ସାଆନ୍ତେଙ୍କ ଚାହାଣୀ ପ୍ରେମ

- Advertisement -

ସମ୍ପର୍କର ଯାତ୍ରା ହେଉଛି ଘୋଷଯାତ୍ରା। ବର୍ଷକୁ ଥରେ ଜଗତର ନାଥ ଜଗନ୍ନାଥ ଏହି ସମ୍ପର୍କ ପାଇଁ ରତ୍ନବେଦିରୁ ଜନ୍ମବେଦିକୁ ଓହ୍ଲାଇଆସନ୍ତି। ୯ ଦିନର ମାନବୀୟ ଲୀଳା କରି ପୁଣି ଫେରିଯାଆନ୍ତି ବଡ ଦେଉଳକୁ। ଭକ୍ତ ଓ ଭାଗବନଙ୍କ ମହାମିଳନର ପର୍ବ ରଥଯାତ୍ରା । ସମ୍ପର୍କ ଅନେକ ଚିତ୍ର ସାମ୍ନାକୁ ଆସେ ରଥଯାତ୍ରାରେ। ଭକ୍ତ,ଭକ୍ତି, ଭାବନା, ମାଟି, ମା, ଭାଇ,ଭଉଣୀ,ମାଉସୀ ପ୍ରେମରେ କିପରି ସାଆନ୍ତେ ଏହି ୯ଦିନ ବୁଡି ରହନ୍ତି ତାହା ଦେଖେ ପୁରା ବିଶ୍ବ। ବିଶ୍ବର ଦେବତାଙ୍କ ମାନବୀୟ ଲୀଳା ବଡ ବିଚିତ୍ର। ଆଉ ତା ଭିତରୁ ସାଆନ୍ତେଙ୍କ ପ୍ରେମଭରା ଚାହାଣୀ ବି ଟିକେ ନିଆରା। ସାଆନ୍ତାଣିଙ୍କୁ ଦେଉଳରେ ଛାଡ଼ି ସାଆନ୍ତେ ଭାଇ, ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦିକୁ ଆସନ୍ତି। ପିଲାଦିନର ସ୍ମୃତି ଗୁଣ୍ଡିଚା ମା ମନ୍ଦିରରେ ବେଶ ଆନନ୍ଦରେ ସମୟ କାଟନ୍ତି। ଦେଉଳରେ ସାଆନ୍ତାଣି ଯେତେବେଳେ ଜାଣନ୍ତି ତାଙ୍କୁ ଛାଡି ସାଆନ୍ତେ ଭାଇ ଓ ଭଉଣୀକୁ ସାଙ୍ଗରେ ଧରି ଯାଇଛନ୍ତି, ସେତେବେଳ ସାଆନ୍ତାଣି ଅଭିମାନ କରନ୍ତି। ସାଆନ୍ତାଣିଙ୍କ ରାଗ ଏତେ ବଢିଯାଏ ଯେ ହେରାପଞ୍ଚମୀ ଦିନ ଯାଇ ସାଆନ୍ତେ ଯାଇଥିବା ରଥକୁ ରାଗ ତମ ତମ ରେ ଭାଙ୍ଗିଦିଅନ୍ତି। ଆଉ ମନେ ମନେ କହନ୍ତି, ଆସ ଦେଉଳକୁ ତମ କଥା ମୁଁ ବୁଝିବି। ସାଆନ୍ତାଣି ରାଗିବା ଜାଣି କାଳିଆ ସାଆନ୍ତେ ରଥକୁ ଦକ୍ଷିଣ ମୋଡ କରନ୍ତି। ଇଚ୍ଛା ନଥିଲେ ବି ଜନ୍ମବେଦିରୁ ବିଦାୟ ନେବାକୁ ବାହାରି ପଡ଼ନ୍ତି। ବାହୁଡ଼ା ଯାତ୍ରାରେ ସାଆନ୍ତେଙ୍କ ରଥ ସିଂହଦ୍ଵାରା ଆଭିମୁଖେ ବାହାରେ, ସେତେବେଳେ ମା ରାଗକୁ ଶାନ୍ତ କରିବା ପାଇଁ ଶ୍ରୀନଅର ଆଗରେ ନନ୍ଦିଘୋଷ ଅଟକିଯାଏ। ଶ୍ରୀମନ୍ଦିର ଆଗ ଦେଇ ଭାଇବୋହୂ ଯିବେ ବୋଲି ବଡ଼ଭାଇ ବଳଭଦ୍ରଙ୍କ ରଥ ଆଗରେ ରଥରେ ଘେର କପଡ଼ା ଦିଆଯିବା ପରେ ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ପାଲିଙ୍କିରେ ମହାଲକ୍ଷ୍ମୀ ସିଂହଦ୍ୱାର ଦେଇ ଶ୍ରୀନଅର ନିକଟକୁ ଆସିନ୍ତି ରାଗ ତମ ତମ ହୋଇ । ସେଠାରେ ଗଜପତି ମହାରାଜାଙ୍କ ମଧ୍ୟସ୍ଥତାରେ ଲକ୍ଷ୍ମୀ-ନାରାୟଣ ଭେଟ ହୋଇଥିଲା। ଆଉ ସାଆନ୍ତେଙ୍କ ରଥ ଉପରୁ ପ୍ରେମ ଭରା ଚାହାଣୀ ସାଆନ୍ତାଣିଙ୍କ ରାଗକୁ ବହୁ ମାତ୍ରାରେ ଶାନ୍ତ କରିଦିଏ। ଲକ୍ଷ୍ମୀ ନାରାୟଣଙ୍କ ଭେଟର ଏ ଅପୂର୍ବ ଚାହାଣି ସବୁ ପ୍ରେମ ବନ୍ଧନର ମୂଳମନ୍ତ୍ର। ସାଆନ୍ତେଙ୍କ ଚାହାଣି ପୁରା ବିଶ୍ବକୁ ପ୍ରେମ ବନ୍ଧନରେ ବାନ୍ଧି ରଖେ। ଚକାଚକା ଆଖିର ବ୍ୟାଙ୍କଚାହାଣୀ ପ୍ରେମରେ ପୁରା ଜଗତ ପାଗଳ। ମା ସାଆନ୍ତାଣି କେମିତି ଏଥିରୁ ବାଦ ପଡିବେ। ଅଭିମାନୀ ମା ଲକ୍ଷ୍ମୀଙ୍କୁ ଚାହାଣି ମାଧ୍ୟମରେ ପ୍ରେମ ଜାଲରେ ପକାଇ କାଳିଆ ସାଆନ୍ତେ ଲକ୍ଷ୍ମୀଙ୍କୁ ବୁଝାଇବାରେ ବହୁମାତ୍ରାରେ ସଫଳ ହୁଅନ୍ତି। କିନ୍ତୁ ପତିପତ୍ନୀଙ୍କ ମଧ୍ୟରେ ଚାହାଣିରେ ଭାବର ଆଦାନ ପ୍ରଦାନ ସମୟରେ ସାଆନ୍ତେଙ୍କ ମନରେ ଯେଉଁ ଭୟ ଦେଖିବାକୁ ମିଳେ ଏହି ଭେଟଘାଟ ସମୟରେ ତାହା ପୁରା ବିଶ୍ବଦେଖେ। ଘରଣୀର ରାଗ ତମ ତମ ସମୟରେ ସ୍ବାମୀ କେମିତି ଭୟରେ ଆଖିରେ ଆଖି ମିଶାଇବାକୁ ଭୟ କରେ ତାହା କାଳିଆ ଶ୍ରୀନଅରେ ଲକ୍ଷ୍ମୀ ନାରାୟଣ ଭେଟ ଘାଟର ଅପୂର୍ବ ମିଳନରୁ ଜଣାପଡେ।

ଜୟ ଜଗନ୍ନାଥ

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles