ବର୍ଷପୂର୍ତ୍ତି : ମୋଦି- ନବୀନ ପପୁଲାରିଟି
() ଜୁନ ୨୦ ତାରିଖ । ଓଡିଶା ଦେଖିଲା ମୋଦି ଓ ନବୀନଙ୍କ ଲୋକପ୍ରିୟତା । ୨୦୨୪ ନିର୍ବାଚନ ମହାଲଢେଇ ପରେ ବିଜେପି ଓ ବିଜେଡି ମଧ୍ୟରେ କାଣ୍ଟେକି ଟକ୍କର ହେବା ପରେ ପ୍ରଥମଥର ଲାଗି ଓଡିଶାରେ ବିଜେପି ସରକାର ଗଠନ କଲା ଓ ବିଜେଡି ବିରୋଧୀ ଦଳ ଆସନରେ ବସିଲା । ଏହାରି ଭିତରେ ବର୍ଷ ପୁରିଛି।ହେଲେ ଦୁଇ ଦଳର ପୁଞ୍ଜିଥିବା ଶୀର୍ଷ ନେତାଙ୍କ ଲୋକପ୍ରିୟତା ପୁଣିଥରେ ସାମ୍ନାକୁ ଆସିଛି । ସକାଳେ ନବୀନମୟ ହୋଇଥିଲା ରାଜଧାନୀ । ଅପରାହ୍ନରେ ମୋଦିମୟ ହୋଇଥିଲା ରାଜଧାନୀ ।
ଲୋକପ୍ରିୟତା ଏମିତି …
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିକିତ୍ସା ପାଇଁ ମୁମ୍ବାଇ ଯାଇଛନ୍ତି । ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ନବୀନଙ୍କ ସର୍ଭାଇକାଲ ଆର୍ଥ୍ରାଇଟିସି ଅପରେସନ ହେବ । ଜୁନ ୨୨ ତାରିଖରେ ଓଡିଶାର ଲୋକପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ଅପରେସନ ହେବ । ନବୀନ ପଟ୍ଟନାୟକଙ୍କୁ ଭଲ ପାଉଥିବା ନେତା, କର୍ମୀ, ଓ ସାଧାରଣ ଜନତା ତାଙ୍କର ଆଶୁ ଆରୋଗ୍ୟ କାମନା କରି ନବୀନଙ୍କୁ
ବିମାନବନ୍ଦରରେ ଛାଡିଥିଲେ । ନବୀନ ଚିକିତ୍ସା ପାଇଁ ମୁମ୍ବାଇ ଯିବେ , ଏ ଖବର ପ୍ରସାରିତ ହେବା ପରେ ନବୀନ ନିବାସରୁ ବିମାନ ବନ୍ଦର ଯାଏ ଜନସମୁଦ୍ରରେ ପରିଣତ ହୋଇଥିଲା । ନବୀନ ମଧ୍ୟ ତାଙ୍କ ପ୍ରତି ଓଡିଶାବାସୀଙ୍କ ଏପରି ଭଲ ପାଇବା ଦେଖି ଭାବବିହୋଳ ହୋଇପହିଥିଲେ । ନବୀନ ନିବାସରୁ ବିମାନ ବନ୍ଦର ଯାଏ ହୁଳହୁଳି –ବନ୍ଦାପନା କରି ହଜାର ହଜାର ମହିଳାମାନେ ସେ କିପରି ଶୀଘ୍ର ସୁସ୍ଥ ହୋଇ ପୁଣିଥରେ ଓଡିଶା ଫେରନ୍ତୁ ତାହା ପ୍ରାର୍ଥନା କରିଥିଲେ ।
ବିଜେଡିର ବରିଷ୍ଠ ନେତା, ବିଧାୟକ, ସାଂସଦ, ତୃଣମୂଳ କର୍ମୀ ଠାରୁ ଆରମ୍ଭ କରି ଦଳର ଚେହାରା ସାଜିଥିବା ନେତାମାନେ ମଧ୍ୟ ବିମାନବନ୍ଦରରେ ନିଜର ନେତାଙ୍କୁ ଆରୋଗ୍ୟ କାମନା କରିଥିଲେ । ନବୀନ ନିଜର ଷ୍ଟାଇଲରେ ହାତ ହଲାଇ ଲୋକଙ୍କ ଧନ୍ୟବାଦ ଦେଇଥିଲେ ।
ନବୀନ ଯିବା ପରେ ମଧ୍ୟାହ୍ନ ୨ଟାରୁ ମୋଦିମୟ ହୋଇଥିଲା ରାଜଧାନୀ ଭୁବେନଶ୍ବର । ବିଜେପି ସରକାରର ବର୍ଷପୂର୍ତ୍ତି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଉଥିବାରୁ ମୋଦିଙ୍କୁ ଭବ୍ୟ ସ୍ବାଗତ କରିବା ପାଇଁ ବିଜେପି ନେତା , ସାଂସଦ, ମନ୍ତ୍ରୀ, ବିଧାୟକ ଓ ସାଧାରଣ ଜନତାଙ୍କ ଭିଡ ଜମିଥିବା ଭୁବନେଶ୍ବର ବିମାନ ବନ୍ଦରରୁ ଜନତାମଇଦା ଯାଏ । ଅପରାହ୍ନ ଠିକ ୪ଟା ବେଳେ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ ।
ଏହାପରେ ବିମାନ ବନ୍ଦରୁ ପ୍ରଧାନମନ୍ତ୍ରୀଙ୍କ କ୍ୟାରକେଟ ବାହାରିଥିଲା । ରାସ୍ତାର ଦୁଇ ପାଶ୍ବରେ ହଜାର ହଜାର ସଂଖ୍ୟକ ବିଜେପି ନେତା ଓ କର୍ମୀ ଏକାଠି ହୋଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଓଡିଶା ମାଟିରେ ଷଷ୍ଠଥର ପାଇଁ ସ୍ବାଗତ କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ । ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଓ ବିଜେପି ରାଜ୍ୟ ସଭାପତି ରୋସ ସୋରେ ସାମିଲ ହୋଇ ଲୋକଙ୍କୁ ସ୍ବାଗତ ଧନ୍ୟବାଦ ଦେଇଥିଲେ ।
ବର୍ଷପୂର୍ତ୍ତିରେ ଓଡିଶାବାସୀ ରାଜନୀତିର ପାଓ୍ବାର ସେଣ୍ଟର ରାଜଧାନୀ ଭୁବନେଶ୍ବରରେ ମୋଦି ଓ ନବୀନଙ୍କ ପପୁଲାରିଟିସୋ ଦେଖିଥିଲେ । ଯାହାକୁ ନେଇ ନାନା ରାଜନୈତିକ ଆଲୋଚନା ଆରମ୍ଭ ହୋଇଛି ।
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy