ହାତିର ଦେଖାଇବା ଓ ଖାଇବା ଦାନ୍ତ ଅଲଗା : ଡ. ସ୍ଵାଧନ କୁମାର ଦାଶ
ଭାଇ ଭାଇଙ୍କ ମଧ୍ୟରେ ହସ୍ତିନାପୁର ସିଂହାସନ ପାଇଁ ଯେଉଁ ଅଠର ଦିନ ମହାଭାରତ ଯୁଦ୍ଧ ସଂଗଠିତ ହୋଇଥିଲା ତାହାର ପରିସମାପ୍ତି ଘଟିସାରିଥାଏ । ପାଣ୍ଡବମାନେ ଶତ୍ରୁ ପକ୍ଷର ସମସ୍ତ ସୈନ୍ୟ ସମାନ୍ତଙ୍କୁ ପରାସ୍ତ କରି ସିଂହାସନ ଆହୋରଣ ମହୋତ୍ସବ ଲାଗି ପଥ ପ୍ରସ୍ତୁତି କରିସାରିଥାନ୍ତି । ସର୍ବ ସମ୍ମତି କ୍ରମେ ଧର୍ମରାଜ ଯୁଧୁଷ୍ଠିରଙ୍କୁ ଯୋଗ୍ୟତାପୂର୍ବକ ଶ୍ରେଷ୍ଠ ଅଧିକାର ବିବେଚନା ପୂର୍ବକ ରାଜସିଂହାସନ ଆହରଣ କରିବାର ନିଷ୍ପତି ସରିଥାଏ । କିନ୍ତୁ ଧର୍ମରାଜ ଯୁଧୁଷ୍ଠିରଙ୍କ ଯୁକ୍ତିଥିଲା ପ୍ରାସଙ୍ଗିକ, ତାଙ୍କ ଦୃଷ୍ଟିରେ ସଂକୀର୍ଣ୍ଣତା ହିଁ ପାପ। ତେଣୁ ତ ସ୍ୱାର୍ଥର ଉର୍ଦ୍ଧକୁ ଯାଇ ପିତାମହ ଭୀଷ୍ମଙ୍କୁ ସମର କ୍ଷେତ୍ରରେ ଦର୍ଶନ ଓ ପ୍ରଣାମ କରି ଔପଚାରିକତା ପୂର୍ବକ, ରାଜଗାଦି ଆହାଣ କରିବେ; ନତୁବା ନୁହେଁ । ଅତଏବ ସେ ଓ ତାଙ୍କର ସମସ୍ତ ଭାଇଙ୍କ ସହ ରଣକ୍ଷେତ୍ରରେ ଭୂମି ଉପରେ ରକ୍ତ ଜୁଡୁବୁଡୁ ହୋଇ ଲୋଟି ପଡିଥିବା ପିତାମହଙ୍କୁ ଦର୍ଶନ ମାତ୍ରକେ ଏଇ ସବୁଲାଗି ମୁଁ ଦାୟୀ ବୋଲି ବିଳାପୀ ଉଠିବା ସହିତ ନିଜକୁ ପାପୀ ସମ୍ବୋଧନ କରିବାକୁ ତୀଳେ ମାତ୍ରେ କୁଣ୍ଠାବୋଧ କରି ନଥିଲେ ଓ ଏହି ପାପରୁ କିପରି ମୁକ୍ତି ପାଇବି ଦୟାପରବଶ ହୋଇ ମାର୍ଗଦର୍ଶନ କରିବାର ଅଭିପ୍ରାୟ କୃତଞ୍ଜଳୀ ପୁଟରେ ତାଙ୍କୁ ନିବେଦନ କରନ୍ତି । ପିତାମହ ମଧ୍ୟ ନିଜର ଜ୍ଞାନ ବିବେକ ପ୍ରଦର୍ଶନ ପୂର୍ବକ ଯୁଧୁଷ୍ଠିରଙ୍କୁ ସାର୍ଚ୍ଚନା ଦେବାସହ ବିଭିନ୍ନ ଉପଦେଶ ଓ ରାଜ୍ୟ ସମ୍ବାଳିବାର ବିଭିନ୍ନ ମାର୍ଗ ଓ ଉପଦେଶାତ୍ମକ ଆର୍ଶିବାଦ ପ୍ରଦାନ କରିଥିଲେ । ଏତ ଥିଲାଦ୍ୱାପର ଯୁଗର ରାଜନୀତିର ହାରଜିତ ରଣରୁ ସିଂହାସନ ଆହୋରଣ ପର୍ଯ୍ୟନ୍ତ କଥା ଓ ଗାଥା । ସେ ସମୟରେ ବିଜୟ ପକ୍ଷ ପରାସ୍ତବରଣ କରିଥିବା ପକ୍ଷଙ୍କ ପ୍ରତି ସମବେଦନା, ଭାତୃତ୍ଵ ଓ ସମ୍ମାନ ପ୍ରଦର୍ଶନ କରିବାରେ ତିଳେମାତ୍ର ହେଳା କରୁ ନଥିବାର ଏହା ଥିଲା ଏକ ନିଦର୍ଶନ ମାତ୍ର।
ବର୍ତମାନ ମଧ୍ୟ ସେହି ରାଜନୀତି ଅଛି। କେବଳ ଯାହା ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ କରାଯାଇ ରାଷ୍ଟ୍ର ଓ ରାଜ୍ୟରେ ମୁଣ୍ଡିଆଳଙ୍କୁ ସାମ୍ବିଧାନିକ ଶପଥ ମନ୍ତ୍ରରେ ଅଭିମନ୍ତ୍ରିତ କରି ଗଣତନ୍ତ୍ରର ପୁଜାରୀ ପଦରେ ଅଭିଷିକ୍ତ କରାଯାଏ । ଖାଲି ସେତିକି ନୁହେଁ ସେମାନଙ୍କର ମତ, ଉପଦେଶ ଓ ଆଲୋଚନାକୁ ବିୟରକୁ ନେଇ ଅନେକ ଆଇନ୍ ପ୍ରଣୟନ, ସଂଶୋଧନ ଓ କାର୍ଯ୍ୟକାରୀ କରାଯାଇଥାଏ | ଏହିସବୁ ନିର୍ବାଚିତ ନେତୃତ୍ୱ ସମୂହର ମହନ୍ତ ଭାବେ ରାଜ୍ୟ ଓ ରାଷ୍ଟ୍ର ଯୋଗ୍ୟ ବ୍ୟକ୍ତିକୁ ବଛାଯାଏ । କିନ୍ତୁ ଯୋଗ୍ୟତା ବାଛିବାର ମାନଦଣ୍ଡ କେବଳ ନିଜ ଦଳକୁ ସଂଗଠିତ ରଖୁବାର କ୍ଷମତା, କଥା କୁହାଳିଆପଣିଆ ଓ ଛାମୁଆ ଦଳିୟ ନେତୃମଣ୍ଡଳିଙ୍କୁ ପ୍ରଶନ୍ନ କରି ଦୀର୍ଘଦିନ କ୍ଷମତା ଉପଭୋଗକରିବାର କଳା କୌଶଳ ଯାହାର ଥାଏ ତାକୁ ମୁଖ୍ୟ ବୋଲି ବିବେଚନା କରାଯାଏ । ମାପକାଠିର ମାନଦଣ୍ଡ ନିର୍ୟାୟକ ପୂର୍ବକ ଉକ୍ତି ବ୍ୟକ୍ତିଙ୍କୁ ମହନ୍ତଭାବେ ଭାବେ ଘୋଷଣ କରି ମୁଖ୍ୟ ଆସନରେ ଅଭିଶିକ୍ତ କରାଯାଏ। ଅଧୁନା ଯୋଗ୍ୟତାର ମାପକାଠି ଶବ୍ଦକୁ ବ୍ୟବଚ୍ଛେଦ କଲେ ଏହାର ଅର୍ଥ ଅବାନ୍ତର ପରି ଲାଗେ, ଯାହାଦ୍ୱାରା ରାଜନୀତି ପରି ପବିତ୍ର ରାଜକର୍ମ ଦିନକୁଦିନ ଅଧୋଗତି ଆଡ଼କୁ ଗତିକରି ଋଲୁଛି । ଯେଉଁ ଗାନ୍ଧୀଙ୍କୁ ନେଇ ଭାରତ ଗଣତନ୍ତ୍ରରେ ସର୍ବୋଚ୍ଚ ମର୍ଯ୍ୟାଦା ଓ ସମ୍ମାନ ପ୍ରଦାନ କରାଯାଏ, ଯାହାଙ୍କର ଛବି ପ୍ରତ୍ୟେକଟି ସରକରୀ ଦସ୍ତରରେ ଆଜିବି ଦେଖିବାକୁ ମିଳେ । ସେହି ମହାନ୍ ମନୀଷୀଙ୍କର ଆଦର୍ଶ କେବଳ ଭାଷଣରେ ବା ଲିଖୁତ ପୁସ୍ତକରେ ସିମୀତ, କିନ୍ତୁ ଗାନ୍ଧୀଙ୍କର ନିତୀ, ଆଦର୍ଶ ଆଦି ମଧ୍ୟ ପ୍ରାସଙ୍ଗିକ ମନେହୁଏ। ସେ ରାଜନୀତିକୁ କେବେ ହେଲେ ନୀତି, ନୈତିକତାର ମୂଲ୍ୟବୋଧର ଉର୍ଦ୍ଧରେ ରଖୁନଥିଲେ । ଏଠାରେ ମହାନ୍ ବ୍ରିଟିଶ ରାଜନେତା, ସାମରିକ ଅଧିକାରୀ, ବିଶିଷ୍ଠ ଲେଖକ ଓ ଚିନ୍ତାନାୟକସାର୍ ୱିନ୍ସଟନ୍ ଚର୍ଜିଲ ରାଜନୀତିକୁ ନେଇ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ଗୁରୁତ୍ଵପୂର୍ଣ, ମାର୍ମିକ ଓ ତାତ୍ଵିକ ମଧ୍ୟ । ତାଙ୍କ ମତରେ ରାଜନୀତିରେ ଓ ଯୁଦ୍ଧରେ ମୃତ୍ୟୁବରଣ କରିବାକୁ ପଡିଥାଏ । ଯଦିଓ ଯୁଦ୍ଧରେ ଗୋଟାଏ ଥରରେ ମୃତ୍ୟୁବରଣ କରିବାକୁ ପଡେ କିନ୍ତୁ ରାଜନୀତିରେ ବାରମ୍ବାର ମୃତ୍ୟୁବରଣ କରିବାକୁ ପଡେ । ଆଉ ଯିଏ ମୃତ୍ୟୁ ଭୟରେ ନିଜର ନିତି ନୈତିକତାର ମୂଲ୍ୟକୁ ବନ୍ଧାଦେଇ ସ୍ୱାର୍ଥ ସର୍ବସ୍ୱ କରି ରାଜନୀତି କରେ ତାକୁ ହୁଏତ ଥଇଥାନ ପୂର୍ବକ ଅନ୍ୟକିଛି ପୁରସ୍କାର ସ୍ୱରୂପ ପଦ ପ୍ରଦାନ କରିବା ସହ ନିଜର ସୁବିଧାବାଦୀ ସ୍ୱାର୍ଥ ସର୍ବସ୍ଵ ହେଲେ ଏହା ଏକଦା ଆତ୍ମଘାତୀ ନେବ ନିଶ୍ଚୟ ।
ନିଷ୍ଠୁର ବାସ୍ତବତା ଯାହା ତାହା ଉଲ୍ଲେଖ କଲେ ଅନେକ ଗୋସେଇଁଙ୍କର ଦେହରେ ପୋଡାଜଳା ହେବା ସ୍ୱଭାବିକ । ଏହା ଏଥିପାଇଁ ଆମେ କହୁଛୁ ଏଥର ଓଡ଼ିଶା ବିଧାନସଭାର ଫଳାଫଳକୁ ବିସ୍ତର କରାଗଲେ ଜନମତ ବିଜେପି ସପକ୍ଷରେ ଆସି ୭୮ଟି ଆସନ ଅକ୍ତିଆର କରି ସରକାର ଗଠନ କରିବାରେ ସକ୍ଷମ ହେଲା । ଏହି ଫଳାଫଳ ଯେ ଅପ୍ରତ୍ୟାସିତ ଥିଲା ଏହାକୁ ଅନେକଙ୍କୁ ସ୍ଵୀକାର କରିବାକୁ ବାଧ୍ଯ କରିବ ନିଶ୍ଚୟ । ନିର୍ବାଚନ ଫଳାଫଳଟି ପ୍ରମାଣିତ କଲା ଯେ ରାଜନୀତିରେ ଆକଳନ, ମୂଲ୍ୟାୟନ, ଇତିହାସ ଓ ସପକ୍ଷ ବିପକ୍ଷର ମାନସାଙ୍କ ଅନେକାଂଶରେ ଭୁଲ ପ୍ରମାଣିତ ହୁଏ ।
ସରକାର ଗଠନ ପରେ ଶାସକ ଦଳର ନେତା ଓ କର୍ମୀ ଯେତେ ଉତ୍ସାହିତ ତଦନୁପାତିକ ବିଭୋର, ଭୋଟ୍ ଦେଇ ଜିତାଇଥିବା ସାଧାରଣ ଭୋଟର। କାରଣ ନୂଆ ସରକାର କିଛି ନୂଆ କରି ଦେଖାଇବା ସହିତ ପ୍ରତିଶୃତି ଦେଇ ନର୍ବାଚନୀ ବୈତରଣୀ ପାର ହୋଇଛନ୍ତି । ରାଜ୍ୟ ଓ ଜନସାଧାରଣଙ୍କର ସ୍ୱାର୍ଥ ପ୍ରତି ଦୃଷ୍ଟିଦେବାର ଆଶା ଓ ଭରଷା ଅନେକାଂଶରେ ପରିପୂରତିତ ହେବ ଓ ଆଶା ମଧ୍ୟ ଜନସାଧାରଣଙ୍କର ଅଛି । ଅନ୍ୟ ପକ୍ଷରେ ଦେଖୁଲେ ଏଥର ବିଧାନସଭାକୁ ଅନେକ ବିଧାୟକ ପ୍ରଥମଥର ଲାଗି ନିର୍ବାଚନ ଜିତି ଆସିଥିବା ଅନେକ ମନ୍ତ୍ରୀମଣ୍ଡଳରେ ମଧ୍ୟ ସ୍ଥାନ ପାଇଛନ୍ତି । ବିଶେଷକରି ସେହିମାନେ ଅଳ୍ପ ସମୟରେ ଅନେକ କିଛି କରିପକାଇବାର ପ୍ରଚେଷ୍ଟାରେ ରତହୋଇ ବିଧୂ ବ୍ୟବସ୍ଥାକୁ ଅଣଦେଖା କରୁଥିବାର ଦେଖାଯାଏ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ବାରିହୋଇପଡେ ଅନେକ ମନ୍ତ୍ରୀ ବିଭାଗୀୟ ସମନ୍ଵୟ ରକ୍ଷାକରିବାର କଳା କୌଶଳକୁ ପାଶୋରି ଅଳ୍ପ ସମୟରେ ଅନେକ କିଛି କରିବାରେ ବିଭୋର । ଉଦାହରଣ ସ୍ଵରୂପ ଭାତହାଣ୍ଡିରୁ ଗୋଟିଏ ଭାତ ଦେଖିଦେଲେ ବୁଝାପଡେ ଭାତଗୁଡିକର ମାନ, ଠିକ୍ ସେହିପରି ସରକାରଙ୍କର ବିଭାଗୀୟ ମନ୍ତ୍ରୀମାନଙ୍କର କଥା ମଧ୍ୟରେ ତାଳମେଳ ନଥୁଲା ପରି ମନେହୁଏ । କହିବା ବାହୁଲ୍ୟ ଆଳୁର ଅଭାବ ବିକ୍ରି ଓ ଚଢ଼ାଦରକୁ ନେଇ ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ତାଙ୍କ ବିବୃତିରେ କହିଥିଲେ ରାଜ୍ୟ ସରକାର ଆଳୁର ଅଭାବ ଓ ଚଢ଼ାଦରର ବିକ୍ରି ଖାଉଟିଙ୍କ ଉପରେ ପ୍ରଭାବ ପକାଇ ପାରିବ ନାହିଁ । କାରଣ ସରକାର ପଶ୍ଚିମବଙ୍ଗକୁ ତୋସାମଦ ନ କରି ଅନ୍ୟ ରାଜ୍ୟରୁ ଚାହିଦା ମୁତାବକ ଆଳୁ ମଗାଇବେ କିନ୍ତୁ ପରିତାପର ବିଷୟ କିଛିମାସ ନ ଯାଉଣୁ ବିଭାଗ ମନ୍ତ୍ରୀ ପୁଣି ତାଙ୍କ ପକାଇଥିବା ଛେପକୁ ଢୋକି କହିଲେଣି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସହ ସାକ୍ଷାତ କରି ଆଳୁ ଅଭାବକୁ ପରିପୂରିତ କରିବି । ଏଥରୁ ସ୍ପଷ୍ଟ ଅନୁମେୟ ବର୍ତମାନ ରାଜ୍ୟର ଗତି କେଉଁ ଆଡେ ? ସେହିପରି ଆଇନ୍ ଶୃଙ୍ଖଳା, ନାରୀ ନିର୍ଯ୍ୟାତନା ପରି ଅନେକ ସମସ୍ୟା ମଧ୍ୟରେ ରାଜ୍ୟ ସରକାର ଛନ୍ଦି ହୋଇ ଜନସାଧାରଣଙ୍କୁ ତାଙ୍କର ଉଚିତ୍ ନ୍ୟାୟ ଦେଇ ସନ୍ତୁଷ୍ଟି କରିପାରିବେ ତ ?
ରାଜନୈତୀକ ଘଟଣା କ୍ରମରେ ବିଶେଷ ଭାବରେ ଯାହା ଆଲୋଚନା ହେଉଛି ତାହା ହେଲା ଅନେକ ନେତା ଜନାଦେଶ ପାଇ ଚୌକି ଅକ୍ତିଆର କଲାପରେ ପୂର୍ବପରି ଜନସେବାର ବ୍ୟାକୁଳ ମାନସିକତା ପରିପୋଷଣ କରୁଥିବାର କ୍ଵଚିତ ନଜର ଆସେ । ବାସ୍ତବିକ ଜଣେ ନେତାର କାର୍ଯ୍ୟକରିବାର ଦକ୍ଷତା, ନେତୃତ୍ୱ ନେବାର ପରାକାଷ୍ଠା ସେତେବେଳେ ଜଣାପଡେ । ଯେତେବେଳେ ଜନସାଧାରଣଙ୍କ ସହିତ ଆଲୋଚନାକରି ପୁଙ୍ଖାନୁଫୁଖ ଭାବେ ସମସ୍ୟାକୁ ବୁଝି ଉପଯୁକ୍ତ ନିଦାନ ପୂର୍ବକ ସମସ୍ୟାର ଯଥାଯଥ ସମାଧାନ କରିଥାଏ । ତାଙ୍କୁ ହିଁ ଲୋକେ ଜନନେତା ଭାବେ ବିବେଚିତ କରିଥାନ୍ତି । ଓଡ଼ିଶାର ଏକ ଲୋକକଥା ଏଠାରେ ପ୍ରଯୁଯ୍ୟ “କାହ୍ନୁ ପାଇଁ ସିନା ଦୋଳଯାତରା” ଅର୍ଥାତ୍ ଦୋଳ ମେଳଣରେ ଦୋଳଗୋବିନ୍ଦଙ୍କୁ ବାଦଦେଲେ ଯେପରି ତାହା ମୂଲ୍ୟହୀନ ଲାଗେ ଠିକ୍ ସେହିପରି ଗଣତନ୍ତ୍ରରେ ଜନସାଧାରଣ ହେଉଛନ୍ତି ମାଲିକ, ଅତଏବ ଜନସାଧାରଣଙ୍କ ହିତକୁ ବାଦ ଦେଇ ଭାବପ୍ରବଣତାକୁ ନେଇ ଦଳିତ ଗରୀବ ଖଟିଖିଆଙ୍କ ଘରେ ଭୋଜନ ଓ ଜନସାଧାରଣଙ୍କୁ ସମ୍ବୋଧନ କଲାବେଳେ ଅନେକ ମନଗଢ଼ା ଅତୀତର ତାଙ୍କର ଦୁଃଖପୂର୍ଣ କାହାଣୀର ପସରା ମେଲାଇ ଭୋଟ ବ୍ୟାଙ୍କକୁ ହାତେଇବାର ବୃଥା ଅପଚେଷ୍ଟା କେତେକାଂଶରେ ଜନସାଧାରଣଙ୍କୁ ଭୁଆଁ ବୁଲାଇବାରେ ସମର୍ଥ ହୁଏ ତ ଓ ଅନେକାଂଶରେ କିଛି ସଚେତନ ନାଗରିକ ଏସବୁ ଶୁଣି ସେହି ପୁରୁଣା ମଦ ନୂଆ ବୋତଲର ଉକ୍ତିଟି ମନେ ପକାଇ ମୁରୁକି ହସାମାରି ନେତାଙ୍କ ଉଦ୍ଦେଶ୍ୟ ପ୍ରଣୋଦିତ ଠିକ୍ ବୁଝିନିଅନ୍ତି ।
ପ୍ରକୃତରେ ଜଣେ ନେତା ଯଦି ନିଜକୁ ବାସ୍ତବିକ ଆଦର୍ଶ ନେତା କରିବାକୁ ଋହେଁ, ତେବେ ପ୍ରକୃତି ମୁଖୀ ପରତନ୍ତ୍ରୀ ଚଳନି ରୂପକ ଅକ୍ଟୋପସ କବଳରୁ ମୁକୁଳି ନିଜର ସ୍ୱାର୍ଥ ସମ୍ବଳିତ ରହିବାକୁ ପଛରେ ପକାଇ ଜନସାଧାରଣଙ୍କ ପାଇଁ ସରକାରୀ ସ୍ତରରେ ହେଉଥିବା ଯୋଜନା ସମୂହର ସଫଳ ରୂପାୟନ ଦିଗରେ ଯତ୍ନବାନ ହୋଇ ତତ୍ ସଂକ୍ରାନ୍ତିୟ ପ୍ରଚେଷ୍ଟା କଲେ ହୁଏତ ଜନସାଧାରଣଙ୍କର ଅନେକ ସମସ୍ୟା ସମାଧାନ ହେବା ସହିତ ନିଜେ ନେତା ହେବାର ସାର୍ଥକତା ଉପଲବ୍ଧି କରିପାରିବେ । ଅଧୁନା ଏସବୁ ତ ବିରଳ । ଭଦ୍ରମୁଖା ତଳେ କ୍ଷମତା ଲୋଭୀ, ପିପାଷୁ ନେତାମାନେ ସମ୍ବିଧାନକୁ ବାଏଁ ବାଏଁ ଉଡାଇ ନିଜ ସାତ ପୁରୁଷ ଲାଗି ପୁଞ୍ଜି ଗଚ୍ଛିତ କରିବାରେ ବ୍ୟସ୍ତ । ସମ୍ବିଧାନ ବା ଗଣତନ୍ତ୍ରର କଥା କିଏ ପଚାରେ । କ୍ଷମତା ଲୋଭରେ ମତୁଆଲା ଏହି ନେତାମାନଙ୍କୁ ପଦପଦବୀ ଓ ଚୌକିର ଅଫିମ ନିଶା ଏତେ ମାତ୍ରାରେ ଘାରିଥାଏ, ତାହା ଶୀତଦିନର କାଠୁଆ ଜାଡ଼ରେ ନିଆଁ ପିଉଥିବାର ଆନନ୍ଦ ପରି ମନେହୁଏ ।
ହେ ବରେଣ୍ୟ ନେତୃମଣ୍ଡଳୀ ଏହି ଶସ୍ତା ହୀନ ରାଜନିତୀ ଛାଡି ମାଟି ମା’ର ସେବା କରିବାର ଯେଉଁ ଅବକାଶ ଜନସାଧାରଣ ପ୍ରଦାନ କରିଛନ୍ତି ତାକୁ ସୂଚରୁ ରୂପେ ସମ୍ପାଦନ କରି ନିଜ ପାରିବା ପଣିଆର ପରାକାଷ୍ଠା ପ୍ରଦାନ କରନ୍ତୁ ନତୁବା ଦିନ ଆସିବ ଶାସନ ବ୍ୟବସ୍ଥା ଥିବା ବଡ଼ପଣ୍ଡା ମାନଙ୍କର ଅପାରଗତା, ଦୂରଦୃଷ୍ଟି ବାଧୂତ ଜ୍ଞାନ ଓ ଆନ୍ତରିକତା ହୀନ ସେବା ଦ୍ଵାରା ନିଜର ରାଜନୈତିକ ଭବିଷ୍ୟତ ଅନ୍ଧାରକୁ ଯିବା ପରି ରାଜ୍ୟ ଓ ରାଷ୍ଟ୍ରକୁ ନିମ୍ନମୁଖୀ କରିବା କ’ଣ ସମାଜପତି ନେତାଙ୍କ ଚରମ ବିଶ୍ଵାସଘାତକତା ନୁହେଁକି ।
ଖଣ୍ଡଗିରି, ଭୁବନେଶ୍ଵର
ମୋ.୯୯୩୭୭୮୧୦୧୨
- Advertisement -
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy