ଦୁଇ ମାସ ମଧ୍ୟରେ ସାମ୍ବାଦିକ ଅଧିସ୍ୱୀକୃତି କମିଟି ଗଠନ କାରିବାକୁ ରାଜ୍ୟ ସରକାରଙ୍କୁ ପ୍ରେସ କାଉନସିଲଙ୍କ ନିର୍ଦ୍ଦେଶ
ସାମ୍ବାଦିକଙ୍କୁ ଅଧିସ୍ୱୀକୃତି ପ୍ରଦାନ ପାଇଁ ଉଦ୍ଦିଷ୍ଟ କମିଟି ଦୀର୍ଘ 19 ବର୍ଷ ଧରି ଓଡ଼ିଶାରେ ନଥିବା ବେଳେ ଏହାକୁ ଦୁଇ ମାସ ମଧ୍ୟରେ ଗଠନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରେସ କାଉନସିଲ ଅଫ ଇଣ୍ଡିଆ l ମଙ୍ଗଳବାର ଦିନ ନୂଆଦିଲ୍ଲୀ ରେ ଅନୁଷ୍ଠିତ ପ୍ରେସ କାଉନସିଲ ବୈଠକରେ ଏହି ପ୍ରସଙ୍ଗ ଉଠାଇ ପି ସି ଆଇ ସଦସ୍ୟ ପ୍ରସନ୍ନ ମହାନ୍ତି ରାଜ୍ୟରେ ଶତାଧିକ ଆବେଦନ ପଡି ରହିଥିବା ବେଳେ ଦୀର୍ଘ 2006 ମସିହାରୁ ଅଧିସ୍ୱୀକୃତି କମିଟି ଗଠିତ ନହେବା ଓ ରାଜ୍ୟସରକାର ପି ସି ଆଇ ଙ୍କ ଏବବାଦ ନିର୍ଦ୍ଦେଶକୁ ନମାନିବା ଉଦବେଗ ର ବିଷୟ ବୋଲି ଉଲ୍ଲେଖ କରିବା ସହ ଏଥି ପାଇଁ ଏକ ନିର୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କାରିବାକୁ ଦାବି କରିଥିଲେ l ପରେ ପ୍ରେସ କାଉନସିଲ ଚେୟାରମ୍ୟାନ ଜଷ୍ଟିସ ଶ୍ରୀମତୀ ରଞ୍ଜନା ପ୍ରକାଶ ଦେଶାଇ ପରିସ୍ଥିତିର ଗମ୍ଭୀରତାକୁ ବିଚାରକୁ ନେଇ ରାଜ୍ୟ ସରକାରଙ୍କୁ ଏଭଳି ନିର୍ଦ୍ଦେଶ ଦେବା ସହ ଅନ୍ୟ ରାଜ୍ୟ ମାନଙ୍କରେ ଅଧିସ୍ୱୀକୃତି କମିଟିର ସ୍ଥିତି ଜାଣିବା ପାଇଁ ଚିଠି ଲେଖିବାକୁ କହିଥିଲେ l ସେହିପରି କୋଭିଡ କାଳରୁ ବନ୍ଦ ରହିଥିବା ସାମ୍ବାଦିକଙ୍କ ରିହାତି ରେଳ ଯାତ୍ରା ସୁବିଧାର ପୁନଃ ପ୍ରଚଳନ, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଏବଂ ଆନ୍ଦୋଳନ ସମୟରେ ପୋଲିସ ସାମ୍ବାଦିକ ଙ୍କ ଉପରେ ନେଉଥିବା ଦମନ ମୂଳକ କାର୍ଯ୍ୟାନୁଷ୍ଠାନ ବାବଦରେ କାଉନସିଲ ର ଦୃଷ୍ଟି ଆକର୍ଷଣ କରିଥିଲେ l ଏଥିପାଇଁ କାଉନସିଲ କମିଟି ଗଠନ କରିବା ସହ ରେଳ ମନ୍ତ୍ରୀଙ୍କ ସହ ଆଲୋଚନା କାରିବାକୁ ସ୍ଥିର ହେଲା l
- Advertisement -
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy