ବିଜୁ ଲିଗାସୀ ସାଜିଲା ଓଡ଼ିଶା ନାଗରିକ ମଞ୍ଚ : ଟାର୍ଗେଟରେ ସିଧା ନବୀନ

0
26

ଓଡ଼ିଶା ନାଗରିକ ମଞ୍ଚ ଓଡିଶାବାସୀଙ୍କ ସ୍ୱର ହେବ। 30 ଜିଲ୍ଲାରେ ସଭାସମିତି ହେବ। ବିଜୁବାବୁଙ୍କ ନୀତି ଓ ଆଦର୍ଶକୁ ଆଗକୁ ନେବ। ବିଜୁଙ୍କ ତିରୋଧାନ ଦିବସରେ ରାଜଧାନୀରୁ ଏପରି ଋଣହୁଙ୍କାର ଦେଇଛନ୍ତି ବିଜୁ ଲିଗାସୀ ନେତା କହୁଥିବା ନେତାମାନେ। ସଭା ମଞ୍ଚ ରୁ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଦେଲେ ବିଜୟ ମହାପାତ୍ର। ଯଦି ଏହି ସଭା ହୋଇ ନଥାନ୍ତା ତେବେ ନବୀନ ବାବୁ ଦିଲ୍ଲି ରେ ତିରୋଧାନ ଦିବସ ପାଳନ କରିନଥାନ୍ତେ ସାଂସଦ ଙ୍କ ସହିତ। ଯାହା ହେଉ ବହୁଦିନ ପରେ ନବୀନ ବାବୁଙ୍କ ର ବାପା ଙ୍କ କଥା ମନେପଡିଲା। ନବୀନ ନିବାସ ଓ 3 ଔରଙ୍ଗ ଯେବ ରୋଡ ବିଜୁ ବାବୁଙ୍କ ଘର ଜାତୀୟ ସମ୍ପତ୍ତି। ସେ ଘର କୁ ଜଣେ ଅଣଓଡିଆ ଲୋକ trust କରି ନେଇଯିବ। ଆମେ ଚୁପ୍ ହେଇ ବସିବା! ସେବେଠାରୁ ମୁଁ ଚିନ୍ତିତ।

ଓଡିଶା ନାଗରିକ ମଞ୍ଚ ଓଡିଶା ବାସୀ ଙ୍କ ସ୍ଵର ହେବ। ବିଜୁ ବାବୁ କହିଥିଲେ politics is a experiment in life। ଓଡିଶା ନାଗରିକ ମଞ୍ଚ ସେହି experiment ହେଇ ଆଗକୁ ଯିବ।

ବିଜୁ ବାବୁ ଙ୍କୁ ଆମେ ସେତିକି ସମ୍ମାନ ଦେଇପାରିଲେ ନାହିଁ। ଠିକଣା ମାର୍ଗ ବର୍ତ୍ତମାନ ନାହିଁ।

ଆଜିଠାରୁ ମୂଳ ଦୁଆ ପଡିଲା। ପରୀକ୍ଷା ର ସମୟ। ଆଜି ମୋର ଚିନ୍ତା ଦୂର ଯେ ଏହି ମଞ୍ଚ ଜରିଆରେ ଓଡିଶା ବାସୀ ଙ୍କ ସବୁ ପ୍ରଶ୍ନ ର ଉତ୍ତର ମିଳିବ।

ଗୋଟିଏ ପରେ ଗୋଟିଏ ନୀତି ଓ ଷ୍ଟାଣ୍ଡ ପରିବର୍ତ୍ତନ ଓଡ଼ିଶା ରାଜନୀତିରେ ନଥିଲା ବୋଲି ବିଜୟ ମହାପାତ୍ର କହିଛନ୍ତି l

ଓଡ଼ିଶା ନାଗରିକ ମଞ୍ଚ ରେ ବିଜେଡି କୁ ଟାର୍ଗେଟ କଲେ ପ୍ରଭାତ ତ୍ରିପାଠୀ| ବିଜୁ ବାବୁଙ୍କ ନା ରେ ଯେଉଁ ସର୍କାର 24 ବର୍ଷ ଧରି ରହିଲା ସେଠି କିଛି ହେଇନି | ବିଜୁ ଆଦର୍ଶ କୁ ହତ୍ୟା କରିବା ପାଇଁ ବିଜୁ ଫୋଟ କୁ ରାତି ଅଧିଆ ହଟେଇବା ପାଇଁ ଷଡଯନ୍ତ୍ର ହୋଇଛି | ନାଗରିକ ମଞ୍ଚ ବିଜୁ ବାବୁଙ୍କ ସ୍ୱପ୍ନ ଆଦର୍ଶ ପୂରଣ କରିବା ପାଇଁ କାର୍ଯ୍ୟକ୍ରମ ଆଗକୁ ନେବ | ଓଡ଼ିଶାର ସ୍ୱର ମାଲକାନଗିରି ରୁ ରାୟଗଡା ପଯ୍ୟନ୍ତ ଶୁଭିଛି | ବିଜୁ ବିଚାର ସହ ସାମିଲ ହୋଇଛନ୍ତି | ଅତୀତ କୁ ମନେ ପକାଇବା ସହ ଭବିଷ୍ୟତ ର ମାର୍ଗ କୁ ପ୍ରସ୍ତୁତ କରିବାର ଆହ୍ୱାନ ଓଡ଼ିଶା ନାଗରିକ ମଞ୍ଚ ପାଖରେ | ନିର୍ଦ୍ଧିଷ୍ଟ ଦିଗ ଆମ ସମସ୍ତ ଙ୍କୁ ମାର୍ଗଦର୍ଶନ କରିବା ପାଇଁ ଉପସ୍ଥିତ | ସେ ଦିଗରେ ଚିନ୍ତା କରିବା ଦରକାର | ଦୁଇ ବର୍ଷ ଧରି ଓଡ଼ିଶାର ଅସ୍ମିତା, ବିକାଶ ପାଉ ସରକାର ହେଇଛି ପ୍ରଭାତ ତ୍ରିପାଠୀ କହିଛନ୍ତି l ସେହିପରି ସୌମ୍ୟ ପଟନାୟକ କହିଥିଲେ ବିଜୁ ବାବୁ ଅସୁସ୍ଥତା ଥିବା ସତ୍ତ୍ୱେ ସେ ଓଡ଼ିଶା କଥା କହୁଥିଲେ। ଓଡ଼ିଶାର ଏତେ ସମ୍ପତି ଥାଇ ଓଡ଼ିଆ ମାନେ ଗରିବ ରହିବେ କାହିଁକି। ଜଗନ୍ନାଥ ଭୂଇଁ ତଳେ, ଉପରେ, କଡ଼ରେ ଯେତିକି ଦେଇଛନ୍ତି ଆଉ କେଉଁଠି ନାହିଁ। ଏକଥାର ଉତ୍ତର ରାଜନୈତିକ ଲୋକ ଦେବା କଥା। ଓଡ଼ିଶା କାହିଁକି ଗରିବ।

ମୁଁ ଭିନ୍ନ ଜାତିର। ମୁଁ ୧୯୯୫ ମସିହାରେ ବିଜେପି ଟିକେଟରେ ବିଜୁ ବାବୁଙ୍କ ବିରୋଧରେ ନିର୍ବାଚନ ଲଢ଼ି ଥିଲି।ନିର୍ବାଚନ ଫଳ ପ୍ରକାଶ ପାଇବା ଦିନ ମୋତେ ଫୋନ୍ କରି ରାତ୍ର ଭୋଜ କରିବାକୁ ଡାକିଲେ। ମୁଁ ଝିଅ ସହ ଯାଇ ରାତ୍ରି ଭୋଜନ କରିଥିଲି। ସେ କହିଥିଲେ ତୁ ଆସେ, ଆମେ ମିଶି ଓଡ଼ିଶାକୁ ଆଗକୁ ନେବା। ସେଇ ଦିନୁ ମୁଁ ବିଜୁଙ୍କ ନିକଟତର ହୋଇଥିଲି।

ବିଜୁ ଲିଗସି କଥା ଆମେ ନ ବୁଝି ପ୍ରଚାର କରୁଛୁ। ବିଜୁ ଲିଗସୀ କହିଲେ, ତାଙ୍କା ଭଳି ସାହାସୀ ଆଉ କାହା ପାଖରେ ନାହିଁ। ଓଡ଼ିଶାକୁ ଯଦି ଭଲ ପାଇବାର ପ୍ରମାଣ ଖୋଜିଲେ, ବିଜୁ ବାବୁ ଯେମିତି ଓଡ଼ିଶାକୁ ଭଲ ପାଉଥିଲେ ସେମିତି ଭଲ ପାଇ ଦେଖେଇ ଦିଆନାଗରିକ ମଞ୍ଚର ଏକମାତ୍ର କାମ କ୍ଷମତାସୀନ ବ୍ୟକ୍ତିଙ୍କୁ ବାଟକୁ ଆଣିବା।
ଏଠି ସବୁ ଦଳକୁ ସ୍ୱାଗତ ଅଛି। ବୁଦ୍ଧିଜୀବୀ ମାନେ ରହିଛନ୍ତି। ଯାହାଙ୍କ ପାଖରେ ଓଡ଼ିଆତ୍ୱ ଅଛି ସେମାନେ ଏକାଠି ହୋଇ ନାଗରିକ ମଞ୍ଚ ଗଢ଼ିଛନ୍ତି।ଓଡ଼ିଶା ନାଗରିକ ମଞ୍ଚ ରାଜନୈତିକ ଦଳ ନୁହେଁ।
ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କଲେ ସ୍ୱର ଉତ୍ତୋଳନ କରିବାକୁ ଲୋକଙ୍କ ଅଭାବ ରହିବ ନାହିଁ।ଓଡ଼ିଶାକୁ ଭଲ ପାଉଥିବା ଭଲ ଲୋକଙ୍କ ଏକ ବିରାଟ ମଞ୍ଚ l ଓଡ଼ିଶାର ପ୍ରତ୍ୟେକ ବ୍ଲକ୍ ଓ ପଞ୍ଚାୟତରେ ହେବ ନାଗରିକ ମଞ୍ଚ।ବର୍ତ୍ତମାନର ଦଳ ମାନଙ୍କ ପାଇଁ ଏହା ସତର୍କ ଘଣ୍ଟି।