ନବୀନଙ୍କ ନୂଆପଡା ସରପ୍ରାଇଜ : ଚର୍ଚ୍ଚା ଗୋଟେ ପଟେ, ବିଜେଡିର ରଣନୀତି ଭିନ୍ନପଟେ

0
8

ବଦଳିନାହାନ୍ତି ନବୀନ ପଟ୍ଟନାୟକ। ରାଜନୈତିକ ଆକଳନ ଗୋଟେ ପଟେ ନବୀନଙ୍କ ରଣନୀତି ଅନ୍ୟପଟେ । ନବୀନଙ୍କ ଆକଳନକୁ ନାଁ କିଏ କେବେ ଛୁଇଁଛି ନା ଛୁଇଁବ ।୨୪ ବର୍ଷ ଶାସନରେ ଏକଥା ବାରମ୍ବାର ପ୍ରମାଣିତ ହୋଇଛି। ସବୁବେଳେ ଓଡିଶା ରାଜନୀତିକୁ ସରପ୍ରାଇଜ ଦେଇଛନ୍ତି ନବୀନ ପଟ୍ଟନାୟକ। ନୂଆପଡ଼ା ଉପ ନିର୍ବାଚନ ପ୍ରାର୍ଥୀ ଚୟନରେ ମଧ୍ୟ ତାହା ପୁଣି ପ୍ରମାଣିତ ହୋଇଛି। ଦଳର ବରିଷ୍ଠ ନେତ୍ରୀ, ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ତଥା ନୂଆପଡ଼ାର ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା ସ୍ନେହାଙ୍ଗିନି ଛୁରିଆଙ୍କୁ ବିଜେଡି ନୂଆପଡ଼ା ପ୍ରାର୍ଥୀ କରିଛନ୍ତି । ସ୍ନେହାଙ୍ଗିନି ଛୁରିଆ ବିଜେଡିର ନୂଆପଡ଼ା ପ୍ରାର୍ଥୀ କରି ଗଡ ବଜାୟ ରଖିବାକୁ ବଡ ପ୍ଲାନ କରିଛନ୍ତି ନବୀନ । ପ୍ରାର୍ଥୀ ଘୋଷଣା ସମୟରେ ନିଜେ ବିଜେଡି ସଭାପତି କହିଛନ୍ତି ସେ ନୂଆପଡ଼ା ଯାଇ ସ୍ନେହାଙ୍ଗିନି ଛୁରିଆଙ୍କ ପାଇଁ ପ୍ରଚାର କରିବେ। ସବୁ ନିର୍ବାଚନ ପରି ନୂଆପଡ଼ା ଉପ ନିର୍ବାଚନକୁ ବିଜେଡି ଗୁରୁତ୍ଵର ସହ ନେଇ ଲଢ଼େଇ କରିବାକୁ ଅଣ୍ଟା ଭିଡ଼ିଛି। ୨୦୦୯ ମସିହାରୁ ବିଜେଡି ଟିକେଟରୁ ଅତାବିରାରୁ ବିଧାୟିକା ପ୍ରାର୍ଥୀ
୨୦୧୪ ଓ ୨୦୧୯ ରେ ବଡ ବ୍ୟବଧାନରେ ଅତାବିରାରେ ବିଜୟ ହୋଇ ସ୍ନେହାଙ୍ଗିନି ଛୁରିଆ ନବୀନ ପଟ୍ଟନାୟକଙ୍କ ସରକାରରେ ବୟାନ ଓ ହସ୍ତତନ୍ତ ମନ୍ତ୍ରୀ ମନ୍ତ୍ରୀ ହୋଇଥିଲେ । ୨ ଥର ପାର୍ଟିର ମହିଳା ମୋର୍ଚ୍ଚାର ସଭାନେତ୍ରୀର ଦାୟିତ୍ୱ ମଧ୍ୟ ନେଇଛନ୍ତି । ନୂଆପଡ଼ା ଉପ ନିର୍ବାଚନ ପଶ୍ଚିମ ଓଡ଼ିଶା ରାଜନୀତି ପାଇଁ ବଡ ସବୁ ଦଳ ପାଇଁ ଏସିଡ ଟେଷ୍ଟ ହୋଇଥିବାରୁ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାର ଜଣେ ଜଣାଶୁଣା ଚେହେରା ତଥା ବିଜେଡି ରାଜନୀତିର ବଡ଼ ମହିଳା ନେତ୍ରୀଙ୍କୁ ଯୋଦ୍ଧା ଭାବେ ମଇଦାନକୁ ଓହ୍ଲାଇଛନ୍ତି। ଅତାବିରାରୁ ସ୍ନେହାଙ୍ଗିନି ଛୁରିଆ ନୂଆପଡାକୁ ପ୍ରାର୍ଥୀ କରିବାରେ ମୁଖ୍ୟ କାରଣ ହେଉଛି ତାଙ୍କ ଘର ପଦମପୁରରେ। ନୂଆପଡ଼ାରେ ସେ ୪ବର୍ଷ ପର୍ଯ୍ୟବେକ୍ଷକ କାମ କରିଛନ୍ତି । ଜଣେ ଦଳିତ ନାରୀ ନେତ୍ରୀ ସେ। ନୂଆପଡ଼ାରେ ୧ଲକ୍ଷ ୨୦ ହଜାର ପାଖାପାଖି ଅଛି ଆଦିବାସୀ ଭୋଟ ଅଛି । ଦଳିତ ଭୋଟ ବି ଗୋଟେ ଫ୍ୟାକ୍ଟର।
ଅନ୍ୟପଟେ ବସନ୍ତ ପଣ୍ଡା ଗୋଷ୍ଠୀ, ପ୍ରସନ୍ନ ପାଢ଼ୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଯଦୁମଣି ପାଣିଗ୍ରାହୀ ସମର୍ଥନ ମାନେ ଯଦି କିଛି ଭିନ୍ନ ରଣନୀତି କରନ୍ତି ତେବେ ଅଙ୍କ ବଦଳିଯିବ। ସେହିପରି କଂଗ୍ରେସ ପାଖେ ପ୍ରାର୍ଥୀ ନଥିବା ବେଳେ ସ୍ଵାଧୀନ ପ୍ରାର୍ଥୀ କଂଗ୍ରେସ ପ୍ରାର୍ଥୀ କରିଥବା ବେଳେ ବିଜେପି ବିଜେଡିର ବିଧାୟକ ଦିବଂଗତ ବିଧାୟକ ଙ୍କ ପୁଅକୁ ପ୍ରାର୍ଥୀ କରିଛି। ହେଲେ ବିଜେଡି ନିଜ ଦଳର ନେତ୍ରୀଙ୍କୁ ମଇଦାନକୁ ଓହ୍ଲାଇଛି। ମୋଟା ମୋଟି ଭାବେ କହିବାକୁ ଗଲେ ନୂଆପଡ଼ାରେ ୩ଜଣ ଆମଦାନୀ ନେତାଙ୍କୁ ୩ପ୍ରମୁଖ ଦଳ ଯୋଦ୍ଧା ଭାବେ ମଇଦାନକୁ ଓହ୍ଲାଇଛ୍ଚନ୍ତି। ତେଣୁ ନୂଆପଡ଼ା ବାସୀଙ୍କ କାହା ମୁଣ୍ଡରେ ସୁନା କଳସ ଢ଼ାଳିବେ ତାକୁ ଅପେକ୍ଷା।