ବିଦାୟ ଯେମିତି, ସ୍ୱାଗତ ସେମିତି 

- Advertisement -

ସମୟ କେବେ କାହାକୁ ଅପେକ୍ଷା କରେନି l ଯେମିତି ଆସେ ଯେମିତି ଯାଏl ଖରାପ ସମୟ ହେଉ କି ଭଲ ସମୟ ସବୁବେଳେ ରହେନାହିଁ l ଜୀବନ ରାସ୍ତାରେ କେବେ ଝୁଣ୍ଟିବାକୁ ପଡେ ତ କେବେ ପାହାଚ ପରେ ପାହାଚ ଚଢିବାକୁ. ତାହାରି ଭିତରେ ଶୀଖିବେ, ଠକିବେ ଓ ସଫଳତା ବି ପାଇବେ l କେତେବେଳେ ଏଥିପାଇଁ ଖୁସି ହୁଅନ୍ତି ତ ଆଉ କେତେବେଳେ ଦୁଃଖ, ତଥାପି ଜୀବନର ରଥ ଗଡିଚାଲେ କେତେ ଅଜଣା ବାଟ ଦେଇ. ବାଟରେ କେତେ ସ୍ମୃତି, କେତେ କାହାଣୀ ଛାପ ଲାଗିଯାଏ l ଏହି ଛାପ ତ ଭିତରେ ମଣିଷ ବଞ୍ଚେ ଆଉ ଆଗକୁ ବଢ଼େ.ବର୍ଷ ପରେ ବର୍ଷ ବିତିଯାଏ. ଅନେକ ସ୍ବପ୍ନ ପୂରଣ ହୁଏ କିଛି ବାକି ରହେ. ସବୁଦିନ ସକାଳ ହୁଏ ଠିକ ସମୟରେ ସଂଧ୍ୟା ବି l ସବୁଦିନ ନୂଆ ସକାଳ ଓ ନୂଆ ସମ୍ଭାବନା ନେଇ ଆସେ. ଏଥିରେ କିଛି ବି ବ୍ୟତିକ୍ରମ ନଥାଏ, ହଁ ଜୀବନ ଜଂଜାଳ ଭିତରେ ଆମେ କିନ୍ତୁ ଏ ସକାଳ ଓ ସମୟକୁ ନିଜ ପସନ୍ଦରେ ବିତାନ୍ତି l ଆଜି ଯିଏ ନୂଆ, କାଲି ସେ ପୁରୁଣା l କେବଳ ସମୟ ଆମକୁ ଶୀଖାଇ ଦିଏ ମୁଁ ନୂଆ ଆଉ ମୁଁ ପୁରୁଣା. ଯେମିତି ପୁରୁଣା ବର୍ଷକୁ ବିଦାୟ ଦେଇ ଆମେ ନୂଆ ବର୍ଷକୁ ସ୍ୱାଗତ କରନ୍ତି l ଏ ତ ବାସ୍ତବ l ତଥାପି ଆମେ ଏ ମାୟାଜାଲରେ ଛନ୍ଦି ହୋଇ କେବେ ବାହାରକୁ ଆସିବାକୁ ଚେଷ୍ଟା କଲେ ବି ଆସି ପାରନ୍ତିନି l କାରଣ ଏ ମାୟା ପ୍ରେମଟା ଠିକ ପ୍ରଥମ ପ୍ରେମ ପରି l ଯେତେ ଯାହା କଲେ ବି କଣ କିଏ ସେ ପ୍ରେମକୁ ଭୁଲି ପାରିବ l ସବୁ ବର୍ଷ ଆମକୁ କିଛି ଶିକ୍ଷା ଦିଏ ଅନେକ ସଫଳତା ଓ ବିଫଳତାର ପରୀକ୍ଷା ନେଇ ଆମକୁ ସଶକ୍ତ କରେ l ବର୍ଷ ପରେ ବର୍ଷ ଭିତରେ ମଣିଷ ନିଜର ଅଭିନୟ କରିଚାଲେ l ତେଣୁ ବିଦାୟ ଆଉ ସ୍ୱାଗତ ସବୁ ସମାନ l

ସଂଙ୍କଳ୍ପ, ସମ୍ଭାବନା, ସ୍ବପ୍ନ ସବୁ କିଛି ସମ୍ଭବ ଏହି ନୂଆ ଓ ପୁରୁଣା ଭିତରେ l କେବଳ ଆମେ ସମୟ ସହ ତାହା ଦେଇ ସାହସର ସହ ଆଗକୁ ବଢିଲେ ଜୀବନଟା ସୁନ୍ଦର ଓ ସରସ ହୋଇପାରିବl ମୁଁ କାଲି ଯାହା ଆଜି ବି ତାହା, କେବଳ ବର୍ଷ ବିତି ଚାଲିବl

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles