ସୋଆ ପକ୍ଷରୁ ମେକାନିକାଲ୍ ଇଞ୍ଜିନିୟରିଂ ଗବେଷଣାକୁ ନେଇ ଆନ୍ତର୍ଜାତିକ ଭର୍ଚୁଆଲ୍ ସମ୍ମିଳନୀ 

- Advertisement -

ଭୁବନେଶ୍ୱର : ନବୀକରଣକ୍ଷମ ଶକ୍ତି ସମ୍ପର୍କିତ ନୂତନ ଦ୍ରବ୍ୟର ବିକାଶ ଏବଂ ଏହାର ପ୍ରୟୋଗବିଷୟବସ୍ତୁକୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପକ୍ଷରୁ ଦୁଇ ଦିନିଆ ଆନ୍ତର୍ଜାତିକ ସମ୍ମିଳନୀଭର୍ଚୁଆଲି ଆୟୋଜିତ ହୋଇଯାଇଛି ।ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଅଧିନସ୍ଥମେକାନିକାଲ୍ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଆୟୋଜିତ ଏହି ଆନ୍ତର୍ଜାତିକ ସମ୍ମିଳନୀର ବିଷୟବସ୍ତୁ ଥିଲା “ରିସେଂଟ୍‌ ଆଡ୍‌ଭାନ୍‌ସେସ୍ ଇନ୍ ମେକାନିକାଲ ଇଞ୍ଜିନିୟରିଂ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଂଟ” ।ଏହି ସମ୍ମିଳନୀରେ ଉଭୟ ଶିକ୍ଷା ଏବଂ ଶିଳ୍ପ ସ୍ତରୀୟ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରର ଗବେଷକଙ୍କ ପକ୍ଷରୁ ୧୬୭ଟି ଗବେଷଣା ପତ୍ର, ତଥ୍ୟ ଏବଂ ଆବେଦନ ପତ୍ର ପ୍ରଦାନ କରାଯାଇଥିଲା । ସମ୍ମିଳନୀରେ ଭାଗ ନେଇଥିବା ଅତିଥିମାନେ ନବୀକରଣ ଶକ୍ତି ସହିତ ଥର୍ମାଲ ଇଞ୍ଜିନିୟରିଂ, ମାନୁଫ୍ୟାକ୍‌ଚରିଂ ଇଞ୍ଜିନିୟରିଂ, ଇଣ୍ଡଷ୍ଟ୍ରିଆଲ୍‌ ଇଞ୍ଜିନିୟରିଂ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ । ଶିକ୍ଷା ଏବଂ ଶିଳ୍ପ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ସହ ଅନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ଫ୍ୟାକଲ୍ଟିମାନେକିଭଳି ଏ ଦିଗରେ ଅଧିକ ଲାଭ ଉଠାଇପାରିବେ ତାହା ହିଁ ଏହି ସମ୍ମିଳନୀର ମୂଳ ଲକ୍ଷ୍ୟ ଥିଲା । ଶକ୍ତି ଗବେଷଣା କ୍ଷେତ୍ରର ନୂତନ ଦିଗ ସମ୍ପର୍କରେ ୟୁଏସ୍‌ଏର ଫ୍ଲୋରିଡା ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଫେସର ଏସ୍‌. ଏ, ସେରିଫମତବ୍ୟକ୍ତ କରିଥିବା ବେଳେ ଇଟାଲୀର ପ୍ରଫେସର ଇ. ଗଲୋନୀ ୱେଷ୍ଟ ହିଟ୍ ରିକଭରୀ’ ସମ୍ପକ ଆଲୋଚନା ହୋଇଥିଲା l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles