ସୁଜିତଙ୍କ ରାଜ୍ୟସଭା ଗଣିତ : ୪ଟି ଆସନରୁ ୩ଟି ବିଜେପି ଖାତାରେ

- Advertisement -

୨୦୨୬ ଏପ୍ରିଲରେ ଓଡ଼ିଶାର ୪ ଟି ରାଜ୍ଯସଭା ସିଟ୍ ଖାଲି ହେବ। ନୂଆପଡ଼ା ପରେ ବିଜେପିର ମିଶନ ରାଜ୍ଯ ସଭା। ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ମମତା ମହାନ୍ତ, ମୁନା ଖାଁ ଓ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ସରିବ। ରାଜ୍ୟସଭା ନିର୍ବାଚନର ୫ମାସ ପୂର୍ବରୁ ଖାଲି ପଡ଼ିବାକୁ ଯାଉଥିବା ୪ଟି ଆସନରେ କିଏ ଯିବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସବୁଠାରୁ ବଡ ଚର୍ଚ୍ଚା ୪ଟି ଆସନରୁ କାହା ଖାତାକୁ କେତେ ଆସନ ଯିବ। ବିଜେପି କେତୋଟି ଆସନ ନେବ ତାହାକୁ ନେଇ ଓଡ଼ିଶା ରାଜନୀତି ଧୀରେ ଧୀରେ ଜମିବାରେ ଲାଗିଛି। ଉଭୟ ବିଜେଡି ଓ ବିଜେପି ଶିବିରରେ ରାଜ୍ୟସଭା ଗଣିତକୁ ନେଇ ପ୍ରାରମ୍ଭିକ ଅଙ୍କ କଷା ଆରମ୍ଭ ହୋଇଛି। ଏହାରି ଭିତରେ ବିଜେପିର ରାଜ୍ୟସଭା ସାଂସଦ ସୁଜିତ୍ କୁମାର ରାଜ୍ୟସଭା ଗଣିତକୁ ନେଇ ବଡ ଆକଳନ କରିଛନ୍ତି ।
ଆସନ୍ତା ବର୍ଷ ଖାଲି ହେବାକୁ ଥିବା 4 ରାଜ୍ୟ ସଭା ସିଟ୍ ରୁ ଦୁଇଟି ବିଜେପି ର କ୍ଲିୟର ଅଛି। ଗୋଟିଏ ବିଜେଡ଼ିକୁ ଯିବ। ଗୋଟିଏ ସିଟ୍ ରେ ସଂଖ୍ୟା ଦ୍ୱନ୍ଦ ରହିଛି। ବିଜେପି ଚତୁର୍ଥ ସିଟ୍ କୁ ନେବାର ଯଥେଷ୍ଟ ସମ୍ଭାବନା ରହିଚି ବୋଲି ୫ମାସ ଆଗରୁ ଖୋଲାଖୋଲି କହିଛନ୍ତି ସାଂସଦ ସୁଜିତ କୁମାର। ବର୍ତ୍ତମାନର ରାଜନୈତିକ ସ୍ଥିତି ନେଇ ସୁଜିତ କୁମାର ଏପରି ଆଗୁଆ ଗୁଗୁଲି ଛାଡ଼ିଛନ୍ତି ଗଣମାଧ୍ୟମରେ। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି । ସୁଜିତ ଯୁକ୍ତି ହେଉଛି ବିଜେପି ଚତୁର୍ଥ ସିଟ୍ ନେବ । ଏଥିପାଇଁ ଦଳୀୟ ସ୍ଥଳରେ ଆଲୋଚନା ହୋଇଛି କି ବୋଲି ପ୍ରଶ୍ନ ହେବାରୁ ଏତେ ଆଗରୁ ସେକଥା କହିହେବନି ବୋଲି ସୁଜିତ କହିଛନ୍ତି । ନୂଆପଡ଼ାରେ ଦଖଲ ପରେ ସୁଜିତ୍ ଙ୍କ କାର୍ଯ୍ୟକୁ ଗତକାଲି ମୁଖ୍ୟମନ୍ତ୍ରୀ ପ୍ରସଂଶା କରିଥିଲେ। ଦଳ ତାଙ୍କୁ ରିୱର୍ଡ ଦେଇପାରେ ବୋଲି ଚର୍ଚ୍ଚା ବିଜେପି ଶିବିରରେ। ସୁଜିତ୍ କୁମାର ତାଙ୍କର ସାଂଗଠନିକ ଦକ୍ଷତା ଦେଖାଇଛନ୍ତି ନୂଆପଡ଼ା ନିର୍ବାଚନରେ । ଆପଣ ଆଉ ଥରେ ରାଜ୍ୟ ସଭାକୁ ଯିବେ କି ବୋଲି ପ୍ରଶ୍ନ ହେବାରୁ ସୁଜିତ କହିଥିଲେ ଦଳର ସଂସଦୀୟ ବୋର୍ଡ ଚୁଡାନ୍ତ ନିଷ୍ପତ୍ତି ନେବ।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles