ନୂଆପଡ଼ା ଉପନିର୍ବାଚନ ପାଇଁ ଅଦ୍ୟାବଧି 5 ଜଣ ପ୍ରାର୍ଥୀ 7 ଟି ନାମାଙ୍କନ ପତ୍ର ଦାଖଲ କରିଛନ୍ତି

0
13

ଆସନ୍ତା ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡ଼ା ବିଧାନସଭା ରେ ଉପନିର୍ବାଚନ ପାଇଁ ଅଦ୍ୟାବଧି (ତା 18.10.2025) ସୁଦ୍ଧା 5 ଜଣ ପ୍ରାର୍ଥୀ 7 ଟି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗତକାଲି ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ଆଶ୍ରୟ ମହାନନ୍ଦ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆଜି ଆଉ 4 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କ୍ରମାନ୍ୱୟରେ ସେମାନେ ହେଲେ ଶ୍ରୀ ଶୁକଦେବ ଦଣ୍ଡସେନା (ଓଡିଶା ଜନତା ଦଳ ନାମାଙ୍କନ ପତ୍ର – 1), ଶ୍ରୀ ପୁରୁଷୋତ୍ତମ ବେହେରା (ସ୍ୱାଧୀନ ନାମାଙ୍କନ ପତ୍ର – 1), ଶ୍ରୀ ଘାସିରାମ ମାଝୀ (ଭାରତୀୟ ଜାତୀୟ କଂଗ୍ରେସ ନାମାଙ୍କନ ପତ୍ର -2) ଏବଂ ଶ୍ରୀ ଜୟ ଢୋଲକିଆ (ଭାରତୀୟ ଜନତା ଦଳ ନାମାଙ୍କନ ପତ୍ର – 2)।

ଭାରତ ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁସାରେ ନିର୍ବାଚନ ପାଇଁ ନାମାଙ୍କନର ଶେଷ ତାରିଖ ଅକ୍ଟୋବର ୨୦ (ସୋମବାର) ତାରିଖ ଧାର୍ଯ୍ୟ ହୋଇଛି । ସେହିପରି ଅକ୍ଟୋବର ୨୨ (ବୁଧବାର) ରେ ନାମାଙ୍କନ ପତ୍ର ଯାଞ୍ଚ ହେବାକୁ ଥିବାବେଳେ ଅକ୍ଟୋବର ୨୪ (ଶୁକ୍ରବାର) ତାରିଖକୁ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି । ନଭେମ୍ବର ୧୬ ( ରବିବାର) ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ