଲେଖିଛନ୍ତି କି ତାଙ୍କ ଠାରେ କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଯାଇଥିଲା।ସେଥିପାଇଁ ସେ ଟେଷ୍ଟ କରିଥିଲେ । ଟେଷ୍ଟରୁ ତାଙ୍କୁ କରୋନା ପଜିଟିଭ ଥିବା ଜଣାପଡ଼ିଛି । ହେଲେ ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ ଅଛି। କିନ୍ତୁ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଏହାସହ ସେ ତାଙ୍କ ସଂପର୍କରେ ଆସିଥିବା ଲୋକମାନେ ସଙ୍ଗରୋଧରେ ରହିବା ସହ ଟେଷ୍ଟ କରିବାକୁ ସେ ଅନୁରୋଧ କରିଛନ୍ତି ।
    ଅନ୍ୟ ପକ୍ଷରେ ବଲିଉଡର ଭେଟେରାନ ଅଭିନେତା ଅମିତାଭ ବଚ୍ଚନ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତାଙ୍କ କରୋନା ରିପୋର୍ଟ ଆଜି ନେଗେଟିଭ ଆସିବା ପରେ ତାଙ୍କୁ ମେଡିକାଲ କର୍ତ୍ତୃପକ୍ଷ ଡିସଚାର୍ଜ କରିଛନ୍ତି। ଏ ନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି। ସେ ଏବେ ହୋମ କ୍ୱାରେଣ୍ଟାଇନରେ ଘରେ ରହିବେ। ସେ ସୁସ୍ଥ ହେଲା ପରେ ତାଙ୍କ ସମସ୍ତ ଶୁଭେଚ୍ଛୁ ଏବଂ ନାନାବତୀ ହସ୍ପିଟାଲର ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles