ଚିକେନ ପକୋଡା, ମାଛ ଭଜା ତାପରେ ମଟନ ଭାତ ଅବା ରୁଟି ସାଙ୍ଗକୁ ଚିକେନ କଷା l ଆଉ କେଉଁଠି ସାଙ୍ଗ ସାଥି ସହ ମଟନ କି ଚିକେନ କଷା ସହ ନିଶା ପାଣିର ଆସରl l ପୁଣି କେଉଁଠି ତାରକା ହୋଟେଲରେ ନାଚ, ଗୀତ ସହ ନିଶାରେ ଝୁମି ଝୁମି ନୂତନ ବର୍ଷକୁ ସ୍ୱାଗତ l ପୁଣି ସାଙ୍ଗ ସାଥିରେ ପିକନିକ ଯିବା ମଜା l ଡ଼ିସେମ୍ବର ଆରମ୍ଭରୁ ଜାନୁଆରୀ ଅଧା ଯାଏ ଏମିତି ଚାଲେ ନୂଆବର୍ଷର ମାହୋଲ l ମାତ୍ର 5 ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ଦେଖାଯାଏ l
ନୂଆ ବର୍ଷ ଅନେକ ବହୁ ସଂକଳ୍ପ ନିଅନ୍ତି l କିଏ କଣ ସଂକଳ୍ପ ନିଏ ତାହା ସଂକଳ୍ପ ନେଉଥିବା ଲୋକ ହିଁ ଜଣେ l ହେଲେ ତାକୁ ବାସ୍ତବ ରୂପ ଦେବା ଯେ କେତେ କଷ୍ଟ ତାହା ଯିଏ ସଂକଳ୍ପ ନେଇଛି ସେ ଜାଣିଛି l
ଛାଡ଼ନ୍ତୁ ସେ କଥା, ଆଜି ଜୀବନଟା ଏତେ ଅନିଶ୍ଚିତତା ହୋଇଛି ଯେ କେତେବେଳେ କଣ ବି ଘଟିପାରେ l ତେଣୁ ଚାଲ ଜିଇଁବା ମଣିଷ ପରି l ଦୟା, କ୍ଷମା, ଭଲ ପାଇବା ଭକ୍ତି ଭାବ ସହ ପରସ୍ପରକୁ ପ୍ରେମ ବନ୍ଧନରେ ବାନ୍ଧି ଦେବା l ପ୍ରକୃତି ଯେମିତି କାହା ପାଇଁ ବାଧକ ସୁଷ୍ଟି କରୁନାହିଁ l ଠିକ ସେମିତି ଆମେ ବି କାହା ପାଇଁ ବାଧକ ହେବା ନାହିଁ l ନିଜ ପାଇଁ ନୁହେଁ, ଅନ୍ୟ ପାଇଁ ବଂଚିବା ଓ ହସି ହସି ଜୀବନକୁ ବିତାଇବା l ସଞ୍ଜ ନଇଲେ ସକାଳ ଆସିବ l ତେଣୁ ଜୀବନ ଥିଲେ ଚ୍ୟାଲେଞ୍ଚ ବି ଆସିବ l ସବୁକୁ ସାଙ୍ଗରେ ନେଇ ଆଗକୁ ବଢିବାକୁ ହେବ l ସଭିଙ୍କ ଖୁସିରେ ଖୁସି ଓ ଦୁଃଖରେ ସାଥି ହୋଇ ଚାଲିବାକୁ ହେବ l ପ୍ରଭୁଙ୍କ ପ୍ରତି ସମର୍ପିତ ହେବା ଓ ପ୍ରଭୁ ସେବାରେ ଲାଗି ପଡିବା l ନୂଆ ବର୍ଷର ନୂଆରୂପ ଅନ୍ୟ ମୁହଁ ରେ ହସ ଫୁଟା ଇବା ପାଇଁ ହେଉ l ତେବେ ଯାଇ ସିନା ନୂଆରୂପ ବା ନୂଆବର୍ଷ ସଭିଙ୍କ ପାଇଁ ମଙ୍ଗଳମୟ ହେବ l ପୁରୁଣା ବର୍ଷର ଭୂଲକୁ ସୁଧାରି, ଚାଲ ସମସ୍ତଙ୍କ ଭିତରେ ସ୍ନେହ, ଶ୍ରଦ୍ଧା, ଭଲ ପାଇବା ନୂତନ ବର୍ଷରେ ଭରିଦେବା l ସବୁ କିଛି ସମାନ କେବଳ ସମୟକୁ ଅପେକ୍ଷା ନକରି ଲକ୍ଷ୍ୟ ପଥରେ ଆଗେଇ ଯିବା ଆବଶ୍ୟକ l
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy