ଜମିବ ମୋହନ –ମନମୋହନ ଯୋଡି

- Advertisement -

ସରକାର ଓ ଶାସନକୁ ସାଙ୍ଗରେ ନେଇ ବିଜେପି ଓଡିଶାରେ ଆଗେଇବ। ସରକାର ଓ ଦଳ ଭିତରେ ରହିବନି କୌଣସି ମତପାର୍ଥକ୍ୟ। ସରକାର କଥା ବୁଝିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସଂଗଠନ କଥା ସମ୍ଭାଳିବେ ଦକ୍ଷ ସଂଗଠନ ମନମୋହନ ସାମଲ। ଓଡିଶାରେ ବିଜେପି ଏକାକୀ ସରକାର ଗଠନ ପରେ ମନମୋହନ ସାମଲକୁ ସଭାପତି କରି ବିଜେପି କେନ୍ଦ୍ରୀୟ ନେତୃତ୍ବ ଏପରି ବାର୍ତ୍ତା ଦେଇଛି। କେନ୍ଦ୍ରୀୟ ନେତୃତ୍ବ ଓଡିଶା ବିଜେପିରେ କୌଣସି ଗୋଷ୍ଠୀ କିପରି ନରହିବ ସେଥିପାଇଁ ସେଥିପାଇଁ ତୃତୀୟଥର ଲାଗି ମନମୋହନ ସାମଲ ରାଜ୍ୟ ସଭାପତିର ମଙ୍ଗ ଧରାଇ ମାଷ୍ଟ୍ରରଷ୍ଟ୍ରୋକ ଦେଇଛି । ଯାହା ମୋହନଙ୍କ ଶାସନ ରାସ୍ତାରେ ଫୁଲପଡିଲା ପରି । ଲମ୍ବା ରାଜନୈତିକ କ୍ୟାରିୟର ଭିତରେ ତୃତୀୟଥର ଲାଗି ମନମୋହନ ସାମଲ ରାଜ୍ୟ ସଭାପତିର ମଙ୍ଗ ଧରିଛନ୍ତି । ୧୯୯୯ରୁ ୨୦୦୪, ଦ୍ବିତୀୟ ଥର ୨୦୨୩ରେ ହେବା ପରେ ୨୦୨୫ରେ ପୁଣିଥରେ ଦଳ ତାଙ୍କୁ ସଂଗଠନର ଗୁରୁ ଦାୟିତ୍ବ ଦେଇଛି । ଜୁଏଲଙ୍କ ପରେ ମନମୋହନ ସଭାପତି ପଦରେ ହ୍ୟାଟ୍ରିକ ମାରିଛନ୍ତି । ଏକମାତ୍ର ପ୍ରାର୍ଥୀ ଭାବେ ମନମୋହନ ସାମଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମନମୋହନ ସାମଲ ସଭାପତି ହେବା ପରେ ବିଜେପିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତିଆର କମିଛି ଓ ମନମୋହନ ଓ ମୋହନଙ୍କ ଦବଦବା ବଢିଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ମନମୋହନ ସଭାପତି ହେବା ପରେ ବିଜେପି ସଂଗଠନରେ ବହୁ ପରିବର୍ତ୍ତିନ ହେବା ସହ ସେ ତାଙ୍କର ନୂଆମଟିମ ଗଢିବେ । କେନ୍ଦ୍ରୀୟ ନେତୃତ୍ବଙ୍କ ଆସ୍ଥା ମନମୋହନ ସାମଲ ଜିଣିଥିବାରୁ ସେ ଅଖଣ୍ଡ କ୍ଷମତାଶାଳୀ ହେବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ମନମୋହନ ସାମଲ ଯୋଡିର ପ୍ରଭାବ ଆଗାମୀ ଦିନରେ ସଂଗଠନ ଓ ସରକାରରେ ଦେଖିବାକୁ ମିଳିବ । ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଠାରୁ ଆରମ୍ଭ କରି ନିଗମ ବଣ୍ଟନ ଯାଏ ଏହି ଯୋଡି ଚୁଡାନ୍ତ ନିଷ୍ପତି ନେବ । ବିଜେପି ଅନ୍ଦର ମହଲର ଚର୍ଚ୍ଚା ଅନୁସାରେ ଏହି ମାସରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସହ ନିଗମ ବଣ୍ଟନ କରାଯିବ । ନେତା କି ଗୋଷ୍ଠୀ ନୁହେଁ ଦଳ ପ୍ରତି ଆନୁଗତ୍ୟ ଥିବା ନେତାଙ୍କୁ ଦଳ ଆଗକୁ ଆଣିବ । ଚର୍ଚ୍ଚା ଅନୁସାରେ ମନମୋହନ ସାମଲ ସଭାପତି ହେବା ପରେ ବହୁମନ୍ତ୍ରିଙ୍କ ବିଭାଗ ପରିବର୍ତ୍ତିନ ହେବା ସହ ଦଳପ୍ରତି ଆନୁଗତ୍ୟ ଥିବା କିଛି ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ଟିମରେ ସାମିଲ କରିବେ । ଯେଉଁଥିରେ କେନ୍ଦ୍ରୀୟ ନେତୃତ୍ବ ର ସହମତି ପୂର୍ଣ୍ଣ ସହମତି ରହିବ। ମନମୋହନ ତୃତୀୟ ଥର ସଭାପତି ହେବା ପରେ ଆଗକୁ ବିଜେପି ରାଜନୀତିରେ କି ମୋଡ ନେଉଛି ତାହା ଉପରେ ସଭିଁଙ୍କ ନଜର ।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles