ଵିଦା ହେଲେ ଅଫିସର…

ଦୁର୍ନୀତି ବିରୋଧରେ ରାଜ୍ୟ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା ନୀତି ଗ୍ରହଣ କରିବାକୁ ନିୟମିତ ଭାବେ ନିର୍ଦ୍ଦେଶ ଦେଇଆସିଛନ୍ତି । ଏହି ନୀତି ଅନୁଯାୟୀ ରାଜ୍ୟ ସରକାର 15ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିବା ସହତି ଦୁଇଜଣ ପୂର୍ବତନ ଅଧିକାରୀଙ୍କ ପେନସନ ସୁବିଧା ସମ୍ପୁର୍ଣ୍ଣ ଭାବେ ବନ୍ଦ କରିଦେଇଛନ୍ତି । ଏହିସବୁ ଅଧିକାରୀମାନେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

- Advertisement -

ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ – ବାଣିଜ୍ୟ ଓ ପରିବହନ ବିଭାଗର ବୌଦ୍ଧ ଜିଲ୍ଲା ପୂର୍ବତନ ଏମଭିଆଇ ଦେବୀ ପ୍ରସାଦ ପାଢୀ, ସମବାୟ ବିଭାଗର ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସମବାୟ ସମିତିର ପୂର୍ବତନ ସମ୍ପାଦକ ଦେବଦତ୍ତ ଦାଶ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଉମରକୋଟ ମୁନିସିପାଲଟି ଅକ୍ଟ୍ରାଇ ଟ୍ୟାକ୍ସ ସରକାର କାଳିପ୍ରସାଦ ସିଂହ, ପଂଚାୟତିରାଜ ବିଭାଗର ଭଦ୍ରକ ଧାମନଗର ତହସିଲର ପୂର୍ବତନ କନିଷ୍ଠ କିରାଣୀ ବଟକୃଷ୍ଣ ବାରିକ, ପଂଚାୟତିରାଜ ବିଭାଗର କଲାହାଣ୍ଡି ଏମ.ରାମପୁର ବ୍ଲକର ପୂର୍ବତନ ଭିଏଲଡବ୍ଲୁ କୃଷ୍ଣ ମୋହନ ଦାସ, ପଂଚାୟତିରାଜ ବିଭାଗର କାଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ପୂର୍ବତନ ସମ୍ପାଦକ ତଥା ପିଇଓ ଅଶୋକ କୁମାର ସାହା, ପଂଚାୟତିରାଜ ବିଭାଗର କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକର ପୂର୍ବତନ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପଦ୍ମମୁଖ ଶବର, ପଂଚାୟତିରାଜ ବିଭାଗର ବୌଦ୍ଧ ଜିଲ୍ଲା ମୁର୍ଷୁଣ୍ଢି ଗ୍ରାମ ପଂଚାୟତର ପୂର୍ବତନ ସମ୍ପାଦକ କିଶୋର ଚନ୍ଦ୍ର ପ୍ରଧାନ, ଜଳସଂପଦ ବିଭାଗର ଖୋର୍ଦ୍ଧା ଜିଲ୍ଲା ବାଣପୁର ସାଳିଆ ଜଳସେଚନ ପ୍ରକଳ୍ପର ପୂର୍ବତନ ସହକାରୀ ଯନ୍ତ୍ରୀ ବିଜୟ କୁମାର ସାହୁ, ଜଳସଂପଦ ବିଭାଗର ଭବାନୀପାଟଣା ଆଇଟିଡିଏ ର ପୂର୍ବତନ କନିଷ୍ଠ ଯନ୍ତ୍ରୀ କରୁଣାକର ପଣ୍ଡା, ଜଳସମ୍ପଦ ବିଭାଗର ମୟୁରଭଂଜ ଜିଲ୍ଲା କୁଳିଅଣା ବ୍ଲକର ପୂର୍ବତନ କନିଷ୍ଠ ଯନ୍ତ୍ରୀ ମଙ୍ଗଳ ସିଂହ ମୁଣ୍ଡା, ଜଳସଂପଦ ବିଭାଗର କୁଳିଅଣା ବ୍ଲକର ପୂର୍ବତନ ସହକାରୀ ଯନ୍ତ୍ରୀ ବୈଦନାଥ ମାଝୀ, ଜଳସଂପଦ ବିଭାଗର କଳାହାଣ୍ଡି ଥୁଆମୁଳ-ରାମପୁର ଆଇଟିଡିଏର ପୂର୍ବତନ କନିଷ୍ଠ ଯନ୍ତ୍ରୀ ନିଗମାନନ୍ଦ ପଣ୍ଡା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଏମସି ସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଚିତ୍ତରଂଜନ ଲାଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସରକାର ବରଖାସ୍ତ କରିଛନ୍ତି ।

ସେହିପରି ପେନସନ ସୁବିଧା ବନ୍ଦ ହୋଇଥିବା ଦୁଇ ଜଣ ଅଧିକାରୀ ହେଲେ – ଜଳସଂପଦ ବିଭାଗର କଳାହାଣ୍ଡି ଆଇଟିଡିଏର ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଅଶ୍ବିନୀ କୁମାର ଶର୍ମା ଓ ଜଳସମ୍ପଦ ବିଭାଗର କଳାହାଣ୍ଡି ଡିଆରଡିଏର ଅବସରପ୍ରାପ୍ତ ଏପିଡି ଶ୍ରୀ ଶଶାଙ୍କ ଶେଖର ପଟ୍ଟନାୟକ

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles