ନବୀନଙ୍କ ନୂଆ ଟିମ

- Advertisement -

()ବିଜେଡି ସଂଗଠନର ହେବ ଢାଞ୍ଚାଗତ ପରିବର୍ତ୍ତନ l ଦଳ ପ୍ରତି ଆନୁଗତ୍ୟ ଥିବା ବହୁ ବରିଷ୍ଠ ନେତାଙ୍କୁ ନବୀନ ପଟନାୟକ ସଂଗଠନର ଗୁରୁ ଦାୟିତ୍ବ ଦେବାକୁ ଯାଉଛନ୍ତି l ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରୀୟା ଶେଷ ହେବା ପରେ ଏବେ ତୃଣମୂଳସ୍ତରୁ ରାଜ୍ୟ ନେତୃତ୍ବ ଯାଏ ବିଜେଡି ସଂଗଠନ ନୂଆରୂପ ଦିଆଯାଉଛି । ଦଳର ହେବିଓ୍ପେଟ ନେତାମାନଙ୍କୁ ସଙ୍ଗଠନର ବିଭିନ୍ନ ପଦପଦବୀର ଦାୟିତ୍ୱ ଦେବା ସହ ଜିଲ୍ଲାର ସଂଗଠନର ଗୁରୁ ଦାୟିତ୍ୱ ଦେବାକୁ ନବୀନ ଚିନ୍ତା କରିଛନ୍ତି l ବିଜେଡିକୁ ସଶକ୍ତ କରିବା ପାଇଁ ନବୀନ ନିବାସରୁ ଶଙ୍ଖଭବନ ଯାଏ ମାନସ ମନ୍ଥନ କରୁଛନ୍ତି ସଭାପତି l ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ସ୍ନେହାଙ୍ଗିନି ଛୁରିଆ, ପ୍ରସନ୍ନ ଆଚାର୍ଯ୍ୟ, ଅନଙ୍ଗ ଉଦୟ ସିଂହଦେଓ, ରମେଶ ଚାଉପଟନାୟକ,ମଙ୍ଗଳା କିଶାନ, ପ୍ରଫୁଲ୍ଲ ସାମଲ, ରବି ନନ୍ଦ, ଅଶୋକ ପଣ୍ଡା, ପ୍ରତାପ ଜେନା, ସୁଦାମ ମାଣ୍ଡି, ବଦ୍ରି ନାରାୟଣ ପାତ୍ର, ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ପ୍ରଶାନ୍ତ ମୁଦୁଲି, ଚିରଞ୍ଜିବ ବିଶ୍ବାଳ, ପ୍ରଦୀପ ଅମାତ, ନିରଂଜନ ପୂଜାରୀ, ଅଶ୍ୱନି ପାତ୍ର, ରମେଶ ମାଝୀ, ରବୀନ୍ଦ୍ର ଜେନା, ବରିଷ୍ଠ ବିଧାୟକ ଅରୁଣ ସାହୁ, ବରିଷ୍ଠ ନେତା ସଂଜୟ ଦାସ ବର୍ମା, ମୁନା ଖାଁ, ପ୍ରଣବ ପ୍ରକାଶ ଦାସ,ଅତନୁ ସବ୍ୟସାଚୀ ନାୟକ, ମାନସ ମଙ୍ଗରାଜ, ବିଜୟ ନାୟକ, ପ୍ରିତୀ ଘଡାଇ ପ୍ରମୁଖ ନେତାଙ୍କୁ ସଂଗଠନର ଗୁରୁ ଦାୟିତ୍ବ ନବୀନ ଦେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି l କେଉଁ ଜିଲ୍ଲାରେ କେମିତି ସଂଗଠନ ଅଛି ଓ କଣ ରଣନୀତି କରାଗଲେ ଦଳ ପୁଣି କ୍ଷମତାକୁ ଆସିବ ତାହାକୁ ଦଳ ଫୋକସ୍ କରିଛି l ୨୦୨୪ ନିର୍ବାଚନରେ ବିଜେଡି ରାଜ୍ୟରେ ସର୍ବାଧିକ ଭୋଟ ପାଇଁ ସଶକ୍ତ ବିରୋଧୀ ଦଳର ଭୂମିକା ଲିଭାଉଛି ।

ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଦଳର ବିଜେଡିର ସାଙ୍ଗଠନିକ ସମ୍ପାଦକ ପଦବୀ ରହିବ ନାହିଁ lଦଳର ଯୁବ ନେତାମାନଙ୍କୁ ଜିଲ୍ଲା ଦାୟିତ୍ଵ ଦିଆଯିବlସେହିପରି ଦଳର ସଂସଦୀୟ ବୋର୍ଡ କମିଟି, ରାଜନୈତିକ ବ୍ୟାପାର କମିଟି ଢାଞ୍ଚାରେ ନୂଆ ଟିମ୍ ଗଠନ କରିବେ ନବୀନlକାର୍ଯ୍ୟକାରୀ ସଭାପତି କି ସଂଗଠନ ସମ୍ପାଦକ ପଦ ଦଳରେ ରହିବ ନାହି l ବରଂ ନବୀନ ନିଜର କୋର ଟିମ୍ ଗଠନ କରିବେ l ଯେଉଁ ଟିମ୍ ରେ ପ୍ରସନ୍ନ ଆର୍ଚାଯ୍ୟ, ଅନଙ୍ଗ ଉଦୟ ସିଂହଦେଓ, ପ୍ରମିଳା ମଲ୍ଲିକ, ଚନ୍ଦ୍ରଶେଖର ସାହୁ, ସଂଜୟ ଦାସ ବର୍ମା ଦାୟିତ୍ଵରେ ରହିବେl ସେହିପରି ଅରୁଣ ସାହୁ ଓ ଚିନ୍ମୟ ସାହୁଙ୍କୁ ଯୁବ ଓ ଛାତ୍ର ସଂଗଠନର ଗୁରୁ ଦାୟିତ୍ବ ଦେଇ ପାରନ୍ତି ନବୀନ lସ୍ନେହାଙ୍ଗିନ ଛୁରିଆ ମହିଳା ସଂଗଠନର ଗୁରୁ ଦାୟିତ୍ବ ଦେଇପାରନ୍ତି ନବୀନ l ବିଭିନ୍ନ ସାମୁଖ୍ୟ ର ଗୁରୁଦାୟିତ୍ଵ କିଛି ବରିଷ୍ଠ ଓ ଯୁବ ନେତାଙ୍କ ହାତରେ ନ୍ୟସ୍ତ କରିବ ଦଳ lପ୍ରଥମ ଥର ଲାଗି ନବୀନ ବିଜେଡିରେ ଶୁଙ୍ଖଳା କମିଟି ଗଠନ କରିବେ l

ଜୁନ ମାସ ପ୍ରଥମ ସପ୍ତାହରେ ନବୀନ ନିଜର ନୂଆ ଟିମ୍ ଘୋଷଣା କରିବେ l ଯାହାକୁ ନେଇ ଏବେଠାରୁ ବିଜେଡି ଶିବିରରେ ଉତ୍ସାହ ବଢ଼ିଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles