ବିଧାନସଭାରେ ଅରୁଣଙ୍କ ଘୋଡା ଉପାଖ୍ୟାନ

- Advertisement -

ଏଥର  ରାଜ୍ୟସଭା ନିର୍ବାଚନରେ ୧୧ଜଣ ବିଧାୟକ କ୍ରସ ଭୋଟିଂ କରିଥିଲେ । ବିଜେଡିର ୬ ବିଧାୟକଙ୍କ ସହ ୨ଜଣ ବିଜେଡିରୁ ନିଲମ୍ବିତ ବିଧାୟକ ଏବଂ କଂଗ୍ରେସରୁ ତିନିଜଣ ବିଧାୟକ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଥିଲେ । କଂଗ୍ରେସରୁ ବାରବାଟି-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଶ, ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ଓ ସାନଖେମୁଣ୍ଡି ବିଧାୟକ ରମେଶ ଜେନା। ସେହିଭଳି ବିଜେଡିରୁ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର, ବସ୍ତା ବିଧାୟିକା ସୁବାସିନୀ ଜେନା, ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ, ବାଙ୍କି ବିଧାୟକ ଦେବୀ ରଂଜନ ତ୍ରିପାଠୀ, ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ ଓ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଦଳୀୟ ନିର୍ଦ୍ଦେଶର ଅବମାନନା କରି ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇ ଚର୍ଚ୍ଚାରେ ରହିବା ସହ ବିଧାୟକ ମାନେ ଦଳରୁ ନିଲମ୍ବିତ ହୋଇଛନ୍ତି l ଘୋଡା ବେପାରେ ସାମିଲ ହୋଇ ବିଧାୟକ ମାନେ ଦଳୀୟ ଶୁଙ୍ଖଳା ଭାଙ୍ଗ କରିଛନ୍ତି ବୋଲି ବିଜେଡି ଓ କଂଗ୍ରେସ ଅଭିଯୋଗ କରିଛନ୍ତି l ଯାହାକୁ ନେଇ ରାଜନୈତିକ ଉଷ୍ମତା ଲାଗି ରହିଛି l ଏହାରି ଭିତରେ ବ୍ୟୟ ମଂଜୁର ବିଲ ଆଲୋଚନା ରେ ଏହି ଚର୍ଚ୍ଚାକୁ ଅଧିକ ଉଷ୍ମତା ବଢ଼ାଇଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ l ବିଧାନସଭାରେ ଅରୁଣଙ୍କ ଘୋଡା ଉପାଖ୍ୟାନ ଆଜି କ୍ରସ ଭିଟିଂ କରିଥିବା ବିଧାୟକଙ୍କୁ ପୁଣି ଥରେ ଓଡିଶାବାସୀଙ୍କ ଆଗରେ ବିଶ୍ୱାସ ଘାତକ ବୋଲି ପ୍ରମାଣିତ କରି ବିଧାୟକ ମାନଙ୍କ ନୂଆ ନାମକରଣ କରି ବିଜେଡି ବିଧାୟକ ଅରୁଣ ସାହୁ ପୁରା ଚର୍ଚ୍ଚାରେ l

ବ୍ୟୟ ମଂଜୁର ବିଲ ବଜେଟ ଆଲୋଚନା ବେଳେ ସରକାରଙ୍କୁ କଟାକ୍ଷ କରି ଘୋଡାର ଦାମ କେତେ ବୋଲି ପ୍ରଶ୍ନ କରିବା ସହ ଘୋଡାଙ୍କ ପ୍ରକାରଭେଦ କରିଥିଲେ। ଏମିତି କି *ଘୋଡା କେ ନେବ ଘୋଡା* ଡାକରା ଦେଇ ୧୧ ପ୍ରକାର ଘୋଡ଼ାର ନାଁ କହିଥିଲେ।

୧. ଆରବ ଘୋଡା

୨. ତଟୁ ଘୋଡା

୩. ଚଲାଖୀଆ ଘୋଡା

୪. ଗେଡା ଘୋଡା

୫. ଗେଧା ଘୋଡା

୬. ବଚା ଘୋଡା

୭. ପ୍ରଭୁଭକ୍ତ ବେଇମାନ ଘୋଡା

୮. ନାଳୁଆ ଘୋଡା

୯. ବେଙ୍ଗେଇ ଘୋଡା

୧୦. ସୁକୁମାରିଆ ଘୋଡା

୧୧.ଅଲମ୍ପିକ୍ ଘୋଡା

 ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ବିଧାୟକଙ୍କୁ ଅରୁଣଙ୍କ ଏହି ଚତୁର କଟାକ୍ଷ ଏବେ  ଚର୍ଚ୍ଚାରେ l

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles