()କଂଗ୍ରେସ ପକ୍ଷରୁ ଅନୁଗୁଳ ଜିଲ୍ଲାରେ ୫ବର୍ଷର କୋମଳମତି ଝିଅ କୁ ଧର୍ଷଣ ଓ ହତ୍ୟା, ସରକାର ନୀରବ* ଶୀର୍ଷକ ମୁଲତବୀ ପ୍ରସ୍ତାବ ଦିଆ ଯାଇ ଥିଲା। ଏଥିରେ ଭାଗ ନେଇ କଂଗ୍ରେସ ବିଧାୟକ ଅଶୋକ ଦାସ ବିବୃତି ରଖିଛନ୍ତି। ନକଲି ସିବିଆଇ ଅଧିକାରୀ କହି ଭୁବନେଶ୍ବର ରେ ମହିଳା ଙ୍କୁ ଦୁଷ୍କର୍ମ କରାଯାଇଛି। ଚିତ୍ର କୋଣ୍ଡା ରେ ଆଦିବାସୀ ଛାତ୍ରୀ ପ୍ରସବ କଲା। 2024 ରେ ଦୁଷ୍କର୍ମ ମାମଲା 8 ପ୍ରତିଶତ ବୃଦ୍ଧି ହୋଇଛି । ବିଜେପି ସରକାର ସମୟରେ ହୋଇଛି। ବେଟୀ ବଞ୍ଚାଓ, ବେଟୀ ପଢ଼ାଓ ନାରା କୁଆଡେ ଗଲା। ବେଟୀ ବଢା ଅ, ଦୁଷ୍କର୍ମ କେ ଲିଏ ଛୋ ଡ ଦୋ ନାରା ଆପଣ ଏବେ ପୁରଣ କରୁଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି ଆମେ ଡରିବୁନି, ଲଢିବାକୁ ପ୍ରସ୍ତୁତ। ଯେଉଁ ମା ଗର୍ଭ ରୁ ଆମେ ଜନ୍ମ ନେଇଛୁ ସେ ମା ଆଜି ଅସୁରକ୍ଷିତ। ସର୍ବଦଳୀୟ ବୈଠକ କରି ଗୃହ କମିଟି କରାଯାଉ ବୋଲି ଦାବି କଲେ କଂଗ୍ରେସ ବିଧାୟକ ଅଶୋକ ଦାସ।
ସୋଫିଆ ଫିର ଦୋଷ ଭାଗ ନେଇ କହିଛନ୍ତି, ମନ୍ତ୍ରୀ କହୁଛନ୍ତି ଅପରାଧି ଙ୍କ ଉପରେ action ନିଆଯାଇଛି। ରାଜ୍ୟପାଳ ପୁଅ ମାଡ ଘଟଣାରେ କି action ନିଆଯାଇଛି। ଭରତପୁର ଘଟଣାରେ କି action ନିଆଯାଇଛି। ହୋଲି ଅଘଟଣ ମହିଳା ଙ୍କୁ ଅଧିକ୍ ଭୟଭୀତ କରିଛି। ବାଲେଶ୍ଵର ରେ ନିଜ ଘରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଗଲା। *24 ବର୍ଷ ରେ ଅପରାଧ ଅଧିକ୍ ଥିଲା। ଏବେ ମୁଖ୍ୟମନ୍ତ୍ରୀ ଙ୍କୁ ଲଣ୍ଠନ ଲଗାଇ ବିଜେଡି ବିଧାୟକ ଖୋଜୁଛନ୍ତି। କିନ୍ତୁ ବିଜେଡି ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଡ୍ରୋନ ଲଗେଇ ଖୋଜିଲେ ବି ମିଳୁ ନଥିଲେ। ଦୁର୍ବଳ ନୀତି ପାଇଁ ଆଜି ଏ ଅବସ୍ଥା l 54 ଗଣ ଧର୍ଷଣ, 9 ଟି ଏସିଡ ଆକ୍ରମଣ ନୂଆ ସରକାର ରେ ହେଇଚି। ଗୃହ ବିଭାଗ ମୁଖ୍ୟମନ୍ତ୍ରୀ ଙ୍କ ପାଖରେ ଅଛି। ମୁଖ୍ୟମନ୍ତ୍ରୀ ଗୃହ କମିଟି ଗଠନ କରନ୍ତୁ। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଙ୍କ ବିବୃତି। ମହିଳା ମାନେ ବର୍ତ୍ତମାନ ଘରୁ ବାହାରିବାକୁ ଭୟ କଲେଣି। 9 ମାସ ରେ 3054 ଘଟଣା ଘଟିଲାଣି। *ବରି ଅଞ୍ଚଳର ପିହୁ ଘଟଣା ସମୟରେ ବିଜେପି କର୍ମୀ ତା ବାପା ମା ଙ୍କୁ ଆଣି ଆତ୍ମହତ୍ୟା କରିବାକୁ ଉସକାଇଲେ। ଏବେ ତ ଆପଣ ଙ୍କ ସରକାର କୁ 9 ମାସ ହେଲାଣି। ପିହୁ କୁ ଆଣି ଦେଲେ?ପୋଲିସ କୁ ନିରପେକ୍ଷ କାମ କରିବାକୁ ଦେଉନାହାନ୍ତି। ବିଜେପି କର୍ମୀ ଧମକ ଦେଉଛନ୍ତି ପୋଲିସ ଅଧିକାରୀ ଙ୍କୁ ବଦଳି କରିଦେବା ପାଇଁ। ନବୀନ୍ ପଟ୍ଟନାୟକ ଥାନାରେ ମହିଳା ଶିଶୁ ଡେସ୍କ କରିଥିଲେ। ଏବେ କିନ୍ତୁ ତାହା କାମ କରୁନି। ମୁଖ୍ୟମନ୍ତ୍ରୀଙ୍କ ପାଖରେ ଫଟ ଉଠାଇ ବିଜେପି କର୍ମୀ ପୋଲିସ ଓ ଅଫିସର ଙ୍କୁ ଧମ୍ କାଉଛନ୍ତି*
Mla ମାନୁନାହାନ୍ତି ମନ୍ତ୍ରୀ ଙ୍କୁ , ମନ୍ତ୍ରୀ ମାନୁନାହାନ୍ତି ମୁଖ୍ୟମନ୍ତ୍ରୀ ଙ୍କୁ। ବିଧାନସଭା ରେ ଆପଣ ଯେମିତି ତଳେ କର୍ମୀ ସେମିତି। *ପ୍ରମିଳା ବିବୃତି ରଖୁଥିବା ବେଳେ ବିଜେପି ବିଧାୟକ ମାନେ ପଚାରିଲେ ନବୀନ୍ ବାବୁଙ୍କୁ ଆପଣ ଭେଟି ପାରୁଛନ୍ତି? ପ୍ରମିଳା ଉତ୍ତର ରେ କହିଲେ ମୁଁ ପ୍ରତିଦିନ ଭେଟୁ ଛି। କିଏ କିଏ ଆପଣଙ୍କ ଭିତରୁ ନବୀନ ଙ୍କୁ ଭେଟିବାକୁ ଚାହୁଁଛନ୍ତି ଆସ ଏବେ ଯିବା ଭେଟି କି ଆସିବ। ଏ ମିଛ କଥା କହି ସରକାର କୁ ଆସିଲ। ଚୋର ଘର ସବୁବେଳେ ଅନ୍ଧାର ନୂହେଁ କହି ବିଜେପି କୁ ଟାର୍ଗେଟ କଲେ ପ୍ରମିଳା। ମୁଲତବୀ ଆଲୋଚନା ରେ ଉତ୍ତର ଦେଇ ଆଇନ ମନ୍ତ୍ରୀ କହିଲେ ଅନୁଗୁଳରେ ୫ ବର୍ଷରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସରକାର ନିରବ ଦ୍ରଷ୍ଟା ଶୀର୍ଷକ ମୁଲତବୀ ଆଲୋଚନା ରେ ମନ୍ତ୍ରୀଙ୍କ ଉତ୍ତର। ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଗୃହରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ୧୪ ତାରିଖରେ ରଞ୍ଜନ ସାଏ ତାଙ୍କ ଝିଅ ନିଖୋଜ ନେଇ ଅଭିଯୋଗ କରିଥିଲେ। ୧୫ ତାରିଖରେ ତାଙ୍କ ଘରର ୧୫୦ ରୁ ୨୦୦ ମିଟର ଦୂରରେ ମୃତଦେହ ମିଳିଥିଲା। ସନ୍ଧନୀ କୁକୁର ସହାୟତାରେ ଯେଉଁ କିଛି ପ୍ରମାଣ ମିଳିଥିଲା ସେହି ତଥ୍ଯ ଆଧାରରେ ବାବୁଲା ଜେନାକୁ ଗିରଫ କରାଯାଇଛି। ହତ୍ୟା ଓ POCSO ଆକ୍ଟ ଲଗାଯାଇ ତଦନ୍ତ କରାଯାଉଛି। ଦଣ୍ଡବିଧାନ ହେବ ବୋଲି କହିଛନ୍ତି ମନ୍ତ୍ରୀ। ଏହି ସମୟରେ ଆଇନ ମନ୍ତ୍ରୀ ଜୁନ ୨୦୨୩ ରୁ ଫେବୃଆରୀ ୨୦୨୪ ଓ ଜୁନ ୨୦୨୪ ରୁ ଫେବୃଆରୀ ୨୦୨୫ ର ତୁଳନାତ୍ମକ ତଥ୍ୟ ରଖି କହିଛନ୍ତି ନାବାଳିକା ଦୁଷ୍କର୍ମ ୨୩ ପ୍ରତିଶତ ରୁ ୧୮ ପ୍ରତିଶତ କୁ ହ୍ରାସ ପାଇଛି। ମହିଳା ଓ ଶିଶୁ ଅପରାଧ କମିଛି। ହତ୍ୟାକାଣ୍ଡ ୧୦୮୪ ରୁ ଚଳିତ ବର୍ଷ ୧୦୦୩ କୁ ହ୍ରାସ ପାଇଛି। ନାବାଳିକା ଦୁଷ୍କର୍ମ ୯୯୫ ରୁ ୯୪୮ କୁ ହ୍ରାସ ପାଇଛି। ଦୁଷ୍କର୍ମ ୧୮୬୩ ରୁ ୧୮୩୦ କୁ ହ୍ରାସ ପାଇଛି। ଯୌନ ନିର୍ଯ୍ୟାତନା ୮୭୮ ରୁ ୭୫୯ କୁ ହ୍ରାସ ପାଇଛି। ଦଣ୍ଡବିଧାନ ହାର ଉପରେ ଗୁରୁତ୍ବ ଦିଆଯାଉଛି। ମହିଳା ଓ ଶିଶୁ ଅପରାଧକୁ ସରକାର ଦୃଢତାର ସହ ନେଇଛନ୍ତି। ଆଇନରୁ ଉର୍ଦ୍ଧ୍ବରେ କେଜି ନୁହନ୍ତି, ଯେତେ ପ୍ରଭାବ ଶାଳୀ ହେଲେ ବି କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମନ୍ତ୍ରୀ। ଥାନା ଭିତ୍ତିଭୂମି ସୁଦୃଢ ସହ ଖାଲି ପଦବି ପୂରଣ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି।