ମା ବିରଜାଙ୍କ ନବ ଦିନାତ୍ମକ ରଥଯାତ୍ରା ଶେଷ: ହଜାର ହଜାର ଭକ୍ତଙ୍କ ସମାଗମ

- Advertisement -

ଶ୍ରୀକ୍ଷେତ୍ର, ଏକ୍ରାର କ୍ଷେତ୍ର ଓ ବିରଜା କ୍ଷେତ୍ରରେ ରଥଯାତ୍ରା ଅନୁଷ୍ଠିତ ହୁଏ। ଜଗତର ନାଥ ଜଗନ୍ନାଥଙ୍କ ୯ଦିନ ଧରି ରଥଯାତ୍ରା ଅନୁଷ୍ଠିତ ହୁଏ। ବଡ ଭାଇ ବଳଭଦ୍ର, ସାନ ଭଉଣୀ ସୁଭଦ୍ରା ଓ ସୁଦର୍ଶନକୁ ସାଙ୍ଗରେ ନେଇ ଜଗତର ନାଥ ଜଗନ୍ନାଥ ରଥରେ ବିଜେ ହୁଅନ୍ତି । ମହାପ୍ରଭୂ ଲିଙ୍ଗରାଜ ରୁକୁଣା ରଥ ଯାତ୍ରା ହୁଏ।
ଭାରତ ବର୍ଷରେ ଶକ୍ତି ପୀଠରେ ମା ବିରଜାଙ୍କ ପୀଠରେ କେବଳ ରଥଯାତ୍ରା ହୁଏ। ଯାହା ବିରଳ ପରମ୍ପରା। ପୁରୀ ଜଗନ୍ନାଥଙ୍କ ରଥଯାତ୍ରା ପରୀ ମା ବିରଜାଙ୍କ ରଥଯାତ୍ରା ନଅଦିନ ଧରି ଅନୁଷ୍ଠିତ ହିଏ। ପରମ୍ପରା ଅନୁସାରେ ପ୍ରତିପଦ ତିଥିରେ ମା ବିରଜାଙ୍କ ଚଳନ୍ତି ପ୍ରତିମା ସିଂହଧ୍ଵଜ ରଥରେ ବିଜେ ହୁଅନ୍ତି।
ମାଙ୍କର ରଥ ପ୍ରତିଷ୍ଠା ହେବା ପରେ ଅପରାହ୍ନ ମନ୍ଦିର ଚାରି ପଟେ ରଥ ପରିକ୍ରମା କରେ । ପ୍ରତିପଦଠାରୁ ଆରମ୍ଭ ହୋଇଥିବା ରଥଯାତ୍ରା ମହାନବମୀ ପର୍ଯ୍ୟନ୍ତ ନଅଦିନ ଚାଲେ । ରାଜ୍ୟ ଓ ରାଜ୍ୟ ବାହାରୁ ଶ୍ରଦ୍ଧାଳୁମାନେ ମା ବିରଜାଙ୍କ ରଥଯାତ୍ରାରେ ସାମିଲ ହୋଇହୁଅନ୍ତି ।

ବିରଜା ପୀଠର ଏହି ବିରଳ ପରମ୍ପରା ସାରା ଭାରତ ବର୍ଷରେ ପ୍ରସିଦ୍ଧ। ମା ବିରଜାଙ୍କ ରଥଯାତ୍ରା ମହାନ ନବମୀ ଦିନଶେଷ ହୁଅ।।ଉଚ୍ଚତା ୪୩ ହାତ ୧୬ ଆଙ୍ଗୁଳି ମା ବିରଜାଙ୍କ ରଥର ସାରଥୀ ହେଉଛନ୍ତି ବ୍ରହ୍ମା। ରଥରେ ନବ ଦୁର୍ଗାଙ୍କ ଠାରୁ ଆରମ୍ଭ କରି ନବଗ୍ରହ,ସିଦ୍ଧ,ଗର୍ଦ୍ଧବ,କିନ୍ନର ସମସ୍ତେ ଏହି ରଥରେ ମାଙ୍କ ରଥଯାତ୍ରାରେ ସହାୟତା କରିବା ପାଇଁ ଅପେକ୍ଷା କରିଥାନ୍ତି। ମା ବିରଜାଙ୍କ ସିଂହଧ୍ଵଜ ରଥରେ ମୋଟ ୧୨ଟି ଚକ ରହିଛି । ମା ବିରଜାଙ୍କ ରଥଯାତ୍ରାର ଶେଷ ଦିନ ମାଙ୍କ ବିରଜାଙ୍କ ବିଜେ ପ୍ରତିମାକୁ ରଥରୁ ଅବତରଣ କରାଯାଇ ଲାଖବିନ୍ଧା ପଡିଆକୁ ନିଆଯାଏ। ସେଠାରେ ବିଶ୍ଵର ମଙ୍ଗଳ ପାଇଁ ଡାକେଶ୍ବରୀଙ୍କ ପାଖରେ ୪ ଦିଗକୁ ୪ଟି ଲକ୍ଷ୍ୟ ଭେଦ କରାଯାଇ ବିଜୟା ଉତ୍ସବ ପାଳନ କରାଯାଇଥାଏ। ମଧ୍ଯ ରାତିରେ ଏହି ପରମ୍ପରା ଅନୁଷ୍ଠିତ ହୁଏ।
ଦେଶର ୫୧ଟି ଶକ୍ତି ପୀଠ ମଧ୍ୟରୁ ମା ବିରଜାଙ୍କ ପୀଠର ରହିଛି ଏହି ବିରଳ ପରମ୍ପରା। ମା ବିରଜା ହେଉଛନ୍ତି ଦ୍ଵିଭୁଜା ଦୁର୍ଗା । ଶାରଦୀୟ ପୂଜାରେ ମା ବିରଜାଙ୍କ ନବ ଦିନାତ୍ମକ ରଥଯାତ୍ରା ସାମିଲ ହେଲେ କୋଟିପୂର୍ଣ୍ଣ ମିଳିଥାଏ।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles