ଖଣି ଜମି ଅଧିକାର କେନ୍ଦ୍ରର ନୁହେଁ ଓଡ଼ିଶାର : ବବି ଦାସ

- Advertisement -

MMDR ସଂଶୋଧନ ଆଇନ ଓଡିଶାର ଅସ୍ତିତ୍ବକୁ ଛଡାଇ ନେଇଛି । ଆମ ଜମି ଉପରୁ, ଆମର ପ୍ରାକୃତିକ ସମ୍ପଦ ଉପରୁ ଆମର ଅଧିକାର ଅପହରଣ କରାଯାଇଛି. ଓଡିଶା ବିରୋଧରେ ବଡ଼ ଷଡଯନ୍ତ୍ର କରାଗଲା,ହେଲେ ସଂସଦ ଓଡ଼ିଶାରୁ ଯାଇଥିବା ବିଜେପିର ୨୦ ଜଣ ସାଂସଦ ପାଟିଚୁପ କରି ସମର୍ଥନ ଦେଲେ । ଯାହା ଆମ ଓଡ଼ିଶାର ଭବିଷ୍ୟତକୁ ଅନ୍ଧାରକୁ ନେଇଗଲା ।MMDR ସଂଶୋଧନ ଆଇନ ଯୋଗୁଁ ଓଡିଶା ବାର୍ଷିକ 12ରୁ 14 ହଜାର କୋଟି ଟଙ୍କା ରାଜସ୍ବ ହରାଇବ. ବକେୟା ବାବଦକୁ ପାଖାପାଖି ଦେଢ଼ଲକ୍ଷ କୋଟି ଓଡିଶାର କ୍ଷତି ହେଲା. ବିଜୁବାବୁ ଦିନେ ଆହ୍ୱାନ ଦେଇଥିଲେ ଓଡିଶାକୁ ଅର୍ଥନୈତିକ ସ୍ୱାଧୀନତା ଦେବାକୁ. ବିଜେଡି ସେ ଅଧିକାର ପାଇଁ ଲଢେଇ କରୁଛି ଓ କରିବ.2024 ମସିହାରେ ଓଡ଼ିଶାର ଆଡ଼ଭୋକେଟ ଜେନେରାଲ ସୁପ୍ରିମକୋର୍ଟରେ କହିଲେ ଆମ ରାଜ୍ୟର ଆର୍ଥିକ ପରିସ୍ଥିତି ଖରାପ ଅଛି. ସୁପ୍ରିମ କୋର୍ଟ କହିଥିଲେ ଖଣିଜ ଥିବା ଭୂମି ଉପରେ ଟିକସ ଲଗାଇଵା ପାଇଁ ଆମକୁ ଅଧିକାର ଦିଆଯାଉ. ତାହା ପୁଣି 2005 ମସିହାରେ ପିଛିଲା ଭାବେ ଲାଗୁ ପାଇଁ ଅନୁମତି ଦିଆଯାଉ. ଆଜି ବି ଆଡଭୋକେଟ ଜେନେରାଲ ଅଛନ୍ତି. ହେଲେ ସ୍ୱର କାହିଁକି ବଦଳିଯାଇଛି. ନଭେମ୍ବର 2025ରେ ଓଡିଶା ରିଭ୍ୟୁ ଯାହା ସୂଚନା ଓ ଲୋକ ସମ୍ପର୍କ ବିଭାଗ (ଯେଉଁ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଅଛି ) ସେ ସଂସ୍କରଣ କୁହାଯାଇଛି କୁହାଯାଇଛି ଖଣି ଟିକସ ବାବଦକୁ ଏକ କୋଟି ବକେୟା ପାଇବାର ଅଛି ମ ବାର୍ଷିକ 12 ହଜାର କୋଟି ପାଇବୁ. ହେଲେ ଏବେ ଖଣି ମନ୍ତ୍ରୀ ଅନେକ ବିଧାୟକଙ୍କ ପ୍ରଶ୍ନରେ କହିଛନ୍ତି ଖଣି ଲିଜ ଠାରୁ କେତେ ଓଡିଶା ଅର୍ଥ ପାଇବ ତାହା ଆକଳନ କରାଯାଇ ନାହିଁ. ତାହାଲେ କିଏ ସତ କହୁଛି. ମୁଖ୍ୟମନ୍ତ୍ରୀ ନା ଖଣି ମନ୍ତ୍ରୀ.ସୁପ୍ରିମ କୋର୍ଟ କହିବା ପରେ ସେପ୍ଟେମ୍ବର 2026 ପର୍ଯ୍ୟନ୍ତ ରାଜ୍ୟ ସରକାର ଆକଳନ କରି ନପାରିବା ଦୁର୍ଭାଗ୍ୟ ଜନକ.

ଶେଷରେ ଏତିକି କୁହାଯାଇ ପାରେ ଓଡିଶାର ଖଣିଜ ସମ୍ପଦ, ଖଣି ଜମି ଉପରେ ଓଡ଼ିଶାର ନୁହେଁ କେନ୍ଦ୍ରର. ଏହାକୁ କେବେ ଓଡିଶାବାସୀ ବରଦାସ୍ତ କରି ପାରିବେ ନାହିଁ.ଓଡ଼ିଶାର ସ୍ୱାର୍ଥ ପାଇଁ ନବୀନ ପଟନାୟକ ଜୀବନର ଶେଷ ବିନ୍ଧୁ ଯାଏ ଲଢେଇ କରିବାକୁ ଆହ୍ୱାନ ଦେଇଛନ୍ତି. ବିଜେଡି ଏବେ ନିର୍ଣ୍ଣlୟକ ଲଢେଇ ଲଢୁଛି ରାଜ୍ୟ ସ୍ୱାର୍ଥ ପାଇଁ. ଯେ ପର୍ଯ୍ୟନ୍ତ mmdr ଆଇନ ପ୍ରତ୍ୟାହାର ନହେବ ସେଯାଏ ଲଢେଇ ଜାରି ରଖିବ ବିଜେଡି.କାରଣ ଜେନ ଜି ଓ ଜେନ ଅଲଫା ମାନଙ୍କ ଭବିଷ୍ୟତକୁ ଅନ୍ଧାରକୁ ଯିବାକୁ ଦେବନୀ ବିଜେଡି. ଓଡିଶାବାସୀଙ୍କ ହୃଦୟର ନେତା ନବୀନ ପଟନାୟକ MMDR ସଂଶୋଧନ ଆଇନ ବିରୋଧରେ ଲଢେଇ ଜାରି ରଖିଛନ୍ତି. ସେ ଆହ୍ୱାନ ଦେଇଛନ୍ତି ସଂଶୋଧିତ MMDR ବିଲ୍ ପ୍ରତ୍ୟାହାର ଦାବିରେ ଆସନ୍ତା ୨୮ ତାରିଖରେ ବିଧାନସଭା ସମ୍ମୁଖ ରେ ବିଶାଳ ବିକ୍ଷୋଭ ସମାବେଶ ପାଇଁ. ମୁଁ ସେ ସମାବେଶ ସାମିଲ ହେଉଛି ଓଡ଼ିଶାର ଅସ୍ତିତ୍ବ ରକ୍ଷା ପାଇଁ, ଆପଣ ବି ସାମିଲ ହୁଅନ୍ତୁ। ରାଜ୍ୟର ଅଧିକାର ଫେରାଇ ଆଣିବାକୁ ଆମକୁ ଏକ ହୋଇ ଲଢେଇ କରିବାକୁ ପଡିବ ।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_img

Latest Articles