ବନ୍ଦେ ଉତ୍କଳ ଜନନୀ”କୁ ମିଳିଲା ରାଜ୍ୟ ସଙ୍ଗୀତ ମାନ୍ୟତା…..

- Advertisement -

ଭୁବନେଶ୍ୱର :ରାଜ୍ୟ କ୍ୟାବିନେଟରେ “ବନ୍ଦେ ଉତ୍କଳ ଜନନୀ”କୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦିଆଯାଇଛି। ଏହି ସଙ୍ଗୀତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ।
ଏହାସହ ସଙ୍ଗୀତ ଗାୟନର ଅନୁମୋଦିତ ସ୍ୱର ,ଶୈଳୀ ତଥା ରେକର୍ଡିଂ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯିବା ପାଇଁ ସ୍ଥିର କରାଯାଇଛି।
ରାଜ୍ୟର ଅନେକ ଭାଷାପ୍ରେମୀ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ରାଜ୍ୟ ସଙ୍ଗୀତ ମାନ୍ୟତା ପାଇଁ ଦାବି କରିଆସୁଥିଲେ। ଏହି ଦାବିରେ ଆଜି ମୋହର ଲାଗିଛି। ରାଜ୍ୟ କ୍ୟାବିନେଟ ଏହାକୁ ଅନୁମୋଦନ ଦେଇଛି।ମେ ୩୦ ତାରିଖରେ ସାରା ରାଜ୍ୟରେ କରୋନା ଯୋଦ୍ଧାଙ୍କୁ ସମାନ ଜଣାଇ ଏହି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା। ସେହି ସମୟରେ ଅନେକ ଲୋକ ସରକାରଙ୍କୁ ଏହି ସଙ୍ଗୀତକୁ କାହିଁକି ରାଜ୍ୟ ସଙ୍ଗୀତର ମାନ୍ୟତା ଦିଆଯାଉନାହିଁ ବୋଲି ସମାଲୋଚନା ମଧ୍ୟ କରିଥିଲେ। ହେଲେ ସେ ସବୁରେ ଆଜି ବିରାମ ପଡିଛି। ଏହାସହ ଏବେ ସରକାରଙ୍କ ଏହି ପଦକ୍ଷେପ ପରେ ଚାରିଆଡେ ଖୁସିର ଲହରୀ ଖେଳିଯାଇଛି। ଖୋଦ ମୁଖ୍ୟମନ୍ତ୍ରୀ ଟୁଇଟ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି ।ଓଡ଼ିଆ ଜାତିର ଅସ୍ମିତା ଓ ସ୍ବାଭିମାନର ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏହା ହେଉଛି କାଳଜୟୀ ସୃଷ୍ଟି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles