ମୁଁ ଭାବିଥିଲି ସୁନାକୁ ଚିନ୍ହିବେ କିନ୍ତୁ ମୋ ଆକଳନ ଭୁଲ ହେଲା | ବଣିଆ ହୋଇ ସୁନା ଚିହିଁଲେ ନାହିଁ : ପ୍ରଭାତ

0
43

୨୪ ବର୍ଷ ବହୁ ପରିଶ୍ରମ କରିଛି | ଦଳ ପାଇଁ ନିଷ୍ଠା ଦେଖାଇଛି | ୩୦ ବର୍ଷ ହେଲା ଜନ ସେବା କରୁଛି : ପ୍ରଭାତ

ମୁଁ ଭାବିଥିଲି ସୁନାକୁ ଚିନ୍ହିବେ କିନ୍ତୁ ମୋ ଆକଳନ ଭୁଲ ହେଲା | ବଣିଆ ହୋଇ ସୁନା ଚିହିଁଲେ ନାହିଁ : ପ୍ରଭାତ

*ଖାଣ୍ଟି ସୁନାକୁ ଚିହ୍ନିଲା ନାହିଁ କିନ୍ତୁ ବିଳମ୍ବ ହେଉ ପଛେ ବିଜେପି ସୁନାକୁ ଚିହ୍ନିଲା : ପ୍ରଭାତ*

*୭ ଦିନ ଧରି ଡେରା ପକାଇଛନ୍ତି, କର୍ପରେଟରମାନଙ୍କୁ ଅଟକାଇ ରଖିଛନ୍ତି : ପ୍ରଭାତ*

*ଗୁଣ୍ଡୁଚି ମୂଷା ଭଳି ବିଜେପି କାମ କରିବି ବୋଲି ପ୍ରଭାତ କହିଛନ୍ତି…*

ବିଶାଳ ସଂଗଠନ ରେ ମୁଁ ସାଧାରଣ କର୍ମୀ ବହୁ ଲୋକର ଜାତକ ମୋ ପାଖେ ଅଛି ବୋଲି କହିଲେ ପ୍ରଭାତ | ଶେଷ ପର୍ଯ୍ୟନ୍ତ ସତ୍ୟର ଜୟ ହୋଇଛି | ୧୨ ବର୍ଷ ଜଣକ ଦାୟିତ୍ଵ ରେ ପ୍ରଚ୍ଛଦ ପଟରେ କାମ କରିଥିଲି ଏବଂ ଅନ୍ୟ ୧୨ ବର୍ଷ ଆଉ ଜଣଙ୍କ ନେତୃତ୍ବରେ ରହିଲା | ମୋଠୁ ସହଯୋଗ ବି ନେଉଥିଲେ…

ବିଜେପି କାର୍ଯ୍ୟାଳୟରେ ଦଳରେ ଯୋଗ ଦେଇ ମୁଁ ଆନନ୍ଦିତ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆଦର୍ଶ | ଓଡିଶା ଓ ପଶ୍ଚିମ ବଙ୍ଗ ନିର୍ବାଚନ ତାହାର ଉଦାହରଣ | ଏହି ମଞ୍ଚ ରୁ ତାଙ୍କୁ ପ୍ରଣାମ | ପ୍ରଭୁ ଜଗନ୍ନାଥ ଓ ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରେ ରାଜ୍ୟ ଓ ଦେଶ ଆଗକୁ ଯିବ | ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କୁ ମୁଁ ବହୁ ପୂର୍ବରୁ ଜାଣିଛି | ବିଧାନସଭାରେ ଭେଟ, କଟକ ଆସନ୍ତି | କେନ୍ଦୁଝର ଗଲେ ମତେ ଖୁବ୍ ଆତିଥ୍ୟ ଦିଅନ୍ତି | ମୋହନ ମାଝି ଲୋକଙ୍କ ସରକାର | ଜନେ ଭଲ ମଣିଷ, ଦରଦୀ ଲୋକ | ଆମକୁ ତାଙ୍କ ସାଙ୍ଗରେ ସାମିଲ କରିଛନ୍ତି | ରାଜ୍ୟ ସଭାପତି ମତେ ବ୍ୟକ୍ତିଗତ ବହୁ ଭଲ ପାଆନ୍ତି | ରାଜ୍ୟ ସଭାପତି ପରିଶ୍ରମର ଚିନ୍ତାଧାରା | କଟକ ଜିଲାରେ ସମସ୍ତ ନେତୃତ୍ବଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛି ବୋଲି  ପ୍ରଭାତ ବିଶ୍ୱାଳ, କହିଛନ୍ତି।