ରାଗ ନା ସନ୍ଧି ?

- Advertisement -

ବିଜେଡିରୁ ନିଲମ୍ବନ ହେବା ପରେ ଦୁଇ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ଚର୍ଚାରେ l ବଜେଟ ଅଧିବେଶନର ପ୍ରଥମ ଦିନରେ ବିଧାନସଭାରେ ଦୁଇ ବିଧାୟକ ଆସନ ପରିବର୍ତ୍ତନ ହୋଇଛି l ଅରବିନ୍ଦ ମହାପାତ୍ରଙ୍କ ସିଟ ଆଗରୁ ଥିଲା G19, ଏବେ ହେଲା F19 । ସନାତନ ମହାକୁଡଙ୍କ ସିଟ ଆଗରୁ ଥିଲା F14, ହେଲା F21 । ଅରବିନ୍ଦ ମହାପାତ୍ରଙ୍କ ସିଟ ସୁନିଲ ମହାନ୍ତିଙ୍କ ସହ ପରିବର୍ତ୍ତନ ହେଲା । ମାଧବ ଧଡାଙ୍କ ସିଟ ସହ ପରିବର୍ତ୍ତନ ହେଲା ସନାତନ ମହାକୁଡଙ୍କ ସିଟ ।ଏବେ ଏହି ଦୁଇ ଜଣ ହେଉଛନ୍ତି ସ୍ୱାଧୀନ ବିଧାୟକ l ତେବେ ଆଜି ଉଭୟ ବିଧାୟକଙ୍କ ଭବିଷ୍ୟତ ରାଜନୈତିକ ଅଭିମୁଖ୍ୟର ସଂକେତ ମିଳିଛି l ରାଜ୍ୟପାଳ ଅଭିଭାଷଣକୁ ବିରୋଧ କରି କଂଗ୍ରେସ ଓ ବିଜେଡି କକ୍ଷତ୍ୟାଗ କରିଥିବା ବେଳେ ଏହି ଦୁଇ ବିଧାୟକ ନିଜ ଆସନରେ ବସି ରହିଥିଲେ l ଯାହା ଏବେ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି l ବିଜେଡିରୁ ନିଲମ୍ବିତ ଦୁଇ ବିଧାୟକ ବିଜେପି ଆଡକୁ ଢଳୁଥିବା ଚର୍ଚ୍ଚା ହେଉଛି l ତେବେ ଦୁଇ ବିଧାୟକ କିନ୍ତୁ ଏନେଇ ମୁହଁ ଖୋଲିଛନ୍ତି l ସନା ମହାକୁଡ଼ ବିଜେଡି କୁ ଆଉ ଫେରିବେ ନାହିଁ ବୋଲି ଖୋଲା ଖୋଲି କହିଥିବା ବେଳେ ଅରବିନ୍ଦ କହିଛନ୍ତି ସ୍ୱାଧୀନ ବିଧାୟକ ଭାବେ ଯାହା ତାଙ୍କର କର୍ତ୍ତବ୍ୟ ସେ କରିବେ l

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_img

Latest Articles