୧୧ଟି ସହରରେ ହେବ ରିଙ୍ଗରୋଡ଼ …

- Advertisement -

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଫୋକସରେ ଏବେ ସହରାଞ୍ଚଳ । ଏକ ଲକ୍ଷରର ଅଧିକ ଲୋକବାସ କରୁô୍ବା ସହରରେ ହେବ ରିଙ୍ଗରୋଡ଼ । ଏନେଇ ଖୁବଶୀଘ୍ର ରୂପରେଖ ପ୍ରସ୍ତୁତ କରାଯିବା । ସହର ମାନଙ୍କ ମଧ୍ୟରେ ଉତ୍ତମ ପରିବହନ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାର ୧୧ ସହରରେ ରିଙ୍ଗରୋଡ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ରୂପରେଖ ପ୍ରସ୍ତୁତ ହେଉଥିବା ସହର ଗୁଡ଼ିକ ହେଲା ଭୁବନେଶ୍ବର, କଟକ, ପୁରୀ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ବର, ଭଦ୍ରକ, ବାରିପଦା, ବଲାଙ୍ଗୀର ଏବଂ ଝାରସୁଗୁଡ଼ା । କେଉଁ ସହରରେ କେତେ କିଲୋମିଟରର ରିଙ୍ଗରୋଡ୍ ହେବ, କେତେ ସରକାରୀ ଜମି ଅଛି, କେତେ ଜମି ଅଧିଗ୍ରହଣ ହେବ, କେତେ ଅର୍ଥ ଖର୍ଚ୍ଚ ହେବ, ପ୍ରଥମ ପର‌୍ୟ୍ୟାୟରେ କେଉଁ ସହରରେ ହେବ ସେନେଇ ଆସନ୍ତା ୧୫ତାରିଖରେ ପୂର୍ତ୍ତ ସଚିବ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବ। ରିଙ୍ଗରୋଡ୍ ପାଇଁ ଚଳିତ ବଜେଟରେ କୌଣସି ବ୍ୟବସ୍ଥା ହୋଇନଥିବାରୁ ଆସନ୍ତା ବଜେଟରେ ଏହି ନେଇ ସ୍ବତନ୍ତ୍ର ବ୍ୟବସ୍ଥା ହେବ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles