ନିରଞ୍ଜନଙ୍କ ସମର୍ଥନରେ ରଞ୍ଜୀବ

- Advertisement -

ଭୁବନେଶ୍ୱର: ଓଡିଶା କଂଗ୍ରେସରେ ସବୁବେଳେ ଦୁଇ ପରିବାର ତଥା ପଟ୍ଟନାୟକ ଓ ବିଶ୍ୱାଳ ପରିବାରର ଦବଦବା ରହିଛି। ଦୁଇ ପରିବାରର ମଧ୍ୟରେ ନିବିଡ଼ ଘନିଷ୍ଠତା ମଧ୍ୟ ରହିଛି। ସେଥିପାଇଁ ତ ପଟ୍ଟନାୟକ ପରିବାର ସମର୍ଥନରେ ଏବେ ବିଶ୍ୱାଳ ପରିବାର ଆଗେଇ ଆସିଛି। ରାଜ୍ୟ କଂଗ୍ରେସରେ ଏବେ ମଙ୍ଗୁଆଳ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି। ହେଲେ ରଞ୍ଜୀବ ବିଶ୍ୱାଳ ଏବେ ପିସିସି ମୁଖିଆ ପରିବର୍ତ୍ତନ ହେବାର କୌଣସି ଯୋଜନା ନାହିଁ ବୋଲି କହିଛନ୍ତି। ଏହାସହ ସେ କହିଛନ୍ତି ମୁଁ ପିସିସି ସଭପତି ଦୌଡ଼ରେ ନାହିଁ।ଏଆଇସିସି ଏଯାଏଁ ପିସିସି ସଭାପତି ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇ ନାହିଁ। ଏହାସହ ଯେଉଁମାନଙ୍କର ନାଁ ଏବେ ପିସିସି ସଭାପତି ନେଇ ଚର୍ଚ୍ଚା ହେଉଛି ସେମାନେ କେହି ଜଣେ ବି ଲବି କରିନାହାନ୍ତି କି ଦିଲ୍ଲୀରେ ଡେରା ପକାଇ ନାହାନ୍ତି। ତେଣୁ ବର୍ତ୍ତମାନର ପରିସ୍ଥିତିରେ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ପଦ ବଜାୟ ରଖିବେ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles