ବିପିୟୁଟି ଅନଲାଇନ ପରୀକ୍ଷା ନେଇ ପ୍ରଶ୍ନ ଉଠାଇଲା ଯୁବ ବିଜେପି…

- Advertisement -

ଭୁବନେଶ୍ୱର : ବିପିୟୁଟି ପରୀକ୍ଷା ନିୟମାବଳୀ ନେଇ ଉଠାଇଲେ ପ୍ରଶ୍ନ । BPUT ଅନେକ ପିଲା ଗାଁ ଗହଳିରେ ରହୁଛନ୍ତି ଅନ୍ୟ ରାଜ୍ୟରେ ମଧ୍ୟ ରହୁଛନ୍ତି। ତେଣୁ BPUT ର ପରୀକ୍ଷା ନିୟମାବଳୀ ପାଳନ କରିବା ନିଶ୍ଚିତଭାବେ ଅସମ୍ଭବ । ବିପିୟୁଟିର ଅନଲାଇନ ପରୀକ୍ଷା କୁ ତୋଗଲାକି ଫାର୍ମାଟ କହିଲା ବିଜେପି ଯୁବିମୋର୍ଚା। ଓଡିଶା ଅନଲାଇନ ପରୀକ୍ଷା ସମ୍ଭବ ନୁହେଁ। 3 ଘଣ୍ଟା ବିଜୁଳି ରହୁନି, ଇଣ୍ଟରନେଟର ସ୍ପୀଡ଼ ନାହିଁ, ଶକ୍ତି ମନ୍ତ୍ରୀଙ୍କ ଘର ପାଖରେ ବି 3 ଘଣ୍ଟା ବିଜୁଳି ରହୁନି। ପରୀକ୍ଷା କରିବାକୁ ବ୍ଲାକ ଲିଷ୍ଟଡେ ସଂସ୍ଥା କୁ ଦୁଆଯାଇଛି। ଗ୍ଲୋବେରେନା ଟେକ୍ନୋଲୋଜି ନାମ ବଦାଳେଇ ନୂଆ ସଂସ୍ଥା କରିଛି। କୋଏମଟେ ଏଜୁଟେକ । ଏହି ସଂସ୍ଥା ର ତ୍ରୁଟିପୂର୍ଣ୍ଣ ପରୀକ୍ଷା ପରିଚାଳନା ପାଇଁ ତେଲେଙ୍ଗାନାରେ 18 ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ। ଏହି ତ୍ରୁଟି ପୂର୍ଣ୍ଣ ପରୀକ୍ଷା ପାଇଁ ତେଲେଙ୍ଗାନା ସରକାର ଏହି ସଂସ୍ଥା କୁ ବ୍ଲକ ଲିଷ୍ଟ ଡେ କରିଛନ୍ତି। ପୂର୍ବ ପରୀକ୍ଷା ଫଳ ଅନୁସାରେ ପରୀକ୍ଷା ଫଳ ପ୍ରକାଶ କରାଯାଉ। ଯଦି ଅନଲାଇନ ପରୀକ୍ଷା କରାଯାଏ ଆନ୍ଦୋଳନକୁ ଓହ୍ଲାଇବ ବିଜେବି ଯୁବ ମୋର୍ଚ୍ଚା।
ଇରାଶିଷ ଆଚାର୍ଯ୍ୟ, ସଭାପତି, ବୁଜେପି ଯୁବ ମୋର୍ଚ୍ଚା

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles