ଅଛିଣ୍ଡା ବର୍ଷ, ଅସ୍ପଷ୍ଟ ରାଜନୀତି
୨୯ ବର୍ଷରେ ପାଦ ଥାପିଛି ବିଜେଡି। ୨୮ଟି ପାହାଚ ଭିତରେ ୨୪ଟି ପାହାଚ ଶାସନର ଅତିବାହିତ ଥିବା ବେଳେ ପାଖାପାଖି ୫ ବର୍ଷ ବିରୋଧୀ ଦଳ ପାହଚ ଚଡିଛି ବିଜେଡି । ୨୯ ବର୍ଷ ଯାତ୍ରା ସମୟରେ ଅନେକ ବାଧାବିଘ୍ନ ଆସିଥିବା ବେଳେ ଦଳ ଦେଶର ଶକ୍ତିଶାଳୀ ଆଂଚଳିକ ଦଳ ଭାବେ ଉଭା ହୋଇଛି । କ୍ଷମତାରୁ ଗଲା ପରେ ବି ଜନତାଙ୍କ ହୃଦୟରେ ବିଜେଡିର ସ୍ବତନ୍ତ୍ର ସ୍ଥାନ ରହିଛି । ୨୦୨୪ ନିର୍ବାଚନରେ ଦଳ କ୍ଷମତାରୁ ଗଲା ପରେ ଦଳରେ ମାତ୍ର ୧୮ ମାସରେ ଯାହା ସ ବୁ ଘଟୁଛି ତାହା ବିଜେଡିରେ କେବେ ଘଟିନଥିଲା । ଓଡିଶା ରାଜନୀତିରେ ସବୁଠୁ ଶୃଙ୍ଖଳିତ ଦଳ ଭାବେ ଡିଣ୍ଡିମ ପିଟୁଥିବା ବିଜେଡି ଯେ ଆଜି ସବୁଠୁ ବିଶୃଙ୍ଖଳିତ ଦଳ ଭାବେ ଓଡିଶା ରାଜନୀତିରେ ଉଭା ହୋଇଛି ତାହା କାହାକୁ ବା ଅଛପା ! ବିଜୁ ପଟ୍ଟନାୟକଙ୍କ ନାଁରେ ଗଠିତ ଦଳର ସର୍ବେସର୍ବା ହେଉଛନ୍ତି ବିଜୁଙ୍କ ନନ୍ଦନ ନବୀନ ପଟ୍ଟନାୟକ ।କେବଳ ଓଡିଶା କାହିକିଁ ପୁରା ଭାରତ ବର୍ଷରେ ନବୀନଙ୍କ ରହିଛି ସ୍ବତନ୍ତ୍ର ପରିଚୟ ଅଛି । ନବୀନ ୨୪ ବର୍ଷ ଶାସନ, ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ଜନ କଲ୍ୟାଣ ଯୋଜନା ବିଜେଡିର ବଡ ପୁଞ୍ଜି, ଯାହା ବିଜେଡିକୁ ପୁଣି କ୍ଷମତା ଟ୍ରାକକୁ ଫେରାଇବାକୁ ଅନେକ ସମ୍ଭାବନା ରଖିଛି । ଶକ୍ତିଶାଳୀ ଆଂଚଳିକ ଦଳ ଭାବେ ବିଜେଡିର ଓଡିଶା ରାଜନୀତିରେ ଆଜି ବି ଦବଦବା ରହିଛି । ୧୪୭ ବିଧାନସଭା ଆସନରୁ ବିଜେଡି ୫୦ଟି ଆସନ ଦଖଲ କରିଛି। ଏତେ ସବୁ ପୁ୍ଞ୍ଜିଥାଇ ମଧ୍ୟ ବିଜେଡି ନେତାମାନେ ଏହାର ସଠିକ ଉପଯୋଗ ନକରି ପତିଆର ଲଢେଇରେ ମାତିଛନ୍ତି। ଦଳୀୟ ନେତାଙ୍କ କାର୍ଯ୍ୟକଳାପ ଏବେ ଦଳକୁ ଯେତିକି କ୍ଷତି କରୁଛି l ଦଳୀୟ ନେତାଙ୍କ ଭବିଷ୍ୟତକୁ ମଧ୍ୟ ସେତିକି କ୍ଷତାକ୍ତ କରୁଛି ବୋଲି ରାଜନୈତିକ ସମୀକ୍ଷକ ଆକଳନ କରୁଛନ୍ତି। ପ୍ରତ୍ୟେକ ଦିନ ଦଳର ସାଂଗଠନିକ ସ୍ଥିତି ଓ ଭବିଷ୍ୟତ ନେଇ ନେତାଙ୍କ ବୟାନବାଜି ଦଳର ଆଗାମୀ ଦିନର ଅସ୍ତିତ୍ବକୁ ନେଇ ନାନା ପ୍ରଶ୍ନ ଉଠିଛି । ଯେ କୌଣସି ମୁହୃର୍ତ୍ତରେ ବିଜେଡି ଭାଗଭାଗ ହେବ ସେ ସମ୍ଭାବନା ବି ବିଜେଡିକୁ ଅତି ନିକଟରେ ଦେଖୁଥିବା ରାଜନୈତିକ ସମୀକ୍ଷକମାନେ ମତ ଭବିଷ୍ୟତବାଣୀ ଦେଇଛନ୍ତି। ଯାହା ସୁହାଉଛି ବର୍ତ୍ତମାନର ବିଜେଡି ରାଜନୀତିକୁ । କାହିକିଁ ଦଳରେ ଆଉ ଶୃଙ୍ଖଳାକୁ ଗୁରୁତ୍ବ ଦିଆଯାଉନାହିଁ? କାହିକିଁ ବିରୋଧୀ ଦଳ ଭୁମିକାରେ ଆସିବା ପରେ ବିଜେଡିରେ ବହୁନେତା ଦଳର ସର୍ବେ ସର୍ବା ସାଜିଥିବା ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଉଛନ୍ତି? କାହିକିଁ ବିଜେଡି ଦ୍ବିତୀୟ ନେତା ସୃଷ୍ଟି କରୁନାହିଁ? କାହିକିଁ ବିଜେଡି ବିଜେପି ବିରୋଧରେ ଶାଣିତ ଆଭିମୁଖ୍ୟ ନେଉନାହିଁ? କାହିକିଁ ନବୀନ କୌଣସି ନିଷ୍ପତି ନେବାକୁ ଭୟ କରୁଛନ୍ତି? କାହିକିଁ ବିଜେଡି ନେତାମାନେ ଏକଜୁଟ ହୋଇପାରୁନାହାନ୍ତି? ଯଦି ସୁଜତା ପାଣ୍ଡିଆନ ଦଳରେ ସାମିଲ ହେବେ ତେବେ ବିଳମ୍ବ କାହିକିଁ । କାହିକିଁ ଭୋଜି ଆଳରେ ନେତାଏ ମେଳି ବାନ୍ଧୁଛନ୍ତି , ହେଲେ ନିଷ୍ପତି ନେଉନାହାନ୍ତି । ଏପରି ଅଶୁମାରୀ ପ୍ରଶ୍ନ ବିଜେଡିକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ନବୀନ ନିରବ ଅଛନ୍ତି । ନିରବ ରହିବା କଣ ନବୀନଙ୍କ ନୂଆ ରଣନୀତି କି ? ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସର ପୂର୍ବରୁ ଦଳର ହଜାର ହଜାର କର୍ମୀ ଓ ଛାମୁଆ ନେତା ନିଜର ଭବିଷ୍ୟତ ଖୋଜୁଛନ୍ତି କାହଁକି. ଯାହା ବିଜେଡି ପାଇଁ ବଡ ଚ୍ୟାଲେଂଜ ଭାବେ ଛିଡା ହୋଇଛି । ବିଜେଡିର ଏପରି ସ୍ଥିତିରେ ରାଜନୈତିକ ସମୀକ୍ଷକମାନେ ଆକଳନ କରୁଛନ୍ତି ଯେ ଓଡିଶାରେ ଏକ ରାଜନୈତିକ ଗ୍ୟାଫ ସୃଷ୍ଟି ହୋଇଛି । ସେହି ଶୂନ୍ୟସ୍ଥାନକୁ ଭରିବା ପାଇଁ ଅନେକ ନୂଆ ରାଜନୈତିକ ବିକଳ୍ପ ଖୋଜାଚାଲିଛି ଓଡିଶା ରାଜନୀତିରେ ।
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy