- Advertisement -
ପୁରୀ: ସକାଳ ହେଲେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ହାତରେ ଆଉ ମାତ୍ର କେଇ ଘଣ୍ଟା ବାକି ଅଛି। ଏହି ଅଳ୍ପ ସମୟରେ ରଥଯାତ୍ରାକୁ ସମ୍ପାଦନା କରିବା ପାଇଁ ପୁରୀ ପ୍ରଶାସନ ତରଫରୁ ଯୁଦ୍ଧକାଳୀନ ଭିତ୍ତି ପ୍ରସ୍ତୁତି ଚାଲିଛି। ଏଥିପାଇଁ ରାଜ୍ୟ ସରକାର ତିନିଜଣ ମନ୍ତ୍ରୀଙ୍କ ସହ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କୁ ଦାୟିତ୍ୱ ଦିଆଯାଇଛି।
ଏଥିପାଇଁ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ଉପରେ କାର୍ଯ୍ୟ ଭାର ନ୍ୟସ୍ତ କରିଛନ୍ତି ରାଜ୍ୟ ସରକାର।ଏହି ତିନି ଜଣ ମନ୍ତ୍ରୀ ପୁରୀରେ ରହି ରଥଯାତ୍ରା କାର୍ଯ୍ୟ ତଦାରଖ କରିବେ ।
ଏଥିସହ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କୁ ମଧ୍ୟ ପୁରୀରେ ରହି ରଥଯାତ୍ରା ପରିଚାଳନା ବୁଝିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

