ସାମ୍ବାଦିକ ସାଜିବେ ନେତା : ଜୁନ 7ରେ ଜନ୍ମନେବ ଓଡ଼ିଶା ସ୍ୱାଭିମାନ ମଞ୍ଚ

0
6

ଭୁବନେଶ୍ଵର: ରାଜ୍ୟରେ ବିଜେଡ଼ି ଭଳି ଏକ ଆଞ୍ଚଳିକ ଦଳର ପରାଜୟ ପରେ, ଆଞ୍ଚଳିକବାଦ୍ କୁ ନେଇ ଅନେକ ସଂଗଠନ ଜନ୍ମ ନେଇଛି। ନିକଟରେ ବିଜୁ ଲିଗାସକୁ ଆଧାର କରି ଓଡ଼ିଶା ନାଗରିକ ମଞ୍ଚ ଜନ୍ମ ନେଇଛି। ଏଥିସହ କଂଗ୍ରେସକୁ ଦୁର୍ବଳ କରିବାକୁ ବରିଷ୍ଟ ରାଜନେତା ମହମ୍ମଦ ମୋକିମ ଓଡ଼ିଶା ଜନତା କଂଗ୍ରେସ ନାମରେ ଏକ ଆଞ୍ଚଳିକ ଦଳ ଗଠନ କରିଛନ୍ତି। ଏହି ଦୌଡ଼ରେ ସାମ୍ୱାଦିକ ସୁଧାଂଶୁ ପାତ୍ର ଓଡ଼ିଶା ସ୍ୱାଭିମାନ ମଞ୍ଚ ନାମକ ଆଉ ଏକ ସଂଗଠନ ପାଇଁ ଆହ୍ବାନ ଦେଇଛନ୍ତି। ଯାହାକି ଆସନ୍ତା ଜୁନ୍ ୭ ତାରିଖରେ ଘୋଷଣା ହେବ ବୋଲି ତାଙ୍କର ସୋସିଆଲ ମିଡିଆରେ ଜଣାଇଛନ୍ତି। ତେବେ ସୁଧାଂଶୁ ବାବୁଙ୍କ ସଂଗଠନ ଆଗକୁ କେତେ ପ୍ରଭାଵ ବିସ୍ତାର କରିବ, ତାରି ଉପରେ ସମସ୍ତଙ୍କ ନଜର ରହିଛି।