ପ୍ରଥମଥର ରାଜ୍ୟରେ ଏକାକୀ ସରକାର ଗଠନ କରିଛି ବିଜେପି। ବିଜେପି ଏହି ବଡ ସଫଳତା ପଛରେ କେନ୍ଦ୍ରୀୟ ନେତାଙ୍କ ସୁଚିନ୍ତିତ ରଣନୀତି ଓ ରାଜ୍ୟ ନେତୃତ୍ବକୁ ନୀତି ଆଦର୍ଶ ପାଇଁ ଦଳ ସରକାରକୁ ଆସିଛି। ସରକାର ଗଠନ ହେବା ଦିନଠାରୁ ଦଳ ଭିତରେ ପତିଆର ଲଢ଼େଇ ଦେଖିବାକୁ ମିଳୁଛି ପଦ୍ମକ୍ୟାମ୍ଫରେ। ସରକାର ଓ ଦଳରେ କାହାର ପତିଆର ଅଧିକ ତାହାକୁ ନେଇ କିଛି ନେତାଙ୍କୁ ମୋହରା କରାଯାଉଛି। ଆଉ ଏହି ପତିଆର ପାଇଁ ଦଳ ଓ ସରକାର ଭିତରେ ଭିନ୍ନ ଭିନ୍ନ ଗୋଷ୍ଠୀ ଦେଖିବାକୁ ମିଳୁଛି। ଯାହା ସଦ୍ୟ ପ୍ରମାଣ ହେଉଛି ଗତକାଲି ରାଜ୍ୟ ବିଜେପି ଅଫିସରେ ଯେପରି ହାଇଡ୍ରାମା ଦେଖିଲା ଓଡ଼ିଶା । ବିଏମସି ଅତିରିକ୍ତ କମିଶନ ମାଡ଼ ଘଟଣାରେ ବିବାଦରେ ଛନ୍ଧି ହୋଇପଡିଥିବା ବରିଷ୍ଠ ବିଜେପି ନେତା ଜଗା ପ୍ରଧାନ ଓ ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ମଧ୍ୟରେ ହୋଇଥିବା ଆଲୋଚନା ।ବିଏମସି ଅତିରିକ୍ତ କମିଶନ ମାଡ଼ ଘଟଣାରେ ଓଏଏସ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଥିବା ବେଳେ ସରକାର ଓ ରାଜ୍ୟ ବିଜେପି ଚାପରେ ଅଛି। ଏହି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘନଘନ ଟାର୍ଗେଟ କରାଯାଉଥିବା ବେଳେ ଏହାର ସମାଧାନ କିପରି ହେବ ତାକୁ ନେଇ ଚିନ୍ତାରେ ଦଳର ଶୀର୍ଷ ନେତୃତ୍ଵ। ଏସବୁ ଭିତରେ ସରକାର ଗଠନର ବର୍ଷେ ଭିତରେ ମଧ୍ୟ ବିଜେପି ପତିଆର ଲଢେଇ କିଛି କମ୍ ନାହିଁ। ଯାହା ଫଳରେ ରାଜ୍ୟ ସଭାପତି, ୬ଟି ମନ୍ତ୍ରୀ ପଦ ଖାଲି ପଡିବା ସହ ନିଗମ ବଣ୍ଟନ ହୋଇପାରୁନାହିଁ। ତେବେ କାହା ମଧରେ ଏହି ପତିଆର ଲଢେଇ। ଚର୍ଚ୍ଚା ହେଉଛି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ପାୱାର ପତିଆର ଲଢେଇ ଚାଲିଛି। ଫଳରେ ନଖରେ ଛିଣ୍ଡିବା କଥା କୁଢାରୀ ରେ ହାଣିବାକୁ ପଡୁଛି। ଗୋଟେ ପଟେ ଦଳର ଭାବମୃତ୍ତି ଅନ୍ୟପଟେ ଦଳ ପ୍ରତି ଆନୁଗତ୍ୟ ଥିବା ନେତାଙ୍କ ଭୁଲ। ଏପରି ଧର୍ମ ସଙ୍କଟରେ ରାଜ୍ୟ ବିଜେପି ପଡିଛି ବିଏମସି ଅତିରିକ୍ତ କମିଶନ ମାଡ଼ ଘଟଣାରେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅତି ବିଶ୍ଵସ୍ତ ହେଉଛନ୍ତି ଜଗା ପ୍ରଧାନ। ତେଣୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦଳ ଭାବିଚିନ୍ତି ନିଷ୍ପତି ନେବ। ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପରି ପତିଆର ଓ ଦବଦବା ଓ ବିଜେପି ପାୱାର ଫୁଲ ରାଜ୍ୟ ସଭାପତିଙ୍କୁ ଦଳର ଅନ୍ୟଗୋଷ୍ଠୀ ଜଗାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ନେବାକୁ ଅଣ୍ଟା ଭିଡିଛନ୍ତି। ସିଧା ସିଧା କହିବାକୁ ଗଲେ ଅସଲ ଲଢ଼େଇ ହେଉଛି ମନମୋହନ ସାମଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ପତିଆର ଲଢେଇ। ଏହି ପତିଆର ଲଢ଼େଇ ବି ବାର୍ତ୍ତା ଦେବ କାହାର ପାୱାର ଦଳରେ କେତେ। ରାଜନୈତିକ ସମୀକ୍ଷକ ଆକଳନ ହେଉଛି ଜଗା ପ୍ରଧାନ ଘଟଣା ପ୍ରମାଣିତ କରିବ ରାଜ୍ୟ ବିଜେପିରେ କାହାର ହାକିମ ଚାଲିଛି। ସେହି ଅନୁସାରେ କାଳେ ରାଜ୍ୟ ସଭାପତି ଓ ନିଗମ ବି ସ୍ପଷ୍ଟ ହୋଇଯିବ ପତିଆରରେ କିଏ ଆଗରେ ଓ କିଏ ପଛରେ। ଏସବୁ ଭିତରେ ବୁଧବାର ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନ ମୋହନ ସାମଲ ଓ ଜଗା ପ୍ରଧାନଙ୍କ ମଧ୍ୟରେ ଆଲୋଚନା ପରେ ମନ ମୋହନ ସାମଲ କହିଛନ୍ତି ବିଏମସି ଅତିରିକ୍ତ କମିଶନ ମାଡ଼ ଘଟଣାରେ ସରକାର ନିଷ୍ପତ୍ତି ନେବେ । ବିଜେପି କାର୍ଯ୍ୟାଳୟରେ ଦଳୀୟ ନେତାଙ୍କ ସହ ଆଲୋଚନା ପରେ ଜଗନ୍ନାଥ ପ୍ରଧାନ କହିଛନ୍ତି ସଭାପତି ଡାକିଥିଲେ, ଯାହା ଆଲୋଚନା କରିବା କଥା କରିଛି। ମୁଁ ଘରକୁ ଯାଉଛି। ଏସବୁ ଭିତରେ ଆଉ ଗୋଟେ ସଂଯୋଗ ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ପହଂଚିଛନ୍ତି। ଯାହା ପତିଆର ରାଜନୀତିକୁ ଅଧିକ ଉଷ୍ମ କରିଛି।
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy