ସୋଆରେ ସାଇବର ସୁରକ୍ଷା ନେଇ ଦୁଇ ଦିନିଆ ଜାତୀୟ ସମ୍ମିଳନୀ
ସୋଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ବୁଧବାର ଠାରୁ ‘ସାଇବର ସିକ୍ୟୁରିଟି, ଏଆଇ ଆଣ୍ଡ ଏମର୍ଜିଂ ଟେକ୍ନୋଲଜିସ୍- ସିକ୍ୟୁରିଂ ଟୁମୋରୋସ ଇନ୍ଟେଲିଜେନ୍ଟ ସିଷ୍ଟମ୍ସ’ ଶୀର୍ଷକ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଆୟୋଜିତ ହେବାକୁ ଥିବା ବେଳେ ପ୍ରଶାସନ, ଶିଳ୍ପ, ଶିକ୍ଷା ଏବଂ ପ୍ରତିରକ୍ଷା କ୍ଷେତ୍ରର ନେତୃବର୍ଗ ଏକତ୍ରିତ ହୋଇ ଏକ ସୁରକ୍ଷିତ ଓ ବୁଦ୍ଧିମତା ସମ୍ପନ୍ନ ଡିଜିଟାଲ୍ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିବେ ।
ସୋଆ ଏବଂ ଅଟଳ ଇନ୍କ୍ୟୁବେସନ୍ ସେଂଟର – ସୋଆ ଫାଉଣ୍ଡେସନ୍ର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ଭାରତ ପ୍ରତି ଥିବା ସାଇବର ସମ୍ପର୍କିତ ବିପଦକୁ ପ୍ରତିହିତ କରିବା ସହ କୃତ୍ରିମ ବୁଦ୍ଧିମତାକୁ ନୈତିକ ପ୍ରକ୍ରିୟାରେ ଆପଣାଇବା ସମ୍ପର୍କରେ ଆଲୋଚନା କରିବା ହିଁ ଏହି ସମ୍ମିଳନୀର ମୂଳ ଲକ୍ଷ୍ୟ ବୋଲି ଏଆଇସି-ସୋଆ ଫାଉଣ୍ଡେସନ୍ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ କହିଛନ୍ତି ।
ଏହି ସମ୍ମିଳନୀରେ ସାଇବର ସୁରକ୍ଷା ନେଇ ରୋଡ ମ୍ୟାପ୍, ଡାଟା ସୁରକ୍ଷା ଓ ଏଆଇ ଗଭର୍ଣ୍ଣାନ୍୍ସ, ଶିଳ୍ପ, ଶିକ୍ଷା, ସରକାରୀ ସହଭାଗିତା ନିମନ୍ତେ ଗବେଷଣା ସମ୍ପର୍କରେ ଆଲୋଚନା କରାଯିବ ।
କାର୍ଯ୍ୟକ୍ରମରେ ସାଇବର ସିକ୍ୟୁରିଟି ଆସୋସିଏସନ୍ ଅଫ୍ ଇଣ୍ଡିଆର ସଭାପତି ଡକ୍ଟର ଏନ୍.କେ, ଗୋୟଲ ଓ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।
ମଙ୍ଗଳବାର ଏ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଡାଟା ସିକ୍ୟୁରିଟି କାଉନ୍ସିଲ ଅଫ୍ ଇଣ୍ଡିଆର (ଡିଏସ୍ସିଆଇ)ର ସିଇଓ ଶ୍ରୀ ବିନାୟକ ଗଡ଼ଶେ, ପ୍ରାଇସ୍ ୱାଟରହାଉସ୍ କୁପର୍ସ (ପିଡବ୍ଲୁସି) ଇଣ୍ଡିଆର ନିର୍ଦ୍ଦେଶକ ଡକ୍ଟର ଦେବବ୍ରତ ନାୟକ, ଏଆଇସି-ସୋଆ ଫାଉଣ୍ଡେସନ୍ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଓ ଆଇଟିଇଆରର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ରେଣୁ ଶର୍ମା ଉପସ୍ଥିତ ଥିଲେ ।
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy